Videos
|
National

ବିହାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୮ ମୃତ

Ritu Das
Browse all articles by Ritu Das
·2 years ago·1 min read
ବିହାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୮ ମୃତ

ଅର୍ଗସ ବ୍ୟୁରୋ: ବର୍ତ୍ତମାନ ବିହାରର ଲାଖିସରାୟ ବଡ଼ ଖବର ସାମ୍ନାକୁ ଆସିଛି। ଏଠାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଯେଉଁଥିରେ ୮ଜଣଙ୍କର ମୃତ୍ୟୁ ହୋଇଛି। ଅଧା ଅଧିକ ଲୋକ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଘଟଣା ସମ୍ପର୍କରେ ସଦୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପୋଲିସ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି। 

ସୂଚନା ଅନୁସାରେ ଏହି ଘଟଣାକୁ ନେଇ କୁହାଯାଉଛି ଯେ, ଏକ ଅଜଣା ଗାଡି ଅଟୋକୁ ଧକ୍କା ଦେଇଥିଲା। ଯେଉଁ କାରଣରୁ ଅଟୋ ଖଣ୍ଡ ଖଣ୍ଡ ହୋଇଯାଇଥିଲା। ଏହି ଦୁର୍ଘଟଣା ଲଖିସରାୟ-ସିକନ୍ଦ୍ରା ମୁଖ୍ୟ ରାସ୍ତାର ବିହାରୌରା ଗ୍ରାମ ନିକଟରେ ଘଟିଛି। ଏଠାରେ ୧୫ ଜଣ ଲୋକ ଏକ ଅଟୋରେ ଯାତ୍ରା କରୁଥିଲେ। ଯେତେବେଳେ ଏକ ଅଜଣା ଗାଡ଼ି ଅଟୋକୁ ଧକ୍କା ଦେଇଥିଲା। ଧକ୍କା ହେତୁ ଚିତ୍କାର ଶୁଣାଯାଇଥିଲା।

ଏହି ଘଟଣାରେ ୮ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟମାନେ ଆହତ ହୋଇଛନ୍ତି। ନିକଟସ୍ଥ ଲୋକମାନେ ଏହା ଦେଖି ପୋଲିସକୁ ସୂଚନା ଦେଇଥିଲେ। ଆହତଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ମୃତ ଓ ଆହତଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ପୋଲିସ ଏହି ଘଟଣାରେ ତଦନ୍ତ ଜାରି ରଖିଛି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: