Videos
|
National

Cancer Drug Racket / ୭ ରାଜ୍ୟରେ ବ୍ୟାପିଛି ନକଲି କ୍ୟାନସର ଇଞ୍ଜେକ୍ସନ୍ ରାକେଟ; ଧରା ପଡ଼ିଲା କଳାବଜାରୀ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
୭ ରାଜ୍ୟରେ ବ୍ୟାପିଛି ନକଲି କ୍ୟାନସର ଇଞ୍ଜେକ୍ସନ୍ ରାକେଟ; ଧରା ପଡ଼ିଲା କଳାବଜାରୀ
1 Lakh Cancer Injection Turns Out to Be Water

Key Points

କ୍ୟାନସର ଇଞ୍ଜେକ୍ସନ୍ ନାଁରେ ବିକ୍ରି ହେଉଛି ପାଣି । ଲକ୍ଷେ ଟଙ୍କା ନେଇ କର୍କଟ ରୋଗୀଙ୍କୁ ଦେଉଛନ୍ତି ଧୋକା । କ୍ୟାନସର ଔଷଧ ନାଁରେ ଚାଲିଥିବା କଳବଜାରୀ ଉପରୁ ପରଦା ଉଠାଇଛି ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ।
ନୂଆଦିଲ୍ଲୀ: କଳାବଜାରୀର କଳା ସତ ।  କ୍ୟାନସର ଇଞ୍ଜେକ୍ସନ୍ ନାଁରେ ବିକ୍ରି ହେଉଛି ପାଣି । ଲକ୍ଷେ ଟଙ୍କା ନେଇ କର୍କଟ ରୋଗୀଙ୍କୁ ଦେଉଛନ୍ତି ଧୋକା । କ୍ୟାନସର ଔଷଧ ନାଁରେ ଚାଲିଥିବା କଳବଜାରୀ ଉପରୁ ପରଦା ଉଠାଇଛି ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ।

ରୋଗୀ ଯେଉଁ ଜୀବନ ରକ୍ଷା କାରୀ ଆଭେଲୁମାବ (avelumab) ଇଞ୍ଜେକ୍ସନକୁ ଦିଲ୍ଲୀର ବ୍ଲାକ ମାର୍କେଟରୁ ଲକ୍ଷେ ଟଙ୍କା ଦେଇ କିଣୁଛନ୍ତି, ସେଥିରେ କେବଳ ପାଣି ରହୁଛି । ଔଷଧ ପ୍ରସ୍ତୁତକାରୀ କମ୍ପାନୀ ଜରିଆରେ ଜର୍ମାନୀର ମର୍କ ଲ୍ୟାବ୍‌ରେ କରାଯାଇଥିବା ଯାଞ୍ଚରୁ ଜଣାପଡ଼ିଛି ଚାଞ୍ଚଲ୍ୟକର ସତ ।

ଏଥିସହ ପଢ଼ନ୍ତୁ: ପିଆଜ ଦର ବୃଦ୍ଧିରୁ ଦିଲ୍ଲୀବାସୀଙ୍କୁ ଆଶ୍ୱସ୍ତି, ୩୫ ଟଙ୍କା କିଲୋରେ ବିକ୍ରି କରିବ ସରକାର 

କ୍ୟାନସର୍ ଇଞ୍ଜେକ୍ସନ ନାଁରେ ଉକ୍ତ ଶିଶିରେ ମୂଳ ସାମଗ୍ରୀର ମାତ୍ରା ଶୂନ ରହିଛି । ପୋଲିସ ଅନୁସାର, ରାଜସ୍ଥାନ ସରକାରଙ୍କ ଯୋଜନାରେ କ୍ୟାନସର ରୋଗୀଙ୍କୁ ଦିଆ ଯାଉଥିବା ଔଷଧକୁ କଳାବଜାରରେ ବିକ୍ରି କରାଯାଉଛି ।

ଦେଶର ୭ଟି ରାଜ୍ୟରେ ବ୍ୟାପିଥିବା ୯ କୋଟି ମୂଲ୍ୟର ଏହି ରାକେଟର ପର୍ଦ୍ଦାଫାସ୍ କରିଛି କ୍ରାଇମବ୍ରାଞ୍ଚ । ମାମଲାରେ ମୋଟ ୧୭ ଜଣଙ୍କୁ ଗିରଫ କରାଯାଇଛି । ୫୮୮ଟି ଭର୍ତ୍ତି ଆଣ୍ଟି-କ୍ୟାନସର ଭାଏଲ୍, ୬ଟି ଖାଲି ଭାଏଲ, ୭ଟି ଖାଲି ଔଷଧ ବକ୍ସ, ୩ ହଜାର ୨୧ଟି ଅନ୍ୟ ଔଷଧ ଏବଂ ପ୍ରାୟ ୫ ଲକ୍ଷ ନଗଦ ଟଙ୍କା ଜବତ ହୋଇଛି ।

ଜବତ ଔଷଧ ମଧ୍ୟରେ ଡାର୍ଜାଲେକ୍ସ, ଇମଫିଞ୍ଜି, ଏରବିଟକ୍ସ, ଅପଡାଇଟା, ଗାଜିବା, ବାୱେନ୍ସିଆ, ଏଡସୋଟ୍ରିସ୍ ଓ କିଟ୍ଟଡା ଭଳି ମହଙ୍ଗା କ୍ୟାନସର ଔଷଧ ରହିଛି । ପୋଲିସ ଅନୁସାରେ, ଏହି ରାକେଟ୍ ଦିଲ୍ଲୀ-ଏନସିଆର, ମୁମ୍ବାଇ, ହାଇଦ୍ରାବାଦ, ହରିୟାଣା, ଉତ୍ତରପ୍ରଦେଶ ସହ ଅନ୍ୟ ଅଞ୍ଚଳରେ ବ୍ୟାପିଛି ।

ଜୁନ୍ ୨୨ରେ ପୋଲିସକୁ ସୂଚନା ମିଳିବା ପରେ ଆରମ୍ଭ ହୋଇଥିଲା ତଦନ୍ତ । ପୂର୍ବ ଦିଲ୍ଲୀ, ରୋହିଣୀ ଓ ମୁମ୍ବାଇର ସନ୍ଦିଗ୍ଧ ଠିକଣାକୁ ଚିହ୍ନଟ କରାଯାଇଥିଲା । ଜୁଲାଇ ୧୧ରେ ଡ୍ରଗ୍ସ ବିଭାଗ ଓ ସ୍ଥାନୀୟ ପୋଲିସ ସହିତ ଦିଲ୍ଲୀ ଓ ନଭି ମୁମ୍ବାଇରେ ଏକକାଳୀନ ରେଡ୍ କରିଥିଲେ । ଯାହାପରେ ଜେରା ଓ ତନଖି ଆଧାରରେ ୧୭ ଜଣଙ୍କୁ ଗିରଫ କରାଯାଇଛି ।

ଏଥିସହ ପଢ଼ନ୍ତୁ: ତିବ୍ବତରେ ହଠାତ ଆସିଲା ପ୍ରଳୟଙ୍କାରୀ ବନ୍ୟା…ନେପାଳରେ ପ୍ରାୟ ୧୦୦୦ ଲୋକ ଭାସିଯାଇଥିବା ଆଶଙ୍କା 

କେମିତି ହେଉଥିଲା ରି-ପ୍ୟାକିଂ ?

ରାକେଟ ଔଷଧର ପ୍ରକୃତ କାର୍ଟୁନ୍ ସହ ଖାଲି ବକ୍ସକୁ ସମ୍ଭାଳି ରଖୁଥିଲେ । ବ୍ୟାଚ ନମ୍ବର, MRP ଆଦି ଏସିଟୋନ ଭଳି କେମିକାଲ ଜରିଆରେ ଲିଭାଇ ଦେଉଥିଲେ । ଯାହାପରେ ଥର୍ମକୋଲ ବକ୍ସ, ବବଲ ରୋଲ, ଟେପ ଓ ପଲିଥିନରେ ନୂଆ ପ୍ୟାକିଂ କରାଯାଉଥିଲା । IndiaMART ଜରିଆର ପୂରା ଦେଶରେ ଏହି ଔଷଧର ବିତରଣ କରାଯାଉଥିଲା ବୋଲି ଜଣାପଡ଼ିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: