Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଧରା ପଡିଲା ମିଛୁଆ ପାକିସ୍ତାନର ମହାମିଛ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ଧରା ପଡିଲା ମିଛୁଆ ପାକିସ୍ତାନର ମହାମିଛ

ଲଢେଇରେ ଭାରତକୁ ପାରୁନି ପାକିସ୍ତାନ, ଏବେ ନେଲାଣି ମିଛର ଆଶ୍ରୟ। ଭାରତୀୟଙ୍କ ମନୋବଳକୁ ଦୁର୍ବଳ କରିବାକୁ ପାକିସ୍ତାନ ସେନା ଭାରତୀୟ ସେନା ବିରୋଧରେ ଗୁଜବ ସୃଷ୍ଟି କରୁଛି। ଏବେ ପାକିସ୍ତାନ ସେନା ଗଚଜବ ସୃଷ୍ଟି କରିବାକୁ ସୋସିଆଲ ମିଡଆ ସାହାରା ନେଇଛି। ଭାରତ ଉପରକୁ ବାରମ୍ବାର ଡ୍ରୋନ ଆକ୍ରମଣ କରି ବିଫଳ ହେବା ପରେ ଏବେ ଗୁଜବ ସଷ୍ଟି କରୁଛି ପାକିସ୍ତାନ।ପାକିସ୍ତାନ ଏବେ ଦାବି କରୁଛି, ସେମାନେ ଜଣେ ଭାରତୀୟ ମହିଳା ପାଇଲଟ୍‌ଙ୍କୁ ବନ୍ଦୀ କରିଥିବା। ପାକିସ୍ତାନୀ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ମିଛ ପ୍ରସାରଣ କରାଯାଉଛି।


ଭାରତୀୟ ବାୟୁସେନାର ମହିଳା ପାଇଲଟ ଶିବାନୀ ସିଂହଙ୍କୁ ବନ୍ଦୀ କରାଯାଇଥିବା ପାକିସ୍ତାନ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ତେବେ ଭାରତ ଏହାକୁ ଖଣ୍ଡନ କରିଛି। ପାକିସ୍ତାନର ଏହା ସମ୍ପୂର୍ଣ୍ଣ ମିଥ୍ୟା ଖବର ବୋଲି ଭାରତ ପକ୍ଷରୁ କୁହାଯାଇଛି। ସେହିଭଳି ଭାରତର ବିଦ୍ୟୁତ୍ ଗ୍ରୀଡ ହାଉସକୁ ପାକିସ୍ତାନ ନଷ୍ଟ କରିଥିବା ଦାବି କରୁଛି। ପାକିସ୍ତାନ ମିଛରେ କହୁଛି ଭାରତର ଏହି ଗ୍ରୀଡ ଉଡି ଯାଇଥିବାରୁ ଭାରତର ୭୦ ପ୍ରତିଶତ ବିଦ୍ୟୁତ ସରବରାହ ବନ୍ଦ ରହିଛି। ପିଆଇବି ଏହାର ସତ୍ୟତା ଯାଞ୍ଚ କରି ଏହା ମିଛ ବୋଲି କହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପାକିସ୍ତାନ ଭିତରେ ପଶି ଏବେ ତାଣ୍ଡବ ରଚୁଛି ଭାରତ। ଭାରତୀୟ ସେନା ପାକିସ୍ତାନର ଏକ ସୈନ୍ୟ ପୋଷ୍ଟକୁ (LoC) ନିକଟରେ ଧ୍ୱଂସ କରିଛି । ଭାରତୀୟ ସେନା ଦ୍ୱାରା ଜାରି କରାଯାଇଥିବା ଭିଡିଓରେ ଦେଖାଯାଇଛି ଯେ, ଏହି କାର୍ଯ୍ୟ “ଅପରେସନ୍ ସିନ୍ଦୁର”ର ଏକ ଅଂଶ ବୋଲି କୁହାଯାଉଛି। ସୀମାବର୍ତ୍ତୀ ଅଞ୍ଚଳରେ ଏବେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

Sponsored
Fake rumours are being spread about Pakistan arresting an Indian woman pilot | Argus News