Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଭାରତରେ ରହିବାକୁ ସୀମା ହାଇଦରଙ୍କ ନିବେଦନ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଭାରତରେ ରହିବାକୁ ସୀମା ହାଇଦରଙ୍କ ନିବେଦନ

ସୀମା ହାଇଦର... ଏ ନାଁଟା ମନେ ଥିବ ନିଶ୍ଚୟ । ଏ ହେଉଛନ୍ତି ସେହି ସୀମା ହାଇଦର , ଯିଏ ଦିନେ ପ୍ରେମ ପାଇଁ ପାଗଳ ଥିଲେ, ଆଉ ବିନା ଭିସାରେ ନେପାଳ ଦେଇ ଭାରତ ଆସିଥିଲେ। ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ସରକାର କଠୋର ପଦକ୍ଷେପ ନେଇଛନ୍ତି। ସରକାର ପାକିସ୍ତାନୀ ନାଗରିକଙ୍କ ଭିଜା ବାତିଲ କରିଛନ୍ତି। ଭାରତରେ ରହୁଥିବା ପାକିସ୍ତାନୀମାନଙ୍କୁ ଏବେ ଦେଶ ଛାଡି ପାକିସ୍ତାନ ଫେରିବାକୁ ପଡିବ। ଏହାରି ଭିତରେ ଅଡୁଆରେ ପଡିଛନ୍ତି ଚର୍ଚ୍ଚିତ ପ୍ରେମିଯୁଗଳ ସଚ୍ଚିନ- ସୀମା । ସୀମା ଭାରତ ସରକାରଙ୍କୁ ନିବେଦନ କରିଛନ୍ତି ଯେ, ମୁଁ ପାକିସ୍ତାନ ଯିବାକୁ ଚାହୁଁନାହିଁ।

ମୁଁ ପ୍ରଧାନମନ୍ତ୍ରୀ ମୋଦି ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ମଧ୍ୟ ନିବେଦନ କରୁଛି, ଆପଣମାନଙ୍କ ଶରଣରେ ମୁଁ ଅଛି, ମୁଁ ପାକିସ୍ତାନର ଝିଅ ଥିଲି, କିନ୍ତୁ ଏବେ ଭାରତର ବୋହୂ’ ମୋତେ ଏଠାରେ ରହିବାକୁ ଦିଅ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ସୀମା ତାଙ୍କ ସ୍ବାମୀ ସଚିନଙ୍କ ସହ ନଜର ଆସୁଛନ୍ତି। ସୀମା ହାଇଦର ୨୦୨୩ରେ ଭାରତରେ ପ୍ରବେଶ କରିଥିଲେ ଏବଂ ସେ ଭାରତୀୟ ଯୁବକ ସଚିନଙ୍କୁ ପ୍ରେମ କରୁଥିଲେ। ସେବେଠାରୁ ସେ ଚର୍ଚ୍ଚାରେ ରହିଆସିଛନ୍ତି। ଏବେ ପୁଣିଥରେ ପାକିସ୍ତାନୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ସୀମାଙ୍କ ଏହି ବୟାନ ଆଲୋଚନାର ବିଷୟ ପାଲଟିଛି। ଏବେ ପ୍ରଶ୍ନ ଉଠୁଛି କି ସୀମା ପାକିସ୍ତାନ ଫେରିବେ କି ଭାରତରେ ରହିବେ ? ୪୮ ଘଣ୍ଟା ମଧ୍ୟରେ ସମସ୍ତ ପାକିସ୍ତାନୀଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ ଦେଇଥିବା ଭାରତ ସରକାର କଣ କରିବେ ?
ସୀମା ହାଇଦର ମୂଳତଃ ପାକିସ୍ତାନର ବାସିନ୍ଦା ।

ସେ PUBG ଖେଳୁଥିବା ସମୟରେ ଗ୍ରେଟର ନୋଏଡାର ରବୁପୁରାରେ ରହୁଥିବା ସଚ୍ଚିନ ମୀନାଙ୍କ ସହିତ ଯୋଗାଯୋଗରେ ଆସିଥିଲେ । ପବଜୀ ଖେଳୁଥିବା ସମୟରେ ହିଁ ଦୁହିଁଙ୍କ ମଧ୍ୟରେ ପ୍ରେମ ହୋଇଗଲା ଓ ସେ ସ୍ୱାମୀ ଗୁଲାମ ହାଇଦରଙ୍କୁ ଛାଡ଼ି ନିଜର ଚାରି ପିଲାଙ୍କୁ ସାଙ୍ଗରେ ନେଇ ନେପାଳ ଦେଇ ବେଆଇନ ଭାବରେ ଭାରତ ଆସିଗଲେ । ଏଠାରେ ସେ ଓକିଲ ଏ.ପି. ସିଂଙ୍କ ସହାୟତାରେ ସଚିନ ମୀନାଙ୍କୁ ବିବାହ କରିଥିଲେ ଓ ନିକଟରେ ତାଙ୍କର ଏକ ସନ୍ତାନ ମଧ୍ୟ ଜନ୍ମ ହୋଇଛି । ଅନ୍ୟପଟେ ସୀମା ହାଇଦରଙ୍କ ପ୍ରଥମ ସ୍ୱାମୀ ଗୁଲାମ ହାଇଦର ଭାରତ ସରକାରଙ୍କୁ ନିବେଦନ କରିଛନ୍ତି । ଗୁଲାମ କହିଛନ୍ତି, ଏହା ହିଁ ସଠିକ୍ ସମୟ ସୀମାଙ୍କୁ ଭାରତରୁ ବାହାର କରି ଦିଆଯାଉ । ଯଦି ତାଙ୍କୁ ବାହାର କରା ନଯାଏ ତେବେ ଭାରତରେ ହିଁ ଦଣ୍ଡ ଦିଆଯାଉ । ହେଲେ ମୋର ଚାରି ପିଲାଙ୍କୁ ପାକିସ୍ତାନ ପଠାଇ ଦିଆଯାଉ । ଏବେ ସମସ୍ତଙ୍କ ନଜର ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
fearing-deportation-pakistans-seema-haiders-requests-to-pm-narendra-modi-cm-yogi | Argus News