Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଉତ୍ତରପ୍ରଦେଶ ବହରାଇଚରେ ଗଧିଆ ପଲଙ୍କ ଆତଙ୍କ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଉତ୍ତରପ୍ରଦେଶ ବହରାଇଚରେ ଗଧିଆ ପଲଙ୍କ ଆତଙ୍କ

ଅର୍ଗସ ବ୍ୟୁରୋ:  ଉତ୍ତରପ୍ରଦେଶ ବହରାଇଚରେ ଗଧିଆ ପଲଙ୍କ ଆତଙ୍କ । ଆତଙ୍କ ଖେଳାଇଥିବା ଆଉ ଏକ ଗଧିଆକୁ କାବୁ କରିଛି ବନ ବିଭାଗ । ବହରାଇଚର ହରବାକ୍ ପୁରୱା ଗାଁରୁ ଏହି ଗଧିଆକୁ କାବୁ କରିଛି ବନ ବିଭାଗ । ଗଧିଆ ପଲଙ୍କ ଆତଙ୍କ ବହରାଇଚ ଜିଲ୍ଲା ଅନ୍ତର୍ଗତ ୩୫ଟି ଗାଁରେ ଏବେ କୋକୁଆ ଭୟ ଖେଳିଯାଇଥିଲା । ଗଧିଆମାନଙ୍କୁ ଧରିବାକୁ ଦିନରାତି ଏକ କରିଦେଇଛନ୍ତି ବନବିଭାଗ କର୍ମଚାରୀ, ପୋଲିସ ଓ ସ୍ଥାନୀୟ ବାସିନ୍ଦା। ଡ୍ରୋନ ସାହାଯ୍ୟରେ ଗଧିଆମାନଙ୍କ ଗତିବିଧି ଉପରେ ନଜର ରଖାଯାଉଛି। ଏଯାବତ୍ 5ଟି ଗଧିଆଙ୍କୁ କାବୁ କରି ଚିଡ଼ିଆଖାନାରେ ଛଡ଼ାଯାଇଥିବା ସୂଚନା ମିଳିଛି । ଆଉ ଏକ ଗଧିଆକୁ ଧରିବା ପାଇଁ ଏବେ ବି ଚାଲିଛି ଉଦ୍ୟମ । ଏକ ମାସ ଭିତରେ 10 ଜଣଙ୍କର ଜୀବନ ଯାଇଥିବା ବେଳେ 30ରୁ ଅଧିକ ଲୋକେ ଗୁରୁତର ହୋଇଛନ୍ତି । ବାହରାଇଚ ହରବାକ୍ ପୁରୱା ଗାଁରୁ  ଏହି ଗଧିଆକୁ କାବୁ କରିଛି ବନ ବିଭାଗ ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Fifth man-eater wolf caught in UP's Bahraich, one still on the loose | Argus News