Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Father Daughter Bond; ଇଂଷ୍ଟାଗ୍ରାମ୍ ରେ ପ୍ରଶଂସା ସାଉଁଟୁଛି ବାପା-ଝିଅଙ୍କ ଏହି ଭିଡିଓ

Smruti Parija
Browse all articles by Smruti Parija
·10 months ago·1 min read
Father Daughter Bond; ଇଂଷ୍ଟାଗ୍ରାମ୍ ରେ ପ୍ରଶଂସା ସାଉଁଟୁଛି ବାପା-ଝିଅଙ୍କ ଏହି ଭିଡିଓ

Key Points

କୋଳରେ ଛୁଆ...ହାତରେ ଗାଡି ଷ୍ଟିୟରିଂ

ଗୋଟେ ପଟେ ନିଜ ବୃତ୍ତିକୁ ପ୍ରାଧାନ୍ୟ

ଆର ପଟେ ବାପା ହେବାର କର୍ତ୍ତବ୍ୟ

ଇଏ ବି ଗୋଟିଏ ବାପା । କୋଳରେ ଛୁଆ...ହାତରେ ଗାଡି ଷ୍ଟିୟରିଂ । ଗୋଟେ ପଟେ ନିଜ ବୃତ୍ତିକୁ ପ୍ରାଧାନ୍ୟ ଦେଇଥିବାବେଳେ ଆର ପଟେ ବାପା ହେବାର କର୍ତ୍ତବ୍ୟକୁ ସୁଚାର ରୂପେ ତୁଲାଉଛନ୍ତି ।

ବେଙ୍ଗାଲୁରୁ ଟ୍ରାଫିକ ରେ ସୁଟ୍ ହୋଇଥିବା ଏହି ଭିଡିଓ ଇଷ୍ଟାଗ୍ରାମ୍ ରେ ଖୁବ ପ୍ରଶଂସା ସାଉଁଟୁଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଟୋ ରିକ୍ସା ଡ୍ରାଇଭର ଜଣଙ୍କ ବେଲ୍ଟ ସାହାଯ୍ୟରେ ଝିଅକୁ କୋଳରେ ବସାଇ ଗାଡି ଚଳାଉଛନ୍ତି । ଝିଅଟି ମଧ୍ୟ ବାପା କୋଳରେ ଶାନ୍ତିରେ ଶୋଇପଡିଛି । ଏହି ଭିଡିଓକୁ ଜଣେ ବ୍ୟକ୍ତି ନିଜ ଫୋନରେ ସୁଟ୍ କରି ଇଂଷ୍ଟାଗ୍ରାମ୍ ରେ ପୋଷ୍ଟ କରିବା ପରେ ୟୁଜର୍ସ ଏହି ବାପା ଝିଅଙ୍କୁ ବହୁତ ଆଶୀର୍ବାଦ ଦେଉଛନ୍ତି । ହୁଏ ତ କୌଣସି କାରଣ ପାଇଁ ବାପାକୁ ତାଙ୍କ କୁନି ଝିଅକୁ ସାଙ୍ଗରେ ନେଇ ଏପରି ଡ୍ରାଇଭିଂ କରିବାକୁ ପଡୁଥିବ । ଭଗବାନ କରନ୍ତୁ ଆଗାମୀ ଭବିଷ୍ୟତରେ ଦୁହେଁ ଖୁବ ଖୁସିରେ ରୁହନ୍ତୁ । ଭଲରେ ରୁହନ୍ତୁ ବୋଲି ତାଙ୍କ ଶୁଭ କାମନା କରିଛନ୍ତି ୟୁଜର୍ସ ।
ତେବେ ସେ ଯାହା ହେଉ ନା କାହିଁକି ନିଜ ସନ୍ତାନ ପାଇଁ ବାପା ଯେ କଣ କରିପାରେ ଏହା ତାହାର ଗୋଟିଏ ଉଦାହରଣ ।

Sponsored
father-daughter-bond-bengaluru-auto-driver-carries-baby-while-driving-auto | Argus News