ଆତଙ୍କବାଦକୁ ନେଇ ପ୍ରସିଦ୍ଧ ଲେଖିକା ତସ୍ଲିମା ନସରିନ୍ଙ୍କ ବଡ ବୟାନ
·1 year ago

ଆତଙ୍କବାଦକୁ ନେଇ ବଡ଼ ବୟାନ ରଖିଲେ ପ୍ରସିଦ୍ଧ ଲେଖିକା ତସ୍ଲିମା ନସରିନ୍ । ଯେ ପର୍ଯ୍ୟନ୍ତ ଇସ୍ଲାମ୍ ଅଛି ସେପର୍ଯ୍ୟନ୍ତ ଆତଙ୍କବାଦ ରହିବ ବୋଲି କହିଛନ୍ତି ତସଲିମା । ସେ କହିଛନ୍ତି ବିଗତ 1400 ବର୍ଷ ଧରି ଇସ୍ଲାମ୍ ଧର୍ମରେ କୌଣସି ପରିବର୍ତ୍ତନ ଆସିନାହିଁ ।
ପିଲାମାନଙ୍କୁ କେବଳ ଧାର୍ମିକ ପୁସ୍ତକ ପଢାଇବା ବିପଜ୍ଜନକ କହିଲେ ତସ୍ଲିମା ଦିଲ୍ଲୀ ସାହିତ୍ୟ ମହୋତ୍ସବରେ ଯୋଗଦେଇ ଏପରି ବୟାନ ରଖିଛନ୍ତି ତସ୍ଲିମା । ମହୋତ୍ସବରେ ସମାନ ଆଚାର ସଂହିତା ଓ ମହିଳାଙ୍କ ଅଧିକାର ସପକ୍ଷରେ ଯୁକ୍ତି ରଖିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: