ଜାଣନ୍ତୁ ତୁର୍କୀ ଡ୍ରୋନ କାହିଁକି ବ୍ୟବହାର କରୁଛି ପାକିସ୍ତାନ ?

ପାକିସ୍ତାନ ଓ ଭାରତ ମଧ୍ୟରେ ଚାଲିଥିବା ଏହି ଅଘୋଷିତ ଯୁଦ୍ଧରେ ଉଭୟ ଦେଶ ପକ୍ଷରୁ ଚାଲିଛି ଆକ୍ରମଣ ଓ ପ୍ରତିଆକ୍ରମଣ। ଭାରତର ମୁହଁ ତୋଡ ଜବାବରେ ଘାଇଲା ହୋଇ ପଡ଼ିଛି ପାକିସ୍ତାନ। ପାକିସ୍ତାନ ଭିତରେ ପଶି ବଡ଼ବଡ଼ ସହରରେ ବିସ୍ଫୋରଣ କରୁଛି ଭାରତ। ଏପ୍ରିଲ ୨୨ ତାରିଖ ପହଲଗାମରେ ହାତଙ୍କୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଛି।
ଭାରତ ପକ୍ଷରୁ ପାକିସ୍ତାନର ଆର୍ଥିକ ବ୍ୟବସ୍ଥାକୁ ଦୃଢ ପ୍ରହାର ଦିହାଯାଇଛି। ପାକିସ୍ତାନୀଙ୍କ ଜୀବନ ରେଖା କୁହାଯାଉଥିବା ସିନ୍ଧୁ ଚୁକ୍ତିକୁ ରଦ୍ଦ କରିଛି ଭାରତ। ଏହା ସହ ସମସ୍ତ ବ୍ୟବସାୟ ବନ୍ଦ କରିବା ସହ ଅପରେସନ ସିନ୍ଦୂରରେ ଧ୍ବସଂ କରି ଦେଇଛି ପାକିସ୍ତାନର ଆତଙ୍କୀ ଆଡ୍ଡା। ଯାହାଫଳରେ ଏବେ ରାଗ ଓ ଭୋକ ବିକଳରେ ତାଟିଆ କାମୁଡିଛି ପାକିସ୍ତାନ ସରକାର ଓ ସେନା।
📱 Get Argus News App
✨ଗତ ମେ ୮ ତାରିଖରେ ପାକିସ୍ତାନ ପକ୍ଷରୁ ୩୦୦ ରୁ ୪୦୦ ଟ ଡ୍ରୋନ ଭାରତକୁ ଛଡା ଯାଇଥିଲା, ଘାତକ ଆକ୍ରମଣ ପାଇଁ। ଯାହାକୁ ପଣ୍ଡ କରିଛନ୍ତି ଭାରତୀୟ ସେନା। ତେବେ ଏହି ଡ୍ରୋନକୁ ଯାଞ୍ଚ କରିବାରୁ ଜଣା ପଡିଛି ଏହା ତୁର୍କୀର ସୋନଗର ଡ୍ରୋନ୍।
ତେବେ ଜାଣନ୍ତୁ କେତେ ଘାତକ ଏହି ତୁର୍କୀ ଡ୍ରୋନ ?
ସୋନଗର ହେଉଛି ତୁର୍କୀର ସ୍ବଦେଶୀ ଡ୍ରୋନ୍। ସୀମାବର୍ତ୍ତୀ ଅଞ୍ଚଳରୁ ଶତ୍ରୁ ପକ୍ଷକୁ ଆକ୍ରମଣ କରିବାର ପ୍ରଚଣ୍ଡ କ୍ଷମତା ରହିଛି। ବିଶେଷ କରି ଯୁଦ୍ଧ ସମୟରେ ଏହାକୁ ବ୍ୟବହାର କରିବା ପାଇଁ ଡିଜାଇନ୍ କରାଯାଇଛି। ଦୂରରେ ରହି ଏହାକୁ ପରିଚାଳନା କରିହେବ। ଏହି ଡ୍ରୋନରେ ସ୍ବୟଂ ଚାଳିତ ମେଶିନ ଗନ, ମିନି ମିସାଇଲ, ୮୧ ମିମି ମୋଟର ରାଉଣ୍ଡ, ଲଗା ଯାଇପାରିବ। ଏହାର ଓଜନ ୪୫ କିଲୋଗ୍ରାମ ରହିଥାଏ। ଯାହା ଦୀର୍ଘ ସମୟ ପର୍ଯ୍ୟନ୍ତ ଉଡିବାର କ୍ଷମତା ରଖିଛି।
ଏଥିରେ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ କ୍ୟାମେରା ଲାଗିଥାଏ। ଯାହା ଅପରେଟରକୁ ଲାଇଭ୍ ଭିଡିଓ ପ୍ରେରଣ କରିଥାଏ। ଏଥିସହ ଏହାର ବ୍ୟାଟେରୀ ସରିବା ପୂର୍ବରୁ ଏହା ଆପେଆପେ ବେସକୁ ଫେରି ଆସିଥାଏ। ଏହି ଡ୍ରୋନ ଏକ ସମୟରେ ବିଭିନ୍ନ ଦିଗକୁ ଆକ୍ରମଣ କରି ପାରିବ। ୮ ତାରିଖ ରାତିରେ ଏମିତି ୩୦୦ ରୁ ୪୦୦ ଡ୍ରୋନ ଭାରତକୁ ପଠାଇଥିଲା ପାକିସ୍ତାନ। ଯାହାକୁ ସଫଳତା ପୂର୍ବକ ନଷ୍ଟ କରି ଦେଇଛି ଭାରତ।