Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଫେକ୍ ନ୍ୟୁଜ୍ ଆଲର୍ଟ: ପିଓକେରେ ସୁଖୋଇକୁ ଗୁଳି ମାଡ଼ ଖବର ପୁରା ମିଛ

Ritu Das
Browse all articles by Ritu Das
·1 year ago·2 min read
ଫେକ୍ ନ୍ୟୁଜ୍ ଆଲର୍ଟ: ପିଓକେରେ ସୁଖୋଇକୁ ଗୁଳି ମାଡ଼ ଖବର ପୁରା ମିଛ

ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ଏକ ଭାରତୀୟ ଲଢୁଆ ବିମାନକୁ ଗୁଳି କରି ଖସାଇ ଦିଆଯାଇଥିବା ଏବଂ ଭାରତୀୟ ପାଇଲଟକୁ ଗିରଫ କରାଯାଇଥିବା ନେଇ ପାକିସ୍ତାନର ସୋସିଆଲ ମିଡିଆ ହ୍ୟାଣ୍ଡେଲଗୁଡ଼ିକ ମିଥ୍ୟା ଖବର ପ୍ରଚାର ହେଉଛି। ଏହି ଦାବିକୁ ସମର୍ଥନ କରିବା ପାଇଁ ବ୍ୟବହାର କରାଯାଉଥିବା ଫଟୋରେ ୨୦୧୪ରେ ମହାରାଷ୍ଟ୍ରରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏକ ସୁଖୋଇ ଜେଟ୍ ଦେଖିବାକୁ ମିଳିଛି। ଭାରତୀୟ ବାୟୁସେନାର ସୁଖୋଇ ଏସୟୁ-୩୦ଏମକେଆଇ ୨୦୧୪ ମସିହା ଅକ୍ଟୋବର ୧୪ ତାରିଖରେ ମହାରାଷ୍ଟ୍ରର ପୁଣେ-ଅହମ୍ମଦ ନଗର ରାଜପଥ ନିକଟସ୍ଥ କୁଲୱାଡି ଗ୍ରାମରେ ଏହି ଦୁର୍ଘଟଣା ହୋଇଥିଲା। ଏହି ପୋଷ୍ଟକୁ ସେୟାର କରନ୍ତୁ ନାହିଁ ବୋଲି ପ୍ରେସ୍ ଇନଫର୍ମେସନ ବ୍ୟୁରୋ (ପିଆଇବି)ର ଫ୍ୟାକ୍ଟ ଚେକିଂ ୟୁନିଟ୍ ପକ୍ଷରୁ କୁହାଯାଇଛି।
ପାକିସ୍ତାନୀ ହ୍ୟାଣ୍ଡଲମାନେ ଏନଡିଟିଭିକୁ ମିଥ୍ୟା ଭାବେ ଏହି ତଥ୍ୟ ଦେଇଛନ୍ତି। ପୋର୍ଟାଲ ତରଫରୁ ଏଭଳି କୌଣସି ସୂଚନା ଦିଆଯାଇ ନାହିଁ। ସରକାର ୨୦୧୪ରେ ମଧ୍ୟ ସମାନ ଫଟୋକୁ ଦର୍ଶାଇ ଏକ ରିପୋର୍ଟ ସେୟାର କରିଥିଲେ । କ୍ୟାପସନରୁ ଜଣାପଡିଛି ଯେ ଏହି ଫଟୋଟି ସୁଖୋଇ ଏସୟୁ-୩୦ଏମକେଆଇର ଯାହା ଏକ ଦଶନ୍ଧି ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।


ପିଆଇବି ଆଜି ସକାଳେ ଆଉ ଏକ ଗୁଜବ ଯାଞ୍ଚ କରିଛି, ଯେଉଁଥିରେ ଦାବି କରାଯାଇଛି ଯେ ଆସନ୍ତା ଦୁଇ-ତିନି ଦିନ ପର୍ଯ୍ୟନ୍ତ ଭାରତରେ ଏଟିଏମ୍ ବନ୍ଦ ରହିବ। ଏହାକୁ ମିଥ୍ୟା ବୋଲି ଦର୍ଶାଇ ପିଆଇବି କହିଛି ଯେ ଏଟିଏମ୍ ଗୁଡ଼ିକ ପୂର୍ବଭଳି ଚାଲୁ ରହିବ ଏବଂ ଏଭଳି ଗୁଜବ ପ୍ରଚାରକୁ ଆଦୌ ଧ୍ୟାନ ଦିଅନ୍ତୁ ନାହିଁ। ପାକିସ୍ତାନରୁ ପ୍ରସାରିତ ହେଉଥିବା ଅନେକ ମିଥ୍ୟା ଦାବିକୁ ପିଆଇବି ଖଣ୍ଡନ କରିଛି। ମେ ୮ ତାରିଖ ରାତି ୧୦ଟାରୁ ମେ ୯ ତାରିଖ ସକାଳ ସାଢ଼େ ୬ଟା ମଧ୍ୟରେ ପିଆଇବି ପକ୍ଷରୁ ଅତି କମରେ ୮ଟି ଭାଇରାଲ ଭିଡିଓ ଓ ପୋଷ୍ଟକୁ ଫ୍ୟାକ୍ଟ ଚେକ୍ କରାଯାଇଥିଲା।
ଏଥିରେ ପଞ୍ଜାବର ଜଳନ୍ଧରରେ ଡ୍ରୋନ୍ ଆକ୍ରମଣର ଏକ ଭାଇରାଲ ଭିଡିଓ ମଧ୍ୟ ରହିଛି, ଯେଉଁଥିରେ ଚାଷ ଜମିରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା ଏବଂ କୌଣସି ଆକାଶମାର୍ଗରୁ ଏହା ରେକର୍ଡ କରାଯାଇଥିଲା। ଅନ୍ୟ ଏକ ପୋଷ୍ଟରେ ଦାବି କରାଯାଇଛି ଯେ ୨୦ ରାଜ ବାଟାଲିୟନ ଅଧୀନରେ ଥିବା ସେନାର ଏକ ପୋଷ୍ଟକୁ ପାକିସ୍ତାନ ଧ୍ୱଂସ କରିଛି। ଭାରତୀୟ ସେନାର ଏଭଳି କୌଣସି ୟୁନିଟ୍ ନାହିଁ ବୋଲି ଭାରତ ସରକାର ସ୍ପଷ୍ଟ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଗତ ଏପ୍ରିଲ ମାସରେ ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ଧର୍ମ ପଚାରି ୨୬ ନିରୀହ ପର୍ଯ୍ୟଟକଙ୍କୁ ଗୁଳି କରି ବିଭତ୍ସ ଭାବେ ହତ୍ୟା କରିଥିଲେ। ଏହାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିଯାଇଥିଲା। ୧୪ ଦିନ ପରେ ଏହାର କଡ଼ା ଜବାବ ଦେଇଛି ଭାରତ। ଭାରତ ଶାନ୍ତି ଚାହେଁ କିନ୍ତୁ ଭାରତ କେବେ ବି ଦୁର୍ବଳ ନୁହେଁ। ଶତ୍ରଙ୍କୁ ଏହାର କଡ଼ା ଜବାବ ଦେଇ ଭାରତ ଅପରେସନ୍ ସିନ୍ଦୁର ଆରମ୍ଭ କରି ପାକିସ୍ତାନ ଓ ପାକ୍ ଅଧିକୃତ କଶ୍ମୀର (ପିଓକେ)ରେ ଥିବା ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଥିଲା। ବ୍ୟାକଫୁଟକୁ ଠେଲି ଇସଲାମାବାଦ ନିୟନ୍ତ୍ରଣ ରେଖା (ଏଲ୍ ଓସି) ପାର ହୋଇ ଭାରତୀୟ ସାମରିକ ଘାଟି ଉପରେ ଏୟାର ଷ୍ଟ୍ରାଇକ୍ ଜାରି ରଖିଛି। ଭାରତୀୟ ସେନା ଏହାର ଉଚିତ ଜବାବ ଦେବା ସହ ସେମାନଙ୍କ ରକ୍ଷଣାବେକ୍ଷଣକୁ ହଟାଇ ଦେଇଥିଲା।

Sponsored
fake-news-alert-news-of-sukhoi-being-shot-down-in-pok-is-completely-false | Argus News