Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Mother Language Day / ଅନ୍ତର୍ଜାତୀୟ ମାତୃଭାଷା ଦିବସ: ଭାଷା ବିବିଧତାର ପର୍ବ...

Rashmita Mishra
Browse all articles by Rashmita Mishra
·4 months ago·2 min read
ଅନ୍ତର୍ଜାତୀୟ ମାତୃଭାଷା ଦିବସ: ଭାଷା ବିବିଧତାର ପର୍ବ...
Mother Language Day

Key Points

ଭାଷା ହେଉଛି ସଂସ୍କୃତିର ଆଧାର ।
ଅନ୍ତର୍ଜାତୀୟ ମାତୃଭାଷା ଦିବସ: ଭାଷା ବିବିଧତାର ପର୍ବ... 

ଅନ୍ତର୍ଜାତୀୟ ମାତୃଭାଷା ଦିବସ ୨୧ ଫେବୃୟାରୀରେ ପାଳନ କରାଯାଉଛି । ୟୁନେସ୍କୋ ୧୭ ନଭେମ୍ବର ୧୯୯୯ ରେ ଏହି ଦିବସ ଘୋଷଣା କରିଥିଲା । ପରେ ୨୧ ଫେବୃୟାରୀ,୨୦୦୦ରେ ପ୍ରଥମେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯାଇଥିଲା । ବିଶ୍ୱରେ ଭାଷା ଏବଂ ସଂସ୍କୃତିର ବିବିଧତାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି ।

ମାତୃଭାଷାର ସୁରକ୍ଷା ପାଇଁ ଏହି ଦିବସରେ ସଚେତନତା ସୃଷ୍ଟି କରାଯାଏ । ଏହି ଦିବସ ଘୋଷଣା କରାଯିବା ଦ୍ୱାରା ୧୯୫୨ର ବାଂଲାଦେଶ ଭାଷା ଆନ୍ଦୋଳନ ଦିବସକୁ ସ୍ମରଣ କରାଯାଇଥାଏ । ଆନ୍ଦୋଳନକାରୀମାନେ ବେଙ୍ଗଲୀ ଭାଷାକୁ ସ୍ବୀକୃତି ଦେବା ଲାଗି ଲଢେଇ କରୁଥିଲେ । ୨୧ ଫେବୃୟାରୀରେ ବାଂଲାଦେଶୀ ଭାଷା ଆନ୍ଦେଳନରେ ରାଜଧାନୀ ଢାକାରେ ୪ ଜଣ ବେଙ୍ଗଲୀ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା । ସେମାନଙ୍କ ବଳିଦାନକୁ ସମ୍ମାନ ଜଣାଇ ଏହି ଦିନ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯିବା ପାଇଁ ଜାତିସଂଘ ନିଷ୍ପତ୍ତି ନେଇଥିଲା ।

ପରେ ଜାତିସଂଘ ସାଧାରଣ ପରିଷଦ ୨୦୦୮କୁ ଅନ୍ତର୍ଜାତୀୟ ଭାଷା ବର୍ଷ ଭାବେ ଘୋଷଣା କରି ପୁଣି ଏହାର ମହତ୍ତ୍ୱକୁ ପ୍ରତିପାଦନ କରିଛି । ୨୦୦୨ରୁ ଏକ ନିର୍ଦ୍ଦିଷ୍ଟ ସ୍ଲୋଗାନ ନେଇ ଏହି ଦିବସ ପାଳନ କରାଯାଇଆସୁଅଛି । ଉକ୍ତ ଦିବସର ପ୍ରଥମ ସ୍ଲୋଗନ ଥିଲା-‘ଭାଷା ବିବିଧତା : ବିପଦରେ ୩ ହଜାର ଭାଷା’ ।

ନିକଟରେ କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାପଡିଛି ଯେ, ବିଶ୍ୱରେ ଏବେ ୬୦୦୦ରୁ ଊର୍ଦ୍ଧ୍ୱ କଥିତ ଭାଷା ମଧ୍ୟରୁ ୪୫ ପ୍ରତିଶତ ବିପଦରେ । ଏହି ଭାଷାଗୁଡିକ ମଧ୍ୟରୁ ମାତ୍ର କେତେ ଶହ ଭାଷାକୁ ଏବେ ଶିକ୍ଷା କ୍ଷେତ୍ରରେ ସ୍ଥାନ ଦିଆଯାଇଛି ଓ ଶହେରୁ କମ୍‌ ଭାଷା ଡିଜିଟାଲ ଓ୍ବାଲର୍‌ଡରେ ବ୍ୟବହାର କରାଯାଉଛି । ଭାଷା ଆମ ସଂସ୍କୃତିର ରକ୍ଷକ । ଭାଷା ଦିବସ ପାଳନ କରାଯିବା ଦ୍ୱାରା ଭାଷାଗତ ବିବିଧତା ଓ ବହୁ ଭାଷୀ ଶିକ୍ଷାକୁ ସଶକ୍ତ କରିବା ସହ ଭାଷାଗତ ତଥା ସାଂସ୍କୃତିକ ପରମ୍ପରା ପ୍ରତି ସଚେତନତା ସୃଷ୍ଟି କରାଯାଇପାରୁଛି ।

ବିଶ୍ୱରେ ଏହି ଦିବସ ବାଂଲାଦେଶରେ ମଧ୍ୟ ନିଆରା ଢଙ୍ଗରେ ପାଳନ କରାଯାଏ । ଏହି ଦିବସରେ ଭାଷା ଆନ୍ଦୋଳନରେ ଶହୀଦ ହୋଇଥିବା ଶହୀଦ ସ୍ମାରକୀରେ ଫୁଲ ଅର୍ପଣ କରାଯିବା ସହ ଏହିଦିନିକୁ ଛୁଟି ଘୋଷଣା କରାଯାଇଥାଏ । ପ୍ୟାରିସ ୟୁନେସ୍କୋ ମୁଖ୍ୟାଳୟରେ ମଧ୍ୟ ପାଳନ କରାଯାଏ । ସ୍କୁଲ୍‌ ଗୁଡିକରେ ପିଲାମାନଙ୍କୁ ମାତୃଭାଷାରେ କହିବା ଓ ଲେଖିବାକୁ କୁହାଯାଏ । ‘ବିବିଧତା ମଧ୍ୟରେ ଏକତା’କୁ ନେଇ ଭାରତ ବିଶ୍ୱରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ।

ଏହାର ସମୃଦ୍ଧ ସାଂସ୍କୃତିକ ପରିବେଶ କ୍ଷେତ୍ରରେ ଭାଷାର ଭୂମିକା ରହିଛି । ଏଣୁ ଭାରତରେ ଏହି ଦିବସ ପାଳନ କରାଯିବାର ଅନେକ ଗୁରୁତ୍ୱ ଅଛି । ଭାଷାର କୌଣସି ସୀମା ନାହିଁ । ମାତୃଭାଷାର ସୁରକ୍ଷା କରି ଏହାକୁ ସମୃଦ୍ଧ କରାଯାଇପାରିଲେ ବିଶ୍ୱରେ ଶାନ୍ତି, ବିକାଶ ଓ ଏକତା ସହଜରେ ପ୍ରତିଷ୍ଠା ହୋଇପାରିବ ।

ଏଥିସହ ପଢ଼ନ୍ତୁ:  ଓଡ଼ିଶା ଦିବସରୁ ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ହେବ ସ୍ୱତନ୍ତ୍ର ଭିସା ଆବେଦନ କେନ୍ଦ୍ର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mother Language Day | International Mother Language Day: A Celebration of Linguistic Diversity | Argus News