Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଶେଷରେ ପିଏମଶ୍ରୀ ସ୍କୁଲ ପାଇଁ ରାଜ୍ୟ ସରକାର କେନ୍ଦ୍ର ସହ କରିବେ ଚୁକ୍ତି

Ritu Das
Browse all articles by Ritu Das
·2 years ago·2 min read
ଶେଷରେ ପିଏମଶ୍ରୀ ସ୍କୁଲ ପାଇଁ ରାଜ୍ୟ ସରକାର କେନ୍ଦ୍ର ସହ କରିବେ ଚୁକ୍ତି

ଅର୍ଗସ ବ୍ୟୁରୋ: ଓଡ଼ିଶାରେ ପିଏମଶ୍ରୀ ବିଦ୍ୟାଳୟ ଖୋଲିବା ରାସ୍ତାରୁ ହଟିବାକୁ ଯାଉଛି ବାଧା। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ସହ ଚୁକ୍ତି ପାଇଁ ଶେଷରେ ରାଜି ହୋଇଛନ୍ତି ରାଜ୍ୟ ସରକାର। ଆସନ୍ତା ଶିକ୍ଷା ବର୍ଷରୁ ଏହା ରାଜ୍ୟରେ କାର୍ଯ୍ୟକାରୀ ହେବେ ବୋଲି କୁହାଯାଇଛି। ପୂର୍ବରୁ ଓଡ଼ିଶାକୁ ଛାଡି ପ୍ରାୟ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ସହ ଏମୟଓୁ ସ୍ବାକ୍ଷର କରିସାରିଛନ୍ତି। କିନ୍ତୁ ବିଜେଡି ସରକାର ଜାଣିଶୁଣି ବିଳମ୍ବ କରିବା ଯୋଗୁଁ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଖରେ ବିଳମ୍ବରେ ପହଞ୍ଚିବ ଏହି ଯୋଜନାର ଫାଇଦା।

ଏନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତିନି ତିନି ଥର ଚିଠି ଲେଖିଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଲେଖିଥିଲେ ଜାତୀୟ ଶିକ୍ଷା ନୀତିର କଳ୍ପନାକୁ କାର୍ଯ୍ୟକାରୀ କରିବା ଦିଗରେ ପିଏମ ଶ୍ରୀ ସ୍କୁଲ ଏକ ମହତ୍ବପୂର୍ଣ୍ଣ ପଦକ୍ଷେପ, ଯାହା ଭାରତକୁ ଜ୍ଞାନଭିତ୍ତିକ ସମାଜରେ ପରିଣତ କରିବ। ପିଏମ ଶ୍ରୀ ସ୍କୁଲ ଶିକ୍ଷା ଗ୍ରହଣକୁ ଅଧିକ ଆନନ୍ଦମୟ କରିବା ସହ ସେହି ଅଞ୍ଚଳର ଶିକ୍ଷା ଗ୍ରହଣର ପରିବେଶକୁ ସୁଧାରିବାରେ ନେତୃତ୍ବ ନେବ। ତେଣୁ ପିଏମଶ୍ରୀ ସ୍କୁଲ ପାଇଁ ରାଜ୍ୟରେ ଏମଓୟୁ କରିବାକୁ ରାଜ୍ୟ ସରକାରଙ୍କୁ ବାରମ୍ବାର ଅପିଲ କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। 

ସାରା ଦେଶରେ ପିଏମଶ୍ରୀ ସ୍କୁଲକୁ ନେଇ ପ୍ରବଳ ଆଗ୍ରହ ଓ ଉତ୍କଣ୍ଠା। ସମସ୍ତେ ଚାହୁଁଛନ୍ତି ନିଜ ଅଞ୍ଚଳରେ ହେଉ  ପିଏମଶ୍ରୀ ବିଦ୍ୟାଳୟ। ସାରା ଦେଶରେ ମୋଟ୍ ୨୭ ହଜାର ୩୬୦ କୋଟି ଟଙ୍କା ମୂଲ୍ୟରେ ୧୪ ହଜାର ୫୦୦ରୁ ଅଧିକ ସ୍କୁଲକୁ ଏହି ପିଏମ ଶ୍ରୀ ଯୋଜନାରେ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛି କେନ୍ଦ୍ର। ଯେଉଁଥିରେ ଓଡ଼ିଶାରେ ୮୦୦ ସ୍କୁଲ ପାଇଁ ୧୬ ଶହ କୋଟି ଖର୍ଚ୍ଚ କରାଯିବାର ଆକଳନ କରାଯାଇଛି । କିନ୍ତୁ ଓଡ଼ିଶାରେ ପିଏମଶ୍ରୀ ସ୍କୁଲ ଖୋଲିଲେ କାଳେ ଶ୍ରେୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚାଲିଯିବ ସେଥିପାଇଁ ଜାଣିଶୁଣି ରାଜ୍ୟ ସରକାର ଚିକ୍ତି କରିବାରେ ବିଳମ୍ବ କରିଥିବା ନେଇ ହୋଇଛି ଅଭିଯୋଗ।  ସାରା ଦେଶରେ ୨୦ ଲକ୍ଷ ପିଲାଙ୍କୁ ଏହାର ଲାଭ ମିଳିବାକୁ ଥିବା ବେଳେ ଓଡ଼ିଶା ପିଲା କେବଳ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ପାଇଁ ପଛରେ ପଡ଼ିଯାଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Sponsored
Finally, the state | Argus News