Videos
|
National

Pigeon / ପାରାଙ୍କୁ ଦାନା ଖୁଆଇବା ପଡିଲା ମହଙ୍ଗା କହିଲେ...

Rashmita Mishra
Browse all articles by Rashmita Mishra
·5 months ago·2 min read
ପାରାଙ୍କୁ ଦାନା ଖୁଆଇବା ପଡିଲା ମହଙ୍ଗା କହିଲେ...
Pigeon

Key Points

ପାରାଙ୍କୁ ଦାନା ଖୁଆଇବା ପଡିଲା ମହଙ୍ଗା । 
୨ ଲକ୍ଷ ଜୋରିମାନା ଭରିଲେ ମହିଳା । 
କାନ ମୁଣ୍ଡା ଆଉଁସିଲେ, ଆଉ କେବେ ଏମିତି କରିବେନି । 

ହଁ ଆଜ୍ଞା ଏଠି ସଜହ ନୁହେଁ ପାରା କିମ୍ବା କୌଣସି ପଶୁ ପକ୍ଷୀଙ୍କୁ ଦାନା ଖୁଆଇବା । କାରଣ ଯଦି ଆପଣ ନିଜ ଇଚ୍ଛାରେ ଏମିତି କରନ୍ତି ତେବେ ପକେଟରୁ ଖାଲି ହୋଇଯିବ ଲକ୍ଷ ଲକ୍ଷ ଟଙ୍କା । ଏ ଘଟଣା ହେଉଛି ସିଙ୍ଗାପୁରରେ । ଏଠାରେ ନିଜ ଇଚ୍ଛାରେ ପଶୁ ପକ୍ଷୀଙ୍କୁ ଖାଇବାକୁ ଦେବା ଆଇନଗତ ଅପରାଧ । ପାରାଙ୍କୁ ଦାନା ଦେବାକୁ ହେଲେ ଲିଖିତ ଅନୁମତି ଆଣିବାକୁ ପଡିବ ।

ସିଙ୍ଗାପୁରରେ ୭୧ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ମହିଳା ୬ ମାସରେ ୯ ଥର ଜଙ୍ଗଲି ପକ୍ଷୀଙ୍କୁ ଦାନା ଖୁଆଇଥିଲେ । ଯେଉଁଥି ପାଇଁ ସିଙ୍ଗାପୁର ବନ୍ୟଜୀବ ଅଧିନିୟମ ଅଧୀନରେ ତାଙ୍କ ବିରୋଧରେ ୨,୨୬,୭୫୦ ଟଙ୍କା ଜରିମାନା ଲାଗୁ ହୋଇଛି । କାରଣ ସିଙ୍ଗାପୁରରେ ପାରା ଓ ଅନ୍ୟ ଜଙ୍ଗଲି ପକ୍ଷୀଙ୍କୁ ଦାନା ଦେବା ଆଇନଗତ ଅପରାଧ ।

ସନମୁଗନାଥନ ଶାମଲା ନାମକ ଏହି ମହିଳା ଗେଆ ପେଓହର ବୃକ୍ ୬୨-ବି, ଲରଙ୍ଗ-୪ରେ ରୁହନ୍ତି । ଏମିତି ପ୍ରଥମ ଥର ନୁହେଁ ଯେ ସେ ଏପରି ତଣ୍ଡ ଗଣିଛନ୍ତି । ବରଂ ଏହା ପୂର୍ବରୁ ସେ ବାରମ୍ବାର ପାରାଙ୍କୁ ଖାଇବାକୁ ଦେଇ ତଣ୍ଡ ଗଣିସାରିଛନ୍ତି । ଏ ମାମଲା କୋର୍ଟକୁ ଯାଇଥିବାବେଳେ ନ୍ୟାସ୍‌ନାଲ ପାର୍କସ ବୋର୍ଡ କୋର୍ଟରେ ସଫେଇ ରଖିଛି, ଶାମଲା ଜାଣି ଜାଣି ଆଇନ ଉଲଂଘନ କରିଛନ୍ତି । କାରଣ ପୂର୍ବରୁ ମଧ୍ୟ ଏହି ଅପରାଧ ପାଇଁ ତାଙ୍କୁ ଦଣ୍ଡ ମିଳିଥିଲା । ସେତେବେଳେ ସେ କହିଥିଲେ ଯେ ଆଉ ଏଭଳି କରିବେ ନାହିଁ ।

ଗତ ବର୍ଷ ଜଙ୍ଗଲି ପକ୍ଷୀଙ୍କୁ ଦାନା ଦେବା ସହିତ ଏନ୍‌ପାର୍କସର ପାରା ଧରିବା ଅଭିଯାନରେ ବାଧା ଉତ୍ପନ୍ନ କରିବା ଲାଗି ତାଙ୍କ ଉପରେ ୮୬,୯୨୭ ଟଙ୍କା ଜରିମାନା ଲାଗୁ ହୋଇଥିଲା । ସେ ନିଜ ଆପାର୍ଟମେଣ୍ଟ୍ ପାଖରେ ଅବୈଧ ରୂପେ ପକ୍ଷୀଙ୍କୁ ଦାନା ଦେଉଥିଲେ । ଜୁଲାଇ ୨୦୨୫ରୁ ଜାନୁଆରୀ ୨୦୨୬ ମଧ୍ୟରେ ସେ ୯ ଥର ଏହି ଅପରାଧ ଦୋହରାଇଛନ୍ତି ।

ତେବେ ଆପଣ ଭାବୁଥିବେ ପକ୍ଷୀଙ୍କୁ ଖାଇବାକୁ ଦେବାରେ ଅସୁବିଧା କଣ । ଏମିତି ନିୟମ କାହିଁକି ହୋଇଛି । ସିଙ୍ଗାପୁର ୱାଇଲ୍ଡ ଲାଇଫ୍ ର ନିୟମ ଅନୁଯାୟୀ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଦ୍ୱାରା ଜନସ୍ୱାସ୍ଥ୍ୟ ଏବଂ ପରିଷ୍କାର ପରିଚ୍ଛନ୍ନତା ସମସ୍ୟା ସୃଷ୍ଟି ହୋଇପାରେ। କପୋତଗୁଡ଼ିକ ସାଲମୋନେଲା ଭଳି ଜୀବାଣୁ ବହନ କରିପାରନ୍ତି ଏବଂ ଘର ପାଖରେ ପକ୍ଷୀ ସଂଖ୍ୟା ବୃଦ୍ଧି କରିପାରନ୍ତି । ଫଳରେ କାହାର ସମ୍ପତ୍ତି କ୍ଷତି ହୋଇପାରେ । ଅନ୍ୟାନ୍ୟ ସୁରକ୍ଷା ଚିନ୍ତା ସୃଷ୍ଟି ହୋଇପାରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pigeon | Feeding Pigeons Turns Costly: Here’s What Happened | Argus News