Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମା' ପୁଅଙ୍କର ସେହି ଶେଷ ଫଟୋ ମିଛ ଏଥିରେ କିଛି ସତ୍ୟତା ନାହିଁ

National

Viral Post / ମା' ପୁଅଙ୍କର ସେହି ଶେଷ ଫଟୋ ମିଛ ଏଥିରେ କିଛି ସତ୍ୟତା ନାହିଁ

Rashmita Mishra
Browse all articles by Rashmita Mishra
·1 hour ago·2 min read
ମା' ପୁଅଙ୍କର ସେହି ଶେଷ ଫଟୋ ମିଛ ଏଥିରେ କିଛି ସତ୍ୟତା ନାହିଁ
Viral Post

Key Points

ଏ ଫଟୋ ସମ୍ପୂର୍ଣ୍ଣ ମିଛ ଏଥିରେ କିଛି ସତ୍ୟତା ନାହିଁ
ଏ ଫଟୋ ସହ ଘଟଣାର କୌଣସି ସମ୍ପର୍କ ନାହିଁ
ଅନ୍ୟ କୌଣସି ଏଆଇ ସୋର୍ସରୁ ଏ ଫଟୋଟିକୁ ଅଣାଯାଇଛି

ଗୋଟିଏ ଫଟୋ ଏବେ ପୁରା ଦେଶରେ ଭାଇରାଲ । ମା' ପୁଅଙ୍କର ସେହି ଶେଷ ଫଟୋ ଲୋକଙ୍କର ଭାବନା ସହ ଯୋଡ଼ି ହୋଇଯାଇଛି । ଫଟୋଟିକୁ ଦେଖିଲେ ଆଖିରୁ ଲୁହ ଝରେଇ ଆସିବ । ଜଣେ ମା'ର ତା ସନ୍ତାନ ପ୍ରତି ଥିବା ଅନାବିଳ ପ୍ରେମ ଏହି ଫଟୋରେ ସଫା ସଫା ଦେଖା ଯାଉଛି ।

ମୃତ୍ୟୁ ସହ ଲଢ଼ି ପୁଅକୁ କେମିତ ବଞ୍ଚାଇବାକୁ ଚେଷ୍ଟା କରିଛି ସେହି ଫୋଟରେ ଦେଖିବାକୁ ମିଳିଛି । 'କିନ୍ତୁ ଏ ଫଟୋ ସମ୍ପୂର୍ଣ୍ଣ ମିଛ'। 'ଏଥିରେ କୌଣସି ସତ୍ୟତା ନାହିଁ ।''ନୌକା ବୁଡ଼ି ଲୋକଙ୍କ ମୃତ୍ୟୁ ଘଟଣା ସହ ଏ ଫଟୋର କୌଣସି ସମ୍ପର୍କ ନାହିଁ '। 'ଯେହେତୁ ଫଟୋଟି ଲୋକଙ୍କ ହୃଦୟକୁ ଛୁଇଁଛି ସେଥିପାଇଁ ଭାଇରାଲ ହୋଇ ଯାଇଛି '।

ଜବଲପୁର କଲେକ୍ଟରଙ୍କର ଏହି ଟୁଇଟ ସମସ୍ତଙ୍କ ଭାବନାରେ ବ୍ରେକ ଲଗାଇ ଦେଇଛି । ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାର ବରଗୀ ଡ୍ୟାମ୍‌ରେ ଏକ ପର୍ଯ୍ୟଟକ ନୌକା ବୁଡ଼ିଯିବା ଫଳରେ ଅତିକମରେ ୯ ଜଣଙ୍କର ମୃତ୍ୟୁ ଘଟିଛି । ଯାହାପରେ ଏହି ଫଟୋଟି ଖୁବ ଭାଇରାଲ ହୋଇଥିଲା । କିନ୍ତୁ ଏହି ଫଟୋଟି ମିଛ ବୋଲି ଏବେ ଜଣା ପଡ଼ିଛି ।
ଏହି ପଠୋଟିକୁ ନେଇ ଅନେକ ଷ୍ଟୋରୀ କଲେ। ମା' ପୁଅଙ୍କ ଭିତରେ ଥିବା ଭଲ ପାଇବାକୁ ନେଇ ଅନେକ କାହାଣୀ ଲଖାଗଲା । କିନ୍ତୁ ଶେଷରେ ଏହି ଫଟୋଟି AI ଜେନେରେଟେଡ ବୋଲି ପଛରେ ଜଣାପଡ଼ିଲା । ଏହି ଫଟୋଟି ମିଛ AI ଜେନେରେଟେଡ ବୋଲି କହିଲେ ଜବଲପୁର କଲେକ୍ଟର ।

https://argusnewdashboard.s3.ap-south-1.amazonaws.com/assets/f0769392-d6ee-4c78-ab63-7b16fe94488c.jpg ଜବଲପୁର କଲେକ୍ଟର ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି ଏହି ଫଟୋଟି ହେଉଛି AI ଜେନେରେଟେଡ । ଏହାର କୌଣସି ସମ୍ପର୍କ ନାହିଁ ବରଗୀ ଡ୍ୟାମ୍‌ରେ ନୌକା ବୁଡ଼ି ଘଟଣା ସହ। ଆଉ AI ଫଟୋ ଲୋକଙ୍କ ଭାବନା ସହ ଖେଳ ଖେଳିଛି । ଯଦି ଦେଖିବା ବରଗୀ ଡ୍ୟାମ୍‌ରେ ନୌକା ବୁଡ଼ି ଘଟଣା ପରେ ଏହି ଫଟୋଟି ଖୁବ ଭାଇରାଲ ହୋଇଥିଲା। ଲୋକମାନେ ଏହି ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରି ନିଜ ଭାବନାକୁ ଲେଖିଥିଲେ ।

ସବୁଠାରୁ ବଡ଼ କଥା ହେଉଛି ଏହି ନୌକା ବୁଡ଼ି ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ମା' ଛୁଆଙ୍କର ମୃତ୍ୟୁ ହୋଇଥାଇ ପାରେ। କିନ୍ତୁ ଏହି ଫଟୋଟି ଉକ୍ତ ଘଟଣା ସହ ଜଡ଼ିତ ନାହିଁ ବୋଲି କହିଛନ୍ତି ଜବଲପୁର କଲେକ୍ଟର। ଟିକେ ଭାବନ୍ତୁ ଏଆଇ ଫଟୋ ଆମ ଜୀବନ ଉପରେ କେମିତି ପ୍ରଭାବ ପକାଇପାରେ । ଗୋଟିଏ ଫଟୋ କ୍ଷଣିକରେ ଆମ ଭାବନା ସହ ଯୋଡ଼ି ହୋଇଗଲା । ଏଥିରୁ ଜଣାପଡ଼ିଯାଉଛି ଏଆଇ ଆମ ଜୀବନ ଉପରେ କେତେ ପ୍ରଭାବ ପକାଇ ପାରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Viral Post | Viral Mother-Son Photo Fake? Truth Behind the Image Revealed | Argus News