୨୪ରେ ଚାଷୀଙ୍କୁ ମିଳିବ ପିଏମଙ୍କ ଉପହାର
·1 year ago

ଚାଷୀଙ୍କ ପାଇଁ ଖୁସି ଖବର । ଆସନ୍ତା ୨୪ରେ ଚାଷୀଙ୍କୁ ମିଳିବ ପିଏମଙ୍କ ଉପହାର। ବିହାରରୁ ପିଏମ କିଷାନ ନିଧିର ୧୯ତମ କିସ୍ତି ପ୍ରଦାନ କରିବେ ମୋଦି । ଦେଶର ପ୍ରାୟ ୯ କୋଟିରୁ ଅଧିକ ଚାଷୀଙ୍କ ଖାତାକୁ ଆସିବ ୨ ହଜାର ଟଙ୍କା ଲେଖାଏ ଟଙ୍କା ।
ପିଏମ ମୋଦି ଡିବିଟି ଜରିଆରେ ୯.୫ କୋଟି ଚାଷୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଇବେ । ସରକାର ଏହି କିସ୍ତି ପାଇଁ ୨୦ ହଜାର କୋଟିରୁ ଅଧିକ ଅର୍ଥ ବ୍ୟୟବରାଦ କରିଛନ୍ତି । ପିଏମ କିଷାନ ଯୋଜନା ଦେଶର କୃଷକଙ୍କୁ ଆର୍ଥିକ ସ୍ଥିରତା ପ୍ରଦାନ କରୁଛି । ପୂର୍ବରୁ ଯୋଜନାର ୧୮ ତମ କିସ୍ତି ୨୦୨୪ ଅକ୍ଟୋବର ୫ରେ ମହାରାଷ୍ଟ୍ରରୁ ଜାରି କରିଥିଲେ ପିଏମ । ଯୋଜନାରେ ଚାଷୀଙ୍କୁ ପ୍ରତିବର୍ଷ ୩ଟି କିସ୍ତିରେ ୬ ହଜାର ଟଙ୍କା ପ୍ରଦାନ କରୁଛନ୍ତି ସରକାର ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: