Videos
|
National

Financial Assistance / ଚାଷୀଙ୍କ ପାଇଁ ଆସିଲା ବଡ଼ ଖୁସି ଖବର, ମିଳିବ ୫ ହଜାର ଟଙ୍କା

Bikash Mohanty
Browse all articles by Bikash Mohanty
·1 hour ago·1 min read
ଚାଷୀଙ୍କ ପାଇଁ ଆସିଲା ବଡ଼ ଖୁସି ଖବର, ମିଳିବ ୫ ହଜାର ଟଙ୍କା
Farmer

Key Points

ଚାଷୀଙ୍କ ପାଇଁ ଆସିଲା ଖୁସି ୁଖବର
ଚାଷୀଙ୍କୁ ମିଳିବ ୫ ହଜାର ଟଙ୍କା
ମହରାଷ୍ଟ ସରକାରଙ୍କ ବଡ଼ ନିଷ୍ପତ୍ତି
ଚାଷୀଙ୍କ ପାଇଁ ଆସିଲା ଖୁସି ୁଖବର। ଚାଷୀଙ୍କୁ ମିଳିବ ୫ ହଜାର ଟଙ୍କା। ଚଳିତ ବର୍ଷ, ଦୁର୍ବଳ ମୌସୁମୀ ଯୋଗୁଁ, ଚାଷୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ଜବାବରେ, ରାଜ୍ୟ ସରକାର ଦୀପାବଳି ପୂର୍ବରୁ ପ୍ରତ୍ୟେକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ମହରାଷ୍ଟ୍ର ସରକାର।  ଏଥିପାଇଁ ସରକାର ୭,୫୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହା ଦ୍ବାରା ପ୍ରାୟ ୧୫ ଲକ୍ଷ ଚାଷୀ ଉପକୃତ ହେବେ।

କେଉଁ ଚାଷୀଙ୍କୁ ୫୦୦୦ ଟଙ୍କା ମିଳିବ?

ମହାରାଷ୍ଟ୍ର ସରକାର ରାଜ୍ୟର ୩୦୪ଟି ତହସିଲକୁ ମରୁଡ଼ି ପ୍ରଭାବିତ ଘୋଷଣା କରିଛନ୍ତି। ଏହି ଅଞ୍ଚଳର ଯେଉଁ ଚାଷୀମାନଙ୍କର ଖରିଫ ଫସଲ ୩୩ ପ୍ରତିଶତରୁ ଅଧିକ କ୍ଷତି ହୋଇଛି, ସେମାନଙ୍କୁ ପ୍ରାରମ୍ଭିକ ୫ ହଜାର ଟଙ୍କା ମିଳିବ। ଏହି ରାଶି ସିଧାସଳଖ ଯୋଗ୍ୟ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ । ଏଥିପାଇଁ ଚାଷୀମାନଙ୍କୁ ପୃଥକ ଆବେଦନ ଦାଖଲ କରିବାକୁ ପଡ଼ିବ ନାହିଁ।

 ଆକାଉଣ୍ଟକୁ ଟଙ୍କା କେବେ ଆସିବ?

ଦୀପାବଳି ପୂର୍ବରୁ ଚାଷୀମାନଙ୍କୁ ଟଙ୍କା ଦେବାକୁ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ତଥାପି, ସମସ୍ତ ଚାଷୀଙ୍କ ଆକାଉଣ୍ଟରେ ଗୋଟିଏ ଦିନରେ ପାଣ୍ଠି ପହଞ୍ଚିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ତାରିଖ ନିର୍ଦ୍ଦିଷ୍ଟ କରାଯାଇ ନାହିଁ।   ଚାଷୀମାନଙ୍କ ଅସୁବିଧା କମ କରିବା ପାଇଁ ସରକାର ଇ-କେୱାଇସି ନିୟମକୁ ସରଳ କରିଛନ୍ତି। ନଭେମ୍ବର ୧, ୨୦୨୫ ପରେ ଯେକୌଣସି ସରକାରୀ ଯୋଜନା ପାଇଁ ଇ-କେୱାଇସି ପୂରଣ କରିଥିବା ଚାଷୀମାନଙ୍କୁ ଏହି ପ୍ରକ୍ରିୟା ପୁନରାବୃତ୍ତି କରିବାକୁ ପଡିବ ନାହିଁ। ତଥାପି, ଯେଉଁ ଚାଷୀମାନଙ୍କର ଇ-କେୱାଇସି ଅସମ୍ପୂର୍ଣ୍ଣ, ସେମାନେ ନିକଟତମ କୃଷି କାର୍ଯ୍ୟାଳୟ କିମ୍ବା ତହସିଲରୁ ସୂଚନା ମାଗିବା ଉଚିତ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: