ସ୍ୱିଚଅଫ ଫୋନର ମିଳିବ ଲୋକେସନ
·2 years ago·1 min read

ନୂଆଦିଲ୍ଲୀ: ଗୁଗଲର ବଡ ଅପଡେଟ୍। ସ୍ୱିଚ ଅଫ ଫୋନର ମିଳିବ ଲୋକେସନ। ଆଜ୍ଞା ହଁ ଗୁଗଲ ଦ୍ୱାରା ନୂଆ Find My Device ର ଅନୁଶନ୍ଧାନ କରାଯାଇଛି। ଯାହା ପୁରୁଣା ଭର୍ସନ ତୁଳନାରେ ଯଥେଷ୍ଟ ଅପଗ୍ରେଡ୍। ଲାଟେଷ୍ଟ ଭର୍ସନ ସମ୍ପର୍କରେ କୁହାଯାଇଛି ଯେ, ଯଦି Pixel 8 ଏବଂ Pixel 8 pro ସ୍ୱିଚ ମଧ୍ୟ ହୋଇଯାଉଛି ଏହା ପରେ ବି ଏହାର ଲୋକେସନର ସର୍ଚ କରାଯାଇପାରିବ। ଚୋରି ହୋଇଯାଇଥିବା ସ୍ମାର୍ଟଫୋନକୁ ଖୋଜିବାରେ ସାହାର୍ଯ୍ୟ କରିବ find my device ର crowdsourced network ।
ଏହି ଲାଟେଷ୍ଟ ଭର୍ସନ ଅପଡେଟ୍ ପରେ ଅଫଲାଇନ ବା ସ୍ୱିଚ୍ ଅଫ ଥିବା ଫୋନ ରିଙ୍ଗ ହେବ ଏବଂ ଗୁଗଲ ମ୍ୟାପରେ ଏହାର ଲୋକେସନ ମଧ୍ୟ ଦେଖିପାରିବେ ୟୁଜର୍ସ। ଆସନ୍ତା ସମୟରେ ମଧ୍ୟ ଏହି ଫିଚରକୁ ଅନ୍ୟ ଡିଭାଇସରେ ବିସ୍ତାର ହେବାକୁ ଯାଉଛି ବୋଲି ସୂଚନା। ତେବେ ବର୍ତ୍ତମାନ ଏହି ଫିଚର ଆମେରିକା ଏବଂ କାନାଡାରେ ଜାରି କରାଯାଇଛି । ଖୁବ ଶୀଘ୍ର ବିଶ୍ୱର ଅନ୍ୟ ଦେଶମାନଙ୍କରେ ଉପଲବ୍ଧ ହେବ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: