Shocking Crime News / ହୃଦୟ ଥରାଇଦେବା ଘଟଣା: ପୁଅ ଦରକାର ଥିଲା, ଝିଅକୁ ନଦୀକୁ ଫୋପାଡ଼ିଲା ବାପା
·5 months ago·2 min read

Key Points
ଆମେ ସବୁବେଳେ ଶୁଣିଛେ ଯେ, ବାପା ମାନେ ଝିଅମାନଙ୍କୁ ଅଧିକ ଭଲ ପାଆନ୍ତି। କିନ୍ତୁ ଏଭଳି ନୃଶଂସ ବାପା ଦୁନିଆରେ ବି ଅଛନ୍ତି ଯାହାକୁ ଶୁଣିଲେ ବିଶ୍ବାସ କରି ହେଉନି। ଆଜି ବି ଝିଅମାନେ ଅଲୋଡ଼ା।
ଆମେ ସବୁବେଳେ ଶୁଣିଛେ ଯେ, ବାପା ମାନେ ଝିଅମାନଙ୍କୁ ଅଧିକ ଭଲ ପାଆନ୍ତି। କିନ୍ତୁ ଏଭଳି ନୃଶଂସ ବାପା ଦୁନିଆରେ ବି ଅଛନ୍ତି ଯାହାକୁ ଶୁଣିଲେ ବିଶ୍ବାସ କରି ହେଉନି। ଆଜି ବି ଝିଅମାନେ ଅଲୋଡ଼ା। ଏମିତି ଏକ ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣଙ୍କ ହୃଦୟ ଥରି ଉଠିବ। କେମିତି ନିଜ ଜନ୍ମିତ ଛୁଆକୁ ଜଣେ ବାପା ପାଣି ଭିତରକୁ ଫିଙ୍ଗି ଦେଇଛି। ଏଭଳି ରାକ୍ଷସ ପିତା ସମାଜରେ ବି ଅଛନ୍ତି। ଏଭଳି ଜଣେ ବ୍ୟକ୍ତିଙ୍କୁ ପୁଅ ଦରକାର ଥିଲା। କିନ୍ତୁ ପୁଣି ଝିଅଟିଏ ହୋଇଥିଲା। ଝିଅଟି ହେବା ଦିନଠୁ ଭିତରେ ଭିତରେ କୁହୁଳୁଥିଲା ବାପା। ଝିଅ ହେବାରୁ ତାଙ୍କ କ୍ରୋଧ ଚରମ ସୀମାରେ ପହଞ୍ଚିଥିଲା। ଆଉ ତା' ପରେ କିଛି ଘଟିଲା ଏମିତି ଯାହା ସାରା ସମାଜକୁ ସ୍ତବ୍ଧ କରିଛି।
ଜୌନପୁରର ଖେରାଖତ ତାଡୱା ଗାଁରେ, ଅଶୋକ ବିଶ୍ୱକର୍ମାଙ୍କ ପୁଅ ପାଇଁ ଇଚ୍ଛା ଏକ ଭୟଙ୍କର ଅପରାଧ ଘଟିଛି ଯାହା ଦେଶକୁ ଥରାଇ ଦେଇଛି। ଭିଡିଓଟି ଭାଇରାଲ ହେବାରେ ଲାଗିଛି। ଅଶୋକ ତାଙ୍କ 18 ମାସର ଝିଅ ଋତବିକୁ ସାଇକେଲରେ ବସାଇ ତାଙ୍କ ସ୍ତ୍ରୀଙ୍କୁ କହିଥିଲେ ଯେ ସେ ତାଙ୍କୁ ବୁଲେଇବାକୁ ନେଇ ଯାଉଛନ୍ତି। ସେ ପ୍ରାୟ 2 କିଲୋମିଟର ଗୋମତୀ ନଦୀ କୂଳରେ ସାଇକେଲ ଅଟକାଇଥିଲେ ଏହାପରେ ପିଲାଟିକୁ ପାଣିକୁ ଫିଙ୍ଗି ଦେଇଥିଲେ। ଦୂରରୁ ଜଣେ ଡଙ୍ଗା ଚାଳକ ଦେଖୁଥିଲେ ଯେ ଜଣେ ବ୍ୟକ୍ତି ଛୁଆଟିକୁ ନଦୀକୁ ଫୋପାଡ଼ି ଦେଲେ। ତା' ପରେ ସଙ୍ଗେ ସଙ୍ଗେ ଡଙ୍ଗା ଚାଳକ ଜଣକ ପାଣି ଭିତରକୁ ଡେଇଁ ପଡ଼ିଥିଲେ। ଛୁଆଟିକୁ ଉଦ୍ଧାର କରିବାପାଇଁ ଶତଚେଷ୍ଟା ମଧ୍ୟ କରିଥିଲେ କିନ୍ତୁ ସଫଳ ହୋଇପାରିଲେ ନାହିଁ। ନଦୀର ପ୍ରବଳ ସ୍ରୋତ ତାଙ୍କୁ ଭସାଇ ନେଇଗଲା। ଛୁଆଟି ପାଖରେ ଡଙ୍ଗାଚାଳକ ଜଣକ ଆଉ ପହଞ୍ଚି ପାରିଲେ ନାହିଁ।
କିନ୍ତୁ ଅଶୋକ ଏକା ଘରକୁ ଫେରି ତାଙ୍କ ସ୍ତ୍ରୀଙ୍କୁ କହିଥିଲେ ଯେ ଝିଅ ମୋ ହାତରୁ ନଦୀକୁ ଖସିପଡ଼ିଲା। ମୁଁ ତାକୁ ବଞ୍ଚାଇବାରେ ଅସମର୍ଥ ହେଲି। ଭିଡିଓ ଦେଖିଲାପରେ ଆପଣ ଜାଣିପାରିବେ ଜଣେ ପିତା ହୋଇ ଏତେ ନିଷ୍ଠୁର କେମିତି। ନିଜ ଛୁଆକୁ ଫୋପାଡ଼ିବାପରେ ବି ଟିକେ ପଶ୍ଚାତାପ ଦେଖିବାକୁ ମିଳି ନ ଥିଲା। ପ୍ରତ୍ୟକ୍ଷଦର୍ଶୀମାନେ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ, ଯେଉଁମାନେ ବୁଡ଼ାଳି ଏବଂ ଉଦ୍ଧାରକାରୀ ଦଳକୁ ନେଇ ଏକ ବଡ଼ ଧରଣର ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ କିନ୍ତୁ ଛୁଆଟିକୁ ପାଇ ନ ଥିଲେ। ତାଙ୍କ ସ୍ତ୍ରୀ ସ୍ବାମୀ ଅଶୋକଙ୍କ ନାଁରେ ଏକ ମାମଲା ଥାନାରେ ଦାଏର କରିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories