Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କ୍ରିକେଟ୍‌ ଠାରୁ ନେଇ ଯୁଦ୍ଧ ପର୍ଯ୍ୟନ୍ତ ସବୁଥିରେ ଫେଲ୍‌ ପାକିସ୍ତାନ

Ritu Das
Browse all articles by Ritu Das
·1 year ago·2 min read
କ୍ରିକେଟ୍‌ ଠାରୁ ନେଇ ଯୁଦ୍ଧ ପର୍ଯ୍ୟନ୍ତ ସବୁଥିରେ ଫେଲ୍‌ ପାକିସ୍ତାନ

Key Points

କ୍ରିକେଟ୍‌ ଠାରୁ ନେଇ ଯୁଦ୍ଧ ପର୍ଯ୍ୟନ୍ତ ସବୁଥିରେ ଫେଲ୍‌ ପାକିସ୍ତାନ।

କ୍ରିକେଟ୍‌ ଠାରୁ ନେଇ ଯୁଦ୍ଧ ପର୍ଯ୍ୟନ୍ତ ସବୁଥିରେ ଫେଲ୍‌ ପାକିସ୍ତାନ। ବଳ ନାହିଁକି ବୁଦ୍ଧି ନାହିଁ ଖାଲି ଚାଇନା ଆଉ ତୁର୍କୀ ଭରଷାରେ ଫୁଟାଣି ମାରୁଥିବା ପାକିସ୍ତାନକୁ ଏବେ ଏକ ନିଆରା ଭିଡିଓରେ ଟ୍ରୋଲ କରିବା ଆରମ୍ଭ କଲେଣି ୟୁଜର୍ସ। ଭଲ କରି ଦେଖନ୍ତୁ ଏହି ଭିଡିଓକୁ । ଏ ଭିଡିଓଟି ହେଉଛି 2007 ଟି-20 ୱର୍ଲ୍ଡ କପ୍ ବେଳର। ଯେଉଁ ଭିଡିଓକୁ ଏବେ ଅପରେସନ ସିନ୍ଦୂର ସହ ତୁଳନା କରୁଛନ୍ତି ୟୁଜର୍ସ। ବିଜେପି ମଧ୍ୟ ଏହି ଭିଡିଓକୁ ପୋଷ୍ଟ କରିଛି। ଯେଉଁଥିରେ 2007 ଟି-20 ୱର୍ଲ୍ଡ କପ୍ ବଲ-ଆଉଟ୍ ବିଜୟକୁ ସେନା ଅଭିଯାନ "ଅପରେସନ୍ ସିନ୍ଦୁର" ସହିତ ତୁଳନା କରିଛନ୍ତି। ଏହି ୩୧ ସେକେଣ୍ଡର ଭିଡିଓ କ୍ଲିପରେ ଦେଖିବାକୁ ମିଳୁଛି 2007 ଟି-20 ୱର୍ଲ୍ଡ କପରେ ମ୍ୟାଚ୍ ଟାଇ ହେବା ପରେ ବଲ୍‌ ଆଉଟ୍ ହୋଇଥିଲା।


ଯେଉଁଥିରେ ଭାରତୀୟ ଖେଳାଳି - ବିରେନ୍ଦର ସେହୱାଗ, ହରଭଜନ ସିଂହ, ଏବଂ ରବିନ ଉଥାପ୍ପା ବଲ-ଆଉଟ୍ ଫିନିଶରେ ଷ୍ଟମ୍ପ ହିଟ୍ କରିଥିଲେ। ହେଲେ ଯେତେବେଳେ ପାକିସ୍ତାନ ପାଳି ପଡିଥିଲା କୌଣସି ଜଣେ ବି ଖେଳାଳି କରି ପାରିଲେ ନାହିଁ ଷ୍ଟମ୍ପ ହିଟ୍। ଯାସିର୍ ଆରଫାତ୍, ଉମର୍ ଗୁଲ୍, ଏବଂ ଶାହିଦ୍ ଆଫ୍ରିଦିଙ୍କ ଭଳି ଅଭିଜ୍ଞ ଖେଳାଳି ମଧ୍ୟ ବଜାଇ ପାରିଲେ ନାହିଁ ଓ୍ବିକେଟ୍‌ରେ। ବଲ୍‌ ଆଉଟ୍‌ରେ ୩.୦ ରେ ଜିତିଥିଲା ଭାରତ। ଯାହା ପରେ ଭାରତ ଟୁର୍ଣ୍ଣାମେଣ୍ଟର କ୍ବାଲିଫାଏ ମ୍ୟାଚକୁ ଏଣ୍ଟ୍ରି କରିବାରେ ସଫଳ ହୋଇଥିଲା। 2007 ମସିହାରେ, ଟି-20 ମ୍ୟାଚ୍‌ଗୁଡିକୁ ଟାଇ ହେଲେ ସେତେବେଳେ ସୁପର ଓଭର କରାଯାଉନଥିଲା ବଲ୍‌ ଆଉଟ୍ କରାଯାଉଥିଲା। ପ୍ରତ୍ୟେକ ଦଳ ପାଞ୍ଚଜଣ ବୋଲର୍‌କୁ ଚୟନ କରିଥିଲେ ଯେଉଁମାନେ ଓ୍ବିକେଟ୍‌କୁ ଲକ୍ଷ୍ୟ କରି ବଲ୍‌ ପକାଉଥିଲେ, ଯେଉଁ ଦଳ ସବୁଠାରୁ ଅଧିକ ଷ୍ଟମ୍ପ୍ ହିଟ୍ କରିଥୁଲା, ସେହି ଦଳ ଜିତୁଥିଲା। ଫାଇନାଲରେ ମଧ୍ୟ ପାକିସ୍ତାନକୁ ଧୂଳି ଚଟାଇଥିଲା ଭାରତ। ସମାନ ତରିକାରେ ଏବେ ସିନ୍ଦୂରରେ ଆଣ୍ଠେଇ ପଡିଛି ପାକିସ୍ତାନ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଭାରତୀୟ ବାୟୁବୀର ପାକିସ୍ତାନରେ ପଶି କ୍ଲିନ୍ ବୋଲ୍ଡ କରିଛନ୍ତି ଆତଙ୍କୀଙ୍କୁ। ଉଡାଇ ଦେଇଛନ୍ତି ୯ ଟି ଠିକଣା। ଯାହାର ଜବାବରେ ଭାରତକୁ ୩୦୦ ରୁ ଅଧିକ ତୁର୍କୀ ଡ୍ରୋନ୍ ଛାଡିଲା ପାକିସ୍ତାନ। ହେଲେ ଭାରତର ଏୟାର ଡିଫେନ୍ସ ସିଷ୍ଟମ ଚୁଟକିରେ ଖସାଇଦେଲା ସବୁକିଛି। ଗୋଟିଏ ବି ଡ୍ରୋନ ପହଞ୍ଚି ପାରିଲା ନାହିଁ ଲକ୍ଷ୍ୟସ୍ଥଳରେ। ଯାହାକୁ ନେଇ ଏବେ ୟୁଜର୍ସ କହୁଛନ୍ତି ୨୦୦୭ ରେ ବଲ୍‌ ବାଜିନଥିଲା , ଏବେ ୨୦୨୫ ରେ ମିସାଇଲ୍ ବାଜିଲା ନାହିଁ। ବିଚରା ପାକିସ୍ତାନ।

Sponsored
failing-pakistan-from-cricket-to-war-in-every-aspect | Argus News