Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଜାଣନ୍ତୁ ଭାରତରୁ ପାକିସ୍ତାନୀ ନଗଲେ କଣ କାର୍ଯ୍ୟାନୁଷ୍ଠାନ ନିଆଯିବ ?

National

ଜାଣନ୍ତୁ ଭାରତରୁ ପାକିସ୍ତାନୀ ନଗଲେ କଣ କାର୍ଯ୍ୟାନୁଷ୍ଠାନ ନିଆଯିବ ?

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ଜାଣନ୍ତୁ ଭାରତରୁ ପାକିସ୍ତାନୀ ନଗଲେ କଣ କାର୍ଯ୍ୟାନୁଷ୍ଠାନ ନିଆଯିବ ?

ପହଲଗାମ ଆତଙ୍କୀ ହମ୍‌ଲା ପରେ ପାକିସ୍ତାନୀ ଲୋକ ତୁରନ୍ତ ଭାରତ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ଭାରତ ସରକାର। ଏଥିପାଇଁ ସରକାର ଶେଷ ତାରିଖ ୨୭ ତାରିଖ ରଖିଥିବା ବେଳେ ଚିକିତ୍ସା ଭିସାର ଶେଷ ତାରିଖ ୨୯ ଅପ୍ରେଲ ରହିଛି। ଯେଉଁମାନେ ଏହି ତାରିଖ ମଧ୍ୟରେ ଭାରତ ନଛାଡିବେ କିମ୍ବା ଚତୁରତା କରି ବେଆଇନ୍ ଭାବରେ ରହିବେ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବେ କେନ୍ଦ୍ର ସରକାର। ମାମଲା ରୁଜ୍ଜୁ ସହ ୩ ବର୍ଷ ଜେଲ୍ ଦଣ୍ଡ ସହ ୩ ଲକ୍ଷ ପର୍ଯ୍ୟନ୍ତ ଦେବାକୁ ପଡିପାରେ ଜରିମାନା।


୨୨ତାରିଖ ସଂଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ସୁରକ୍ଷା ସଂପର୍କିତ କ୍ୟାବିନେଟ ବୈଠକରେ ପାକିସ୍ତାନୀ ନାଗରିକଙ୍କ ଭିସା ରଦ୍ଦ କରିବାକୁ ନିଷ୍ପତ୍ତି ହୋଇଥିଲା । ଶୁକ୍ରବାର ଗୃହମନ୍ତ୍ରୀ ଅମିତ ଶାହା ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଫୋନ୍ କରି ଦେଶ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏନେଇ ମୁଖ୍ୟମନ୍ତ୍ରୀ ମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଭାରତରେ ରହୁଥିବା ପାକିସ୍ତାନୀଙ୍କୁ ୪୮ ଘଣ୍ଟାର ସମୟ ଦେଇଥିଲେ। ତେବେ ଏହି ସମୟରେ ଜଣା ପଡିଥିଲା ଭାରତରେ ଓଡ଼ିଶାରେ ୧୨ ଜଣ ପାକିସ୍ତାନୀ ନାଗରିକ ରହୁଥିବା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେମାନଙ୍କୁ ତୁରନ୍ତ ଚିହ୍ନଟ କରି ବିଦା କରିବାକୁ ଅମିତ ଶାହା ନିର୍ଦ୍ଦେଶ ଦେଇଥିଲେ। ଭାରତରୁ ଏବେ ବହୁ ସଂଖ୍ୟାରେ ପାକିସ୍ତାନୀ ନିଜ ଦେଶକୁ ଫେରୁଛନ୍ତି। କିଛି ଲୋକଙ୍କ ଭିସାର ବୈଧତା ସରିଥିଲେ ମଧ୍ୟ ସେମାନେ ଭାରତରେ ରହି ଆସୁଥିଲେ। ଭାରତରେ ବିବାହ କରି ରହୁଥିବା ଦେଖିବାକୁ ମିଳିଛି। ସେପଟେ ଆତଙ୍କୀଙ୍କ ଠିକଣା ଖୋଜି ଘର ଭାଙ୍ଗୁଛି ଭାରତୀୟ ସେନା । ଗୋଟିଏ ପରେ ଗୋଟିଏ ଆତଙ୍କୀ ଠିକଣାରେ ଆଇଡି ବିସ୍ଫୋରଣ ହେଉଛି। 


Sponsored
Find out what action will be taken if Pakistanis do not leave India | Argus News