Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଟ୍ରକ ପଛରେ କାହିଁକି ଲେଖାହୁଏ "HORN OK PLEASE" , ଜାଣନ୍ତୁ ଏହା ପଛର କାରଣ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ଟ୍ରକ ପଛରେ କାହିଁକି ଲେଖାହୁଏ "HORN OK PLEASE" , ଜାଣନ୍ତୁ ଏହା ପଛର କାରଣ

ଅର୍ଗସ ବ୍ୟୁରୋ : ଟ୍ରକ ପଛରେ କାହିଁକି ଲେଖାହୁଏ "OK TATA" ଏବଂ "HORN OK PLEASE" । ଏମିତି ପ୍ରଶ୍ନ ଆମ ସମସ୍ତଙ୍କ ମନରେ କେବେ ନା କେବେ ଆସେ । ହେଲେ ଆଜି ଆମେ ଜାଣିବା ଏହା ପଛର କଣ ରହିଛି କାରଣ ।

ଅନେକ ସମୟରେ ଆମ ଚତୁଃପାର୍ଶ୍ବରେ ଆମେ କିଛି ଏପରି ଜିନିଷ ଦେଖନ୍ତି, ଯାହା ପଛର କାରଣ ଆମେ କେବେ ଖୋଜିବାକୁ ଚେଷ୍ଟା କରନ୍ତିନି । ଯେମିତି ଅନେକ ସମୟରେ ମନକୁ ଆସେ, ସ୍କୁଲ ବସର ରଙ୍ଗ ହଳଦିଆ କାହିଁକି, ଟ୍ରାଫିକରେ ୩ଟି ଲାଇଟ କାହିଁକି ଅଛି ଇତ୍ୟାଦି । ସେ ଭିତରୁ ଏହି ପ୍ରଶ୍ନ ବି ମନକୁ ଆସେ ଟ୍ରକ ପଛରେ "OK TATA" ଏବଂ "HORN OK PLEASE" କାହିଁକି ଲେଖାହୁଏ । ବର୍ତ୍ତମାନ ଅନେକ ଟ୍ରକ ପଛରେ ଠାକୁରଙ୍କ ନାଁ, ନିଜ ପିଲାଙ୍କ ନାଁ, କିମ୍ବା କିଛି ହିନ୍ଦୀ ନହେଲେ ଓଡିଆ କବିତା ବି ଲେଖାଯାଉଛି । ହେଲେ ପୂର୍ବରୁ ଆମେ "OK TATA" ଲେଖାଥିବା ଅନେକ ସମୟରେ ଦେଖିଥାନ୍ତି ।

ଟ୍ରକ ପଛରେ "HORN OK PLEASE" ର ଅର୍ଥ ହେଉଛି, ପଛରେ ଥିବା ଗାଡି ଯଦି ଟ୍ରକକୁ ଓଭରଟେକ କରି ଯିବାକୁ ଚାହୁଁଥାଏ, ତେବେ ହର୍ନ ବଜାଏ । ଯେତେବେଳେ ଟ୍ରକକୁ ଜଣାପଡେ କି ଆଗରେ କୌଣସି ଗାଡି ଆସୁନାହିଁ, ଏବଂ ପଛରେ ଥିବା ଗାଡି ଆଗରେ ଗାଡିକୁ ଓଭରଟେକ କରିପାରିବ, ତାହେଲେ ସେ ଓକେ କରିବା ସହ ଇଣ୍ଡିକେଟର ଦେଇଥାଏ । ଏହାପରେ ପଛରେ ଥିବା ଗାଡି ଆଗକୁ ଯାଇଥାଏ ।

ଟ୍ରକ ପଛରେ ଲେଖାଥିବା OK TATAର ଅର୍ଥ ଏହି ଗାଡିକୁ ସଠିକ ଭାବେ ଯାଞ୍ଚ କରାଯାଇଛି । ଟାଟା ମୋଟର୍ସର ନିର୍ଦ୍ଦେଶରେ ଏହି ଗାଡିର ସଠିକ ମରାମତି ହୋଇଛି ଏବଂ ସଠିକ ଅପଡେଟ କରାଯାଇଛି । ଏହି ଗାଡିର ୱାରେଣ୍ଟି କେବଳ ଟାଟା ମୋଟର୍ସ ଓକେ ଦ୍ବାରା ପ୍ରଦାନ କରାଯାଏ ।
ଏହି କାରଣରୁ ଟ୍ରକ ପଛରେ "OK TATA" ଏବଂ "HORN OK PLEASE" ଲେଖାଯାଇଥାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Find out why the back of the truck is written "HORN OK PLEASE" | Argus News