୮୦ ବର୍ଷିୟ ବୃଦ୍ଧାଙ୍କୁ ରାସ୍ତାରେ ଛାଡ଼ି ଦେଇ ଚାଲିଗଲେ ପରିବାର

Key Points
୮୦ ବର୍ଷିୟ ବୃଦ୍ଧାଙ୍କୁ ରାସ୍ତାରେ ଛାଡ଼ି ଦେଇ ଚାଲିଗଲେ ପରିବାର
ରକ୍ ସମ୍ପର୍କ ହେଲା ବିଷ
କ୍ୟାନସର ପାଇଁ ଅଲୋଡ଼ା ହେଲେ ମା'
ଜଣେ ମା' ୧୦ ମାସ ୧୦ ଦିନ ଗର୍ଭରେ ଧରି ଛୁଆକୁ ଜନ୍ମ ଦେଇଥାଏ। ପ୍ରସବ ବେଳର କଷ୍ଟ କେବଳ ଜଣେ ମା' ହିଁ ବୁଝିପାରିବ। ସେହି ଛୁଆର ଅଳି ଅର୍ଦ୍ଦଳି ସହି ତାକୁ ବଡ଼ ମଣିଷ କରିଥାଏ। କିନ୍ତୁ ସେହି ଛୁଆ ଯେତେବେଳେ ବଡ଼ ହୋଇଯାଏ ନିଜ ଜନ୍ମ କଲା ମା' ବାପାଙ୍କୁ ଆଡ଼ ଆଖିରେ ଚାହେଁ ନାହିଁ। ବୃଦ୍ଧାବସ୍ଥା ଆସିଗଲେ ସେହି ବାପା ମା'ଙ୍କୁ କିଏ ରାସ୍ତାରେ ତ ଆଉ କିଏ ବୃଦ୍ଧାଶ୍ରମରେ ଛାଡ଼ି ଆସନ୍ତି। ଏଭଳି ସମାଜରେ ଆମେ ବାସ କରୁଛେ ଯେଉଁଠି ମା'ବାପାଙ୍କୁ ପିଲା ବୟସ ହୋଇଗଲେ ଅଦରକାରୀ ବୋଲି ଭାବୁଛନ୍ତି। ମଣିଷ କେତେ ସ୍ବାର୍ଥପର ତାହା ଆପଣ ଭାବନ୍ତୁ। ଏହି ଦୃଶ୍ୟକୁ ଦେଖିଲେ ନିହାତି ଆପଣଙ୍କ ଛାତି ବି କୋରି ହୋଇଯାଉଥିବ। କାରଣ ଜଣେ ପୁଅ ତାର ରୋଗୀ ମା'କୁ ରାତିଧରେ ରାସ୍ତା ଉପରେ ଶୁଆଇ ଦେଇ ଯାଉଛନ୍ତି। ଉତ୍ତରପ୍ରଦେଶ ଅଯୋଧ୍ୟାରୁ ଆସିଛି ଛାତି ଥରାଇଲା ପରି ଘଟଣା। ସୀମା ଟପିଗଲା ନୃଶଂସତା। ସ୍ୱାର୍ଥପର ମଣିଷର ଲଜ୍ଜାଜନକ କାମ।
୮୦ ବର୍ଷିୟ ବୃଦ୍ଧାଙ୍କୁ ରାସ୍ତାରେ ଛାଡ଼ିଦେଲେ ପରିବାର ଲୋକ। ରାତି ଅନ୍ଧାରର ସାହାରାରେ ବୃଦ୍ଧାଙ୍କୁ ରାସ୍ତାରେ ଛାଡ଼ି ପଳାଇଲେ ପରିବାର ଲୋକ। ଚିକିତ୍ସା ସମୟରେ ବୃଦ୍ଧା ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସ କହିଛି ଏହି ଘଟଣା ଦର୍ଶନନଗର ମେଡିକାଲ କଲେଜ ଛକ ନିକଟରେ ଘଟିଛି। ଘଟଣାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ଦୁଇଜଣ ବୃଦ୍ଧାଙ୍କୁ ଟେକି ଟେକି ରାସ୍ତା କଡ଼ରେ ଶୁଆଇଦେଉଛନ୍ତି। ତାପରେ ଚାଦର ଘୋଡ଼ାଇ ଚାଲିଯାଉଛନ୍ତି। ଆଉ ଜଣେ ମହିଳା ଆସି ମୁହଁରୁ ଚାଦର କାଢ଼ି ସେଠାରୁ ଚାଲି ଯାଉଛନ୍ତି। ରାତି ଦୁଇଟାରେ ପରିବାର ଲୋକ ଏଭଳି ନୃଶଂସ କାମ କରିଛନ୍ତି। ପୋଲିସ ପକ୍ଷରୁ କୁହାଯାଇଛି ସେମାନେ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ ହେଲେ ଅନ୍ଧାର ପାଇଁ ପରିବାର ଲୋକଙ୍କୁ ଚିହ୍ନିବା ସମ୍ଭବ ହେଉନାହିଁ। ମୃତ ବୃଦ୍ଧାଙ୍କ ପରିବାର ଲୋକଙ୍କୁ ଖୋଜିବାକୁ ଏବେବି ତଦନ୍ତ ଚଳାଇଛି ପୋଲିସ। ବୃଦ୍ଧା ମହିଳାଙ୍କ ବେକରେ ଆଘାତ ଲାଗିଛି।
📱 Get Argus News App
✨ଯାହା ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି ସେ କ୍ୟାନସରରେ ପୀଡ଼ିତ ଥିଲେ। ଏହି ଘଟଣା ସମ୍ପର୍କରେ ପୋଲିସ ପାଖରେ ଖବର ପହଞ୍ଚିବା ପରେ ବୃଦ୍ଧାଙ୍କୁ ପୋଲିସ ହସ୍ପିଟାଲ ନେଇଥିଲା। ହେଲେ ସେଠାରେ ତାଙ୍କ ମୃତ୍ୟୁ ହୋଇଛି। ଏଭଳି ପୁଅକୁ କଠୋର ଦଣ୍ଡ ଦେବା ଦରକାର। ସତରେ ମଣିଷ ବଡ଼ ସ୍ବାର୍ଥପର ଆପଣ ଯଦି ପଶୁପକ୍ଷୀଙ୍କ କଥା ଭାବିବେ ସେମାନଙ୍କ ଛୁଆ କେବେବି ନିଜ ମା'କୁ ହତାଦର କରନ୍ତି ନାହିଁ।