ଆସନ୍ତାକାଲି ବଜେଟ୍କୁ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଅର୍ଗସ ବ୍ୟୁରୋ: ବର୍ଷ ୨୦୨୪-୨୫ ଅନ୍ତରୀଣ ବଜେଟ୍କୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତାକାଲି ଉପସ୍ଥାପନ କରିବେ । ଏହା ପୂର୍ବରୁ ଅର୍ଥ ମନ୍ତ୍ରଣାଳୟ ଦେଶର ଅର୍ଥନୀତି ଉପରେ ଏକ ରିପୋର୍ଟ ଜାରି କରିଛି। ମନ୍ତ୍ରଣାଳୟ ‘ଭାରତୀୟ ଅର୍ଥନୀତି: ଏକ ସମୀକ୍ଷା’ ଶୀର୍ଷକ ରିପୋର୍ଟ ପ୍ରକାଶ ପାଇଛି। ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ୱରନଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ରିପୋର୍ଟ ଅନୁଯାୟୀ, ଦେଶର ଅର୍ଥନୀତି ୨୦୩୦ ସୁଦ୍ଧା ୭ ଟ୍ରିଲିୟନ ଡଲାରରେ ପହଞ୍ଚିବ। ଏହାଫଳରେ ଭାରତ ବିଶ୍ବର ତୃତୀୟ ବୃହତ୍ ଅର୍ଥବ୍ୟବସ୍ଥା ହେବ। ମୋଦି ସରକାରଙ୍କ ୧୦ ବର୍ଷର ଯାତ୍ରା ଉଜ୍ବଳ ଭବିଷ୍ୟତର ସଂକେତ ଦେଉଛି । ରିପୋର୍ଟରେ କୁହାଯାଇଛି, ଦେଶର ଅର୍ଥନୀତି ୨୦୩୦ ସୁଦ୍ଧା ୭ ଟ୍ରିଲିୟନ ଡଲାରରେ ପହଞ୍ଚିବ ।
ଭାରତ ଏବେ ୩.୭ ଟ୍ରିଲିୟନ ଡଲାର ସହ ଚତୁର୍ଥ ସବୁଠୁ ବଡ଼ ଅର୍ଥବ୍ୟବସ୍ଥା । ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥବ୍ୟବସ୍ଥା ପାଖାପାଖି ୭ ପ୍ରତିଶତ ବଢ଼ିବ । ମୋଦି ସରକାରଙ୍କ ୧୦ ବର୍ଷର ଯାତ୍ରା ଉଜ୍ବଳ ଭବିଷ୍ୟତର ସଂକେତ ଦେଉଛି । ଘରୋଇ ବଜାରରେ ଚାହିଦା ବୃଦ୍ଧି ଅର୍ଥନୀତିକୁ ଦୃଢ କରିବ । ଭାରତ ବିଶ୍ବର ତୃତୀୟ ବୃହତ୍ ଅର୍ଥବ୍ୟବସ୍ଥା ହେବ । ବିଶ୍ବ ବଜାରରେ ଭାରତୀୟ ସାମଗ୍ରୀର ଦବଦବା ବୃଦ୍ଧି ପାଇଛି । ମାନବ ସମ୍ବଳର ସନ୍ତୁଳିତ ବ୍ୟବହାର କରିପାରିଛି ଭାରତ । ସରକାରୀ ଉଦ୍ୟୋଗରେ 3 ଗୁଣା ନିବେଶ ବୃଦ୍ଧି ପାଇଛି । ଘରୋଇ ଚାହିଦା, ବ୍ୟକ୍ତିଗତ ଖର୍ଚ୍ଚ ଏବଂ ନିବେଶର ବୃଦ୍ଧି ଘଟିଛି । ରେକର୍ଡ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ବେକାରୀ ହାର ହ୍ରାସ ପାଇଛି । ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି ହୋଇଛି । ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଦେଶ କରିବା ନେଇ ଲକ୍ଷ୍ୟ ରହିଛି ।
ଅଧିକ ପଢ଼ନ୍ତୁ ଦେଶ ଖବର: