Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଇନଷ୍ଟାଗ୍ରାମରେ କେତେ ଫଲୋଅର୍ସ ଓ କ'ଣ କଲେ ମିଳିବ ଟଙ୍କା ଜାଣନ୍ତୁ...

Rashmita Mishra
Browse all articles by Rashmita Mishra
·1 year ago·2 min read
ଇନଷ୍ଟାଗ୍ରାମରେ କେତେ ଫଲୋଅର୍ସ ଓ କ'ଣ କଲେ ମିଳିବ ଟଙ୍କା ଜାଣନ୍ତୁ...

Key Points

କେତେ ଫଲୋଅର୍ସ ଥିଲେ ରୋଜଗାର ଆରମ୍ଭ ହୁଏ?

ଲାଇକ୍‌ରୁ କ’ଣ ଟଙ୍କା ମିଳେ?
କେଉଁ ଉପାୟରେ ରୋଜଗାର ହୁଏ...ଜାଣନ୍ତୁ

ଆଜିର ଡିଜିଟାଲ ଯୁଗରେ ଇନଷ୍ଟାଗ୍ରାମ କେବଳ ଫୋଟୋ ଓ ଭିଡିଓ ସେୟାର କରିବାର ପ୍ଲାଟଫର୍ମ ନୁହେଁ, ବରଂ ଏହା ଏକ ବଡ଼ ଆୟର ମାଧ୍ୟମ ହୋଇ ସାମ୍ନାକୁ ଆସିଛି। ଲକ୍ଷ ଲକ୍ଷ ଉପଭୋକ୍ତା ଏହି ସୋସିଆଲ ମିଡିଆ ଆପ୍‌ ଜରିଆରେ କେବଳ ପରିଚୟ ହାସଲ କରୁନାହାନ୍ତି, ବରଂ ଭଲ ରୋଜଗାର ମଧ୍ୟ କରୁଛନ୍ତି। କିନ୍ତୁ ପ୍ରଶ୍ନ ଉଠୁଛି, ଇନଷ୍ଟାଗ୍ରାମରେ କେବେ ଓ କିପରି ରୋଜଗାର ଆରମ୍ଭ ହୁଏ? କେବଳ ଲାଇକ୍‌ ଓ ଫଲୋଅର୍ସ ମାଧ୍ୟମରେ କ’ଣ ଟଙ୍କା ମିଳେ, ନା ଆଉ କିଛି ସର୍ତ୍ତ ରହିଛି?

ଇନଷ୍ଟାଗ୍ରାମ କ’ଣ ନିଜେ ଟଙ୍କା ଦେଉଛି?
ଇନଷ୍ଟାଗ୍ରାମରେ ୟୁଟ୍ୟୁବ ଭଳି କୌଣସି ସିଧାସଳଖ ମୋନିଟାଇଜେସନ ସିଷ୍ଟମ ନାହିଁ, ଯେଉଁଠାରେ ବିଜ୍ଞାପନ ମାଧ୍ୟମରେ ରୋଜଗାର ହୁଏ। କିନ୍ତୁ ଇନଷ୍ଟାଗ୍ରାମ ଏବେ କିଛି ସୀମିତ ଦେଶରେ “ଇନଷ୍ଟାଗ୍ରାମ କ୍ରିଏଟର ମୋନେଟାଇଜେସନ” ଫିଚର୍ସ ଆରମ୍ଭ କରିଛି, ଯେପରିକି ଲାଇଭରେ ବ୍ୟାଜ୍‌, ରିଲ୍ସ ବୋନାସ ଓ ଆଫିଲିଏଟ ପ୍ରୋଗ୍ରାମ, ଯାହା ମାଧ୍ୟମରେ କିଛି କ୍ରିଏଟର ରୋଜଗାର କରିପାରୁଛନ୍ତି। ଭାରତରେ ବର୍ତ୍ତମାନ ଏହି ଫିଚର୍ସ ସମସ୍ତଙ୍କ ପାଇଁ ଉପଲବ୍ଧ ନାହିଁ, ତଥାପି ଲକ୍ଷାଧିକ କ୍ରିଏଟର ବ୍ରାଣ୍ଡ ଡିଲ୍‌, ସ୍ପନସରଶିପ ଓ ପ୍ରୋମୋସନ ମାଧ୍ୟମରେ ରୋଜଗାର କରୁଛନ୍ତି।

କେତେ ଫଲୋଅର୍ସ ଥିଲେ ରୋଜଗାର ଆରମ୍ଭ ହୁଏ?

ଇନଷ୍ଟାଗ୍ରାମରେ ରୋଜଗାର ଆପଣଙ୍କ ଫଲୋଅର୍ସ ସଂଖ୍ୟା, ଏନଗେଜମେଣ୍ଟ ରେଟ ଓ କଣ୍ଟେଣ୍ଟର ଗୁଣବତ୍ତା ଉପରେ ନିର୍ଭର କରେ। ସାଧାରଣତଃ, ଯଦି ଆପଣଙ୍କର ଏନଗେଜମେଣ୍ଟ ଭଲ (ଅର୍ଥାତ୍‌ ଲାଇକ୍‌, କମେଣ୍ଟ ଓ ଷ୍ଟୋରୀ ଭ୍ୟୁ ନିୟମିତ ରହୁଛି), ତେବେ ଛୋଟ ବ୍ରାଣ୍ଡମାନେ ଆପଣଙ୍କୁ ପ୍ରୋମୋସନ ପାଇଁ ଯୋଗାଯୋଗ କରିପାରନ୍ତି। ଏହି ସ୍ତରରେ ଗୋଟିଏ ପୋଷ୍ଟ ପାଇଁ ୧,୦୦୦ରୁ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ମିଳିପାରେ। ଏହା ଆପଣଙ୍କୁ ମିଡ-ଲେଭେଲ ଇନଫ୍ଲୁଏନସର ବୋଲି ଗଣାଯାଏ। ବଡ଼ କମ୍ପାନୀ କିମ୍ବା ଷ୍ଟାର୍ଟଅପ୍‌ଗୁଡ଼ିକ ସ୍ପନସରଶିପ ପାଇଁ ୧୦,୦୦୦ରୁ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଦେଇପାରନ୍ତି। ଯଦି ଆପଣ ମାକ୍ରୋ କିମ୍ବା ମେଗା ଇନଫ୍ଲୁଏନସର ହୁଅନ୍ତି, ତେବେ ଗୋଟିଏ ପୋଷ୍ଟ ପାଇଁ ଲକ୍ଷାଧିକ ଟଙ୍କା ମିଳିପାରେ, ବିଶେଷକରି ଯଦି ଆପଣଙ୍କର ଏନଗେଜମେଣ୍ଟ ଦମଦାର ହୁଏ।

ଲାଇକ୍‌ରୁ କ’ଣ ଟଙ୍କା ମିଳେ?
ସିଧାସଳଖ ଭାବେ ଲାଇକ୍‌ରୁ ଟଙ୍କା ମିଳେ ନାହିଁ। କିନ୍ତୁ ଏହା ଆପଣଙ୍କର ଏନଗେଜମେଣ୍ଟକୁ ପ୍ରତିଫଳିତ କରେ। ଯେତେ ଅଧିକ ଲାଇକ୍‌ ଓ କମେଣ୍ଟ ରହିବ, ବ୍ରାଣ୍ଡମାନଙ୍କୁ ସେତେ ଅଧିକ ଭରସା ହେବ ଯେ ଆପଣଙ୍କର କଣ୍ଟେଣ୍ଟ ଲୋକଙ୍କୁ ପସନ୍ଦ ହେଉଛି ଏବଂ ତାଙ୍କ ପ୍ରୋଡକ୍ଟକୁ ପ୍ରୋମୋଟ କଲେ ଏହାର ପ୍ରଭାବ ପଡ଼ିବ। ଏହି କାରଣରୁ ବ୍ରାଣ୍ଡମାନେ ଆପଣଙ୍କ ପୋଷ୍ଟରେ ଲାଇକ୍‌ ଓ ଭ୍ୟୁ ଦେଖି ଡିଲ୍‌ ନିର୍ଣ୍ଣୟ କରନ୍ତି।

କେଉଁ ଉପାୟରେ ରୋଜଗାର ହୁଏ?
ବ୍ରାଣ୍ଡ ସ୍ପନସରଶିପ: କମ୍ପାନୀମାନେ ଆପଣଙ୍କ ଆକାଉଣ୍ଟ ଜରିଆରେ ନିଜର ପ୍ରୋଡକ୍ଟକୁ ପ୍ରୋମୋଟ କରନ୍ତି।
ଆଫିଲିଏଟ ମାର୍କେଟିଂ: ଆପଣ ଷ୍ଟୋରୀ କିମ୍ବା ପୋଷ୍ଟରେ କୌଣସି ପ୍ରୋଡକ୍ଟର ଲିଙ୍କ ଦିଅନ୍ତି, ଏବଂ ସେହି ଲିଙ୍କ ମାଧ୍ୟମରେ କିଣାକିଣି ହେଲେ କମିସନ ମିଳେ।
ପ୍ରୋଡକ୍ଟ ବିକ୍ରି: ଆପଣ ନିଜର ଡିଜିଟାଲ କିମ୍ବା ଫିଜିକାଲ ପ୍ରୋଡକ୍ଟ ବିକ୍ରି କରିପାରନ୍ତି, ଯେପରିକି ପୋଷାକ, କୋର୍ସ, ଇ-ବୁକ ଇତ୍ୟାଦି।
ଇନଷ୍ଟାଗ୍ରାମ ଲାଇଭ ବ୍ୟାଜ୍‌: ଲାଇଭ ସେସନରେ ଫ୍ୟାନ୍‌ମାନେ ବ୍ୟାଜ୍‌ କିଣି ଆପଣଙ୍କୁ ସମର୍ଥନ କରିପାରନ୍ତି (ସୀମିତ ଦେଶରେ ଉପଲବ୍ଧ)।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
find-out-how-many-followers-you-can-have-on-instagram-and-what-you-can-do-to-earn-money | Argus News