କୋଲକାତାରେ ମହିଳା ପିଜି ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ

ଅର୍ଗସ ବ୍ୟୁରୋ: ମହିଳା ପିଜି ଡାକ୍ତରଙ୍କୁ ବିଭତ୍ସ ହତ୍ୟା ପରେ ଉଠୁଛି ପଡୁଛି କୋଲକାତା । ବିଭିନ୍ନ ଡାକ୍ତରଖାନା ବାହାରେ ଆରମ୍ଭ ହୋଇଛି ବିକ୍ଷୋଭ । ଅପରାଧୀକୁ ଦଣ୍ଡ ଦିଆଯାଉ ଓ ମୃତ ଡାକ୍ତରଙ୍କ ପରିବାରକୁ ନ୍ୟାୟ ମିଳୁ ବୋଲି ଦାବି ବଢ଼ିଚାଲିଛି।
ସୂଚନା ଅନୁସାରେ ସହରରେ ଥିବା ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତରଙ୍କୁ ନିର୍ମମ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ହଷ୍ଟେଲ ବିଲ୍ଡିଂରେ ଡାକ୍ତରଙ୍କୁ ଅର୍ଦ୍ଧନଗ୍ନ ଓ କ୍ଷତବିକ୍ଷତ ଶରୀର ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ ସହପାଠୀ । ସୂଚନା ଅନୁସାରେ ରାତ୍ରିଭୋଜନ ପରେ ବିଲ୍ଡିଂର ଉପର ମହଲାକୁ ପାଠ ପଢିବାକୁ ଯାଇଥିଲେ ଓ ଭୋରରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
କୋଲକାତାରେ ଟ୍ରେନି ଡାକ୍ତରଙ୍କ ମୃତ୍ୟୁକୁ ନେଇ ବିବାବ ବଢୁଥିବା ବେଳେ ବିକ୍ଷୋଭ ପଦର୍ଶନ କରିଛନ୍ତି ନର୍ସ। । ତେବେ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପୋଲିସ କହିଛି। ପୋଲିସ ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି। ସେପଟେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀଙ୍କୁ କଡ଼ାଦଣ୍ଡ ମିଳିବ ବୋଲି କହିଛନ୍ତି ମମତା ସରକାର । ମୁଖ୍ୟମନ୍ତ୍ରୀ ଏକଥା ମଧ୍ୟ କହିଛନ୍ତି ଯଦି ଦରକାର ପଡେ ତେବେ ଦୋଷୀକୁ ଦିଆଯିବ ଫାଶୀଦଣ୍ଡ। ସେପଟେ ମାମଲାର ସିବିଆଇ ତଦନ୍ତ ଦାବି କରିଛି ବିଜେପି। ଟିଏମସି ସରକାରଙ୍କ ଶାସନରେ ରାଜ୍ୟରେ ଅପରାଧ ବଢ଼ୁଥିବା ଅଭିଯୋଗ କରିଛି ଦଳ।
ଅଧିକ ପଢ଼ନ୍ତୁ ଭାରତ ଖବର