ଇନ୍ଦୋରରେ ଭୟଙ୍କର ସଡ଼କ ଦୁର୍ଘଟଣା: ଡମ୍ପରକୁ ପିଟିଲା କାର, ୮ମୃତ

ଅର୍ଗସ ବ୍ୟୁରୋ: ମଧ୍ୟପ୍ରଦେଶରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ବିଳମ୍ବିତ ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୮ଜଣଙ୍କର ମୃତ୍ୟୁ ହୋଇଛି। ଇନ୍ଦୋର-ଅହମ୍ମଦାବାଦ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। କୁହାଯାଉଛି ଯେ, କାରଟି ବେଟମା ନିକଟରେ ପାର୍କିଂ ହୋଇଥିବା ଏକ ଡମ୍ପରରେ କାରଟି ପଶିଯାଇଥିଲା। ଡମ୍ପରଟି ବାଲିରେ ପରିପୂର୍ଣ୍ଣ ଥିଲା। ଘଟଣାସ୍ଥଳରେ ବାଲି ଛିନଛତ୍ର ହୋଇଯାଇଥିଲା। ଏହି ଦୁର୍ଘଟଣାରେ ଜଣେ ବୃଦ୍ଧ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା।
ସୂଚନା ଅନୁସାରେ ସମସ୍ତ ଲୋକ ଗୁନାକୁ କାରରେ ଯାଉଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଘଟଣା ପରେ କାର ସହ ଧକ୍କା ହୋଇଥିବା ଗାଡ଼ିର ଡ୍ରାଇଭର ଖସି ପଳାଇ ଯାଇଥିଲେ। ବର୍ତ୍ତମାନ ବରିଷ୍ଠ ପୋଲିସ ଅଧିକାରୀ ଏବଂ ଅନ୍ୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ଏହି ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗାଡ଼ି ଧକ୍କା ପରେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଛନ୍ତି।
📱 Get Argus News App
✨ଅଧିକ ପଢ଼ନ୍ତୁ ଭାରତ ଖବର