Videos
|
National

CNAP Rule / ଏଣିକି ଫେକ୍ କଲ୍‌କୁ ଲାଗିବ ଲଗାମ! ଜାଣନ୍ତୁ ନୂଆ ନିୟମ

Bikash Mohanty
Browse all articles by Bikash Mohanty
·1 hour ago·2 min read
ଏଣିକି ଫେକ୍ କଲ୍‌କୁ ଲାଗିବ ଲଗାମ! ଜାଣନ୍ତୁ ନୂଆ ନିୟମ
Fake Caller

Key Points

ସାବାଡ ହେବେ ଫେକ୍ କଲର
ଆଉ ହେଇପାରିବନି ଫେକ୍ କଲ୍
ଆସିବ କଲର୍‌ର ନାଁ
TRAI ଏବଂ କେନ୍ଦ୍ର ସରକାରଙ୍କ ଦ୍ବାରା ଜାରୀ ହେଲା ନିୟମ
ଭୁବନେଶ୍ବର,୧୬/୧୦: ସାବାଡ ହେବେ ଫେକ୍ କଲର..ଆଉ ହେଇପାରିବନି ଫେକ୍ କଲ୍, ଆସିବ କଲର୍‌ର ନାଁ.. TRAI ଏବଂ କେନ୍ଦ୍ର ସରକାରଙ୍କ ନୂତନ ନିୟମ ଅନୁଯାୟୀ, ଆସନ୍ତା ନଭେମ୍ବର ୧ଠାରୁ ଦେଶରେ CNAP ବା Calling Name Presentation ବ୍ୟବସ୍ଥା ବାଧ୍ୟତାମୂଳକ ଭାବେ କାର୍ଯ୍ୟକାରୀ ହେବାକୁ ଯାଉଛି ଏହି ବ୍ୟବସ୍ଥା ଲାଗୁ ହେଲେ ଫୋନ୍‌କୁ କଲ୍ ଆସିବା ସମୟରେ କଲ୍ କରୁଥିବା ବ୍ୟକ୍ତିଙ୍କ ନାଁ ମୋବାଇଲ୍ ସ୍କ୍ରିନ୍‌ରେ ଦେଖାଯାଇପାରିବ।

କ’ଣ ଏହି CNAP ବ୍ୟବସ୍ଥା?

CNAP ହେଉଛି ଏକ କଲର୍ ପରିଚୟ ପ୍ରଦର୍ଶନ ବ୍ୟବସ୍ଥା। ଏହା ମାଧ୍ୟମରେ ଆପଣଙ୍କ ଫୋନ୍‌ରେ ସେଭ୍ ହୋଇନଥିବା ନମ୍ବରରୁ କଲ୍ ଆସିଲେ ମଧ୍ୟ କଲ୍ କରୁଥିବା ବ୍ୟକ୍ତିଙ୍କ ନାଁ ଜାଣିବାର ସୁଯୋଗ ମିଳିପାରିବ। ଏଥିପାଇଁ ମୋବାଇଲ୍ ଅପରେଟରଙ୍କ ନିକଟରେ ଥିବା ଗ୍ରାହକଙ୍କ ପଞ୍ଜୀକୃତ ତଥ୍ୟ ବ୍ୟବହାର କରାଯିବ।

ବର୍ତ୍ତମାନ ଅଜଣା ନମ୍ବରରୁ କଲ୍ ଆସିଲେ ଅନେକ ସମୟରେ କିଏ ଫୋନ୍ କରୁଛନ୍ତି ତାହା ଜାଣିବା କଷ୍ଟକର ହୋଇପଡ଼େ। କିନ୍ତୁ CNAP ବ୍ୟବସ୍ଥା ଦ୍ୱାରା କଲ୍ ଉଠାଇବା ପୂର୍ବରୁ କଲର୍‌ଙ୍କ ପରିଚୟ ସମ୍ପର୍କରେ ଧାରଣା ମିଳିପାରିବ। ଫଳରେ ଠକେଇ ଉଦ୍ଦେଶ୍ୟରେ କରାଯାଉଥିବା କିଛି କଲ୍‌କୁ ଚିହ୍ନଟ କରିବା ସହଜ ହୋଇପାରେ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର:  ହ୍ୱାଟ୍ସଆପ୍‌ ଆକାଉଣ୍ଟ ନଥିଲେ ବି କରିପାରିବେ କଲ୍‌! ଜାଣନ୍ତୁ କେମିତି କରିବେ ବ୍ୟବହାର

୪ଜି ଓ ୫ଜି ଫୋନ୍‌ରେ ମିଳିବ ସୁବିଧା!

ଏହି ବ୍ୟବସ୍ଥାକୁ ମୋବାଇଲ୍ ନେଟୱାର୍କ ସହ ଯୋଡ଼ିବା ଉପରେ ଗୁରୁତ୍ୱ ଦିଆଯାଉଛି। ସ୍ମାର୍ଟଫୋନ୍ ସହିତ ଫିଚର୍ ଫୋନ୍‌ରେ ମଧ୍ୟ ଏହା ଉପଲବ୍ଧ କରାଇବା ଲକ୍ଷ୍ୟ ରହିଛି। ତେବେ ଏହାର କାର୍ଯ୍ୟକାରିତା ନେଇ ଟେଲିକମ୍ ଅପରେଟରଙ୍କ ନେଟୱାର୍କ ଓ ନିୟାମକଙ୍କ ଅନ୍ତିମ ନିର୍ଦ୍ଦେଶ ଗୁରୁତ୍ୱପୂର୍ଣ୍ଣ।

ଗୋପନୀୟତାକୁ ମଧ୍ୟ ଗୁରୁତ୍ୱ

CNAP ବ୍ୟବସ୍ଥାରେ ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ଦିଗ। ନିଜର କଲର୍ ପରିଚୟ ଲୁଚାଇବା ପାଇଁ Calling Line Identification Restriction (CLIR) ଭଳି ସୁବିଧା ମଧ୍ୟ ପ୍ରସଙ୍ଗକ୍ରମେ ଗୁରୁତ୍ୱ ବହନ କରେ। ଏହାର ବ୍ୟବହାର ଓ ଉପଲବ୍ଧତା ଟେଲିକମ୍ ନିୟମ ଉପରେ ନିର୍ଭର କରିବ।

ସ୍ପାମ୍ କଲ୍ ଏବଂ ସାଇବର ଠକେଇ ରୋକିବା ଦିଗରେ CNAP ଏକ ସହାୟକ ପଦକ୍ଷେପ ହୋଇପାରେ। ତେବେ କେବଳ କଲର୍‌ଙ୍କ ନାଁ ଦେଖି ଫୋନ୍‌କୁ ବିଶ୍ୱାସ କରିବା ଉଚିତ ନୁହେଁ। ବ୍ୟାଙ୍କ୍ କିମ୍ବା ଅନ୍ୟ ସଂସ୍ଥାର ପରିଚୟ ଦେଇ କେହି OTP, PIN କିମ୍ବା ବ୍ୟାଙ୍କ୍ ତଥ୍ୟ ମାଗିଲେ ତାହା ଦିଅନ୍ତୁ ନାହିଁ।