Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସୈତାନ ବାପା ! ଏମିତି ବାପା ଭଗବାନ କାହାକୁ ନଦିଅନ୍ତୁ...

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ସୈତାନ ବାପା ! ଏମିତି ବାପା ଭଗବାନ କାହାକୁ ନଦିଅନ୍ତୁ...

Key Points

ଏହି ଘଟଣା ଦେଶର ରାଜଧାନୀ ଦିଲ୍ଲୀରୁ ଆସିଛି ।

ପୁଅ ବର୍ଷାରେ ଖେଳିବାକୁ ଜିଦ୍ କରୁଥିଲା ବୋଲି ବାପା ତାକୁ ହତ୍ୟା କରିଦେଲା ।

ପୁଣି ଦିଲ୍ଲୀରୁ ଆସିଲା ଏକ ହୃଦୟ ବିଦାରକ ଘଟଣା । ଯିଏ ବି ଶୁଣୁଛି ସିଏ ଆଣ୍ଚର୍ଯ୍ୟ ହେଉଛି । ଜଣେ ବାପା, ନିଜ ଜନ୍ମ କଲା ପୁଅ ସହ କେବେ ଏମିତି କରିପାରିବ ବୋଲି କେହି ବିଶ୍ୱାସ କରିପାରୁ ନାହାନ୍ତି । ସାମାନ୍ୟ ବର୍ଷାରେ ଖେଳିବ ବୋଲି ପୁଅ ଜିଦ୍‌ କଲା, ଆଉ ଏଥିରେ ରାଗି ଯାଇ ବାପା ତାକୁ ଛୁରି ମାରିଦେଲା । ଏଭଳି ନୃଶଂସ ବାପା ଭଗବାନ କାହାରିକୁ ନଦିଅନ୍ତୁ ।

ଏହି ଘଟଣା ଦେଶର ରାଜଧାନୀ ଦିଲ୍ଲୀରୁ ଆସିଛି । ହଁ ଆଜ୍ଞା, ଦିଲ୍ଲୀ ସାଗରପୁର ଅଞ୍ଚଳରୁ ଆସିଛି ଏଭଳି ଏକ ଖବର ଯେଉଁଠି ୧୦ ବର୍ଷର ପୁଅ ବର୍ଷାରେ ଖେଳିବାକୁ ଜିଦ୍ କରୁଥିଲା ବୋଲି... ବାପା ତାକୁ ହତ୍ୟା କଲା ।

ସୂଚନା ଅନୁସାରେ ବାହାରେ ବର୍ଷା ହେଉଥିବା ଦେଖି ୧୦ ବର୍ଷର ବାଳକ ବାହାରେ ବର୍ଷାରେ ଭିଜି ଭିଜି ଖେଳିବାକୁ ଜିଦ କରିଥିଲା । ହେଲେ ବାପା ତାକୁ ମନା କରିଥିଲା । ମାତ୍ର ପିଲାଟି ପୁଣି ଜିଦ କରିଥିଲା, ବାରମ୍ବାର ବାପା ମନାକରିବା ପରେ ପୁଅ ପୁଣି ଯେତେବେଳେ ବର୍ଷାରେ ଖେଳିବାକୁ ଅଡ଼ି ବସିଲା ସେତେବେଳେ ବାପାର ରାଗ ପଞ୍ଚମରେ ପହଞ୍ଚିଲା.. ଆଉ ସିଏ ବ୍ରହ୍ମଚଣ୍ଡାଳ ପାଲଟି ଗଲା । ରୋଷେଇ ଘରେ ଥିବା ଛୁରୀ ଆଣି ପୁଅ ଦେହରେ ଭୁଷି ଦେଲା ।

ବାସ୍ ତାପରେ ରକ୍ତ ଜୁଡୁବୁଡୁ ପୁଅକୁ ଦେଖି ଅଭିଯୁକ୍ତ ବାପାର ମୁଣ୍ଡ କାମ କରିନଥିଲା.. ସେ ପୁଅକୁ ମେଡିକାଲକୁ ନେଇ ଯାଇଥିବା ବେଳେ ଡାକ୍ତର ପୁଅକୁ ମୃତ ଘୋଷଣା କରିଥିଲେ । ଏହା ପରେ ପୋଲିସ ଛୁରି ସହ ଅଭିଯୁକ୍ତ ବାପାକୁ ଗିରଫ କରିଛି । ବ୍ୟକ୍ତି ଜଣ ଦିନ ମଜୁରିଆ ଭାବେ କାମ କରନ୍ତି । ତାଙ୍କର ବୟସ ୪୦ । କିଛି ବର୍ଷ ତଳେ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା । ସେ ଏକା ୪ ପିଲାଙ୍କୁ ନେଇ ରହୁଥିଲେ । ଯେଉଁ ପୁଅଟଇ ମୃତ୍ୟୁ ବରଣ କରିଛି, ସେ ତାଙ୍କର ୩ ନମ୍ବର ପୁଅ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Father kills 10-year-old son in Delhi for insisting on playing in rain, arrested | Argus News