Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଖସୁନି ସୁନା ଦର: ସୁନା ଦର ଛୁଇଁଲା ୭୪ ହଜାର

National

ଖସୁନି ସୁନା ଦର: ସୁନା ଦର ଛୁଇଁଲା ୭୪ ହଜାର

Ritu Das
Browse all articles by Ritu Das
·2 years ago·1 min read
ଖସୁନି ସୁନା ଦର: ସୁନା ଦର ଛୁଇଁଲା ୭୪ ହଜାର

ଅର୍ଗସ ବ୍ୟୁରୋ: ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି ସୁନା। ଦିନକୁ ଦିନକୁ ସୁନାର ଦାମ୍ ବୃଦ୍ଧି ପାଉଥିବାରୁ ଚିନ୍ତାରେ ଗ୍ରାହକ । ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ହୋଇଛି ।  ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୩,୩୧୦ ଟଙ୍କା ରହିଛି। କ୍ରମାଗତ ଭାବେ ବଢ଼ିଚାଲିଛି ସୁନା ଦର। ଆଗକୁ ବିବାହ ଋତୁ ଏବଂ ଅକ୍ଷୟ ତୃତୀୟା ଥିବାବେଳେ ଚାହିଦା ବଡ଼ ଆକାରରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି। 

ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୭,୨୦୦ ଟଙ୍କା ରହିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧ଗ୍ରାମ୍ ପିଛା ୬,୬୨୦ ଟଙ୍କା ହୋଇଥିବା ବେଳେ ୮ଗ୍ରାମ ପିଛା ୫୨,୯୬୦ ଟଙ୍କା ରହିଛି ।

ଅନ୍ୟପକ୍ଷରେ ଇରାନ-ଇସ୍ରାଏଲ ଯୁଦ୍ଧ ଆଶଙ୍କାରୁ ଦର ଆହୁରି ବଢ଼ିବ ବୋଲି ବଜାର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ଏଭଳି ସ୍ଥିତିରେ ନିବେଶକ ଉତ୍ସାହିତ ଥିବାବେଳେ ସାଧାରଣ ଗ୍ରାହକଙ୍କ ମଧ୍ୟରେ ଚାହିଦା ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ସୁନା ଭଳି ରୁପା ମଧ୍ୟ ନୂଆ ରେକର୍ଡ ଯୋଡ଼ି ଚାଲିଛି। ରାଜଧାନୀ ଭୁବନେଶ୍ବରରେ କିଲୋଗ୍ରାମ ପିଛା ରୁପା ୧୦୦୦ ଟଙ୍କା ମହଙ୍ଗା ହୋଇ ୮୯,୦୦୦ ଟଙ୍କା ଛୁଇଁଛି। ଏବର୍ଷ ସୁନା ଦର ୮୦,୦୦୦ ଛୁଇଁବା ନେଇ ଆକଳନ କରିଛନ୍ତି ବଜାର ବିଷେଷଜ୍ଞ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ବାଣିଜ୍ୟ ଖବର 
 

Argus Whatsapp Channel Mobile Top
Sponsored
Falling gold prices | Argus News