Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ବର୍ଷା ପାଣିରେ ଧୋଇ ହୋଇଗଲା କୃଷକ ଭାଇର ବାଦାମ ଫସଲ: ସହିପାରିଲେନି କେନ୍ଦ୍ରମନ୍ତ୍ରୀ

National

ବର୍ଷା ପାଣିରେ ଧୋଇ ହୋଇଗଲା କୃଷକ ଭାଇର ବାଦାମ ଫସଲ: ସହିପାରିଲେନି କେନ୍ଦ୍ରମନ୍ତ୍ରୀ

Ritu Das
Browse all articles by Ritu Das
·1 year ago·2 min read
ବର୍ଷା ପାଣିରେ ଧୋଇ ହୋଇଗଲା କୃଷକ ଭାଇର ବାଦାମ ଫସଲ: ସହିପାରିଲେନି କେନ୍ଦ୍ରମନ୍ତ୍ରୀ

Key Points

ମହାରାଷ୍ଟ୍ରର ଜଣେ କୃଷକଙ୍କ ଭିଡିଓ ଦେଖି ଆଉ ସହିପାରିଲେନି କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ

ତୁରନ୍ତ କୃଷକଙ୍କୁ ଭିଡିଓ କଲ କରି ତାଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର ମନ୍ତ୍ରୀ।


ଜଣେ କୃଷକ ମୁଣ୍ଡ ଝାଳ ତୁଣ୍ଡରେ ମାରି ଫସଲ କରିଥାଏ। ଆଉ ଫସଲକୁ ଠିକ ସମୟରେ ଅମଳ କରି ଘରକୁ ନେଇଥାଏ। କିନ୍ତୁ ଅଦିନିଆ ବର୍ଷା ଜଣେ କୃଷକ ଭାଇଙ୍କ ଅଣ୍ଟାକୁ ମାଡ଼ କରିଛି। ଫସଲ ଅମଳ ବେଳେ କେଉଁଆଡେ ଥିଲା ଅଦିନିଆ ଝଡ଼ ତୋଫାନ ଭଳି ବର୍ଷା। ପୁରା ବାଦାମ ଫସଲକୁ ଧୋଇ ନେଇଛି। ଆଉ ସେ କଷ୍ଟ କରି ପାଣିସୁଅକୁ ଅଟକାଇବାକୁ ଚେଷ୍ଟା କରିଛନ୍ତି। ଯେମିତିକି ବାଦାମ ସବୁ ଭାସି ନ ଯାଉ। ସୋସିଆଲ ମିଡିଆରେ ଏହି ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି। ମହାରାଷ୍ଟ୍ରର ଜଣେ କୃଷକଙ୍କ ଭିଡିଓ ଦେଖି ଆଉ ସହିପାରିଲେନି କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ । ତୁରନ୍ତ କୃଷକଙ୍କୁ ଭିଡିଓ କଲ କରି ତାଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର ମନ୍ତ୍ରୀ।


ଫସଲ କ୍ଷତିକୁ ନେଇ ଖୁବଶୀଘ୍ର କ୍ଷତିପୂରଣ ମିଳିବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ । ଫସଲ ପାଇଁ ଆଉ ଚିନ୍ତା କରିବାର କୌଣସି ଆବଶ୍ୟକତା ନ ଥିବା କହିଛନ୍ତି ମନ୍ତ୍ରୀ । ପ୍ରବଳ ବର୍ଷା ଯୋଗୁ ମଣ୍ଡିରେ ଥୁଆ ହୋଇଥିବା ବାଦାମ ପାଣିରେ ଭାସିଯିବାରୁ ଜଣେ କୃଷକ ପ୍ରାଣ ଲଗାଇ ଚେଷ୍ଟା କରୁଥିଲେ, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଭାଇରାଲ ଭିଡିଓ ଅନୁସାରେ, ମହାରାଷ୍ଟ୍ରର ଗୌରବ ପନୱାର ନାମକ କୃଷକ; ବର୍ଷାରେ ଭିଜି ଭାସିଯାଉଥିବା ବାଦାମକୁ ଅଟକାଇବାକୁ ଚେଷ୍ଟା କରୁଥିଲେ । ବହୁ ଚେଷ୍ଟା ପରେ ବି ବର୍ଷା ଜଳରେ ବାଦାମ ସବୁ ଧୋଇ ହୋଇଯାଇଥିଲା। ଅଟକାଇବା ସହ କାନ୍ଦୁଥିଲେ ମଧ୍ୟ ଫସଲ ସାଇତିବାରେ ସଫଳ ହୋଇପାରୁ ନ ଥିଲେ।

Argus Whatsapp Channel Mobile Top
Sponsored
farmers-almond-crop-washed-away-by-rainwater-union-minister-announce-to-help-the-farmer | Argus News