Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରାତି ପାହିଲେ ଦେଶରେ ପଞ୍ଚମ ପର୍ଯ୍ୟାୟ ମତଦାନ

National

ରାତି ପାହିଲେ ଦେଶରେ ପଞ୍ଚମ ପର୍ଯ୍ୟାୟ ମତଦାନ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ରାତି ପାହିଲେ ଦେଶରେ ପଞ୍ଚମ ପର୍ଯ୍ୟାୟ ମତଦାନ

ଅର୍ଗସ ବ୍ୟୁରୋ:  ରାତି ପାହିଲେ ଦେଶରେ ପଞ୍ଚମ ପର୍ଯ୍ୟାୟ ମତଦାନ । ଶନିବାରଠୁ ଶେଷ ହୋଇଛି ପଞ୍ଚମ ପର୍ଯ୍ୟାୟ ପାଇଁ  ପ୍ରଚାର । 2024 ସାଧାରଣ ନିର୍ବାଚନର 4ଟି ପର୍ଯ୍ୟାୟ ଭୋଟିଂ ଶେଷ ହୋଇଥିବା ବେଳେ ଆଉ 3ଟି ପର୍ଯ୍ୟାୟ ଭୋଟିଂ ବାକି ରହିଛି । ପଞ୍ଚମ ପର୍ଯ୍ୟାୟରେ 8ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର 49 ଟି ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହେବ ମତଦାନ । ବିହାର, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଜମ୍ମୁ-କାଶ୍ମୀର ଓ ଲଦାଖରେ ଭୋଟ୍ ଗ୍ରହଣ ହେବ । ବିହାରର 5 ସିଟ୍, ଝାଡ଼ଖଣ୍ଡର 3 ସିଟ୍, ମହାରାଷ୍ଟ୍ର 13 ସିଟ୍, ଉତ୍ତରପ୍ରଦେଶର 14 ସିଟ୍, ପଶ୍ଚିମବଙ୍ଗ 7ସିଟ୍, ଓଡ଼ିଶା 5 ସିଟ୍ ଏବଂ ଜମ୍ମୁ-କାଶ୍ମୀର ଗୋଟିଏ ସିଟରେ ପଡ଼ିବ ଭୋଟ୍ ।

ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ନିଜ ମନପସନ୍ଦର ପ୍ରାର୍ଥୀ ବାଛିବେ ମତଦାତା । ତେବେ ଏହି ସବୁ ସିଟ୍ ଭିତରୁ ବହୁ ହେଭିଓ୍ବେଟ ନିଜର ଭାଗ୍ୟ ପରୀକ୍ଷା କରିବେ । ମହାରାଷ୍ଟ୍ର ମୁମ୍ବାଇ ନର୍ଥରୁ ବିଜେପିରୁ ପିୟୁଷ ଗୋଏଲ, ଉତ୍ତପ୍ରଦେଶ ରାଏବରେଲୀରୁ ରାହୁଲ ଗାନ୍ଧୀ, ଲୌକ୍ଷ୍ନରେ ରାଜନାଥ ସିଂ, ଆମେଠିରୁ ସ୍ମୃତି ଇରାନୀ, ଜମ୍ମୁ-କଶ୍ମୀର ବାରମୁଳାରୁ ଉମର ଅବଦ୍ଦୁଲା ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର୍ ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Fifth phase of the Lok Sabha Elections | Argus News