କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୁଦ୍ଧରେ ରୁଜୁ ହୋଇଛି ମାମଲା
·1 year ago

ନୂଆଦିଲ୍ଲୀ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୁଦ୍ଧରେ ରୁଜୁ ହୋଇଛି ମାମଲା। ଜମି ଦୁର୍ନୀତି ମାମଲାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଦୁର୍ନୀତି ନିବାରଣ ସଂସ୍ଥା ଲୋକାୟୁକ୍ତ ଏକ ମାମଲା ରୁଜୁ କରିଛି।
ଏଫାଇଆରରେ ସିଦ୍ଧରମୈୟାଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ନାମିତ କରାଯାଇ ଥିବାବେଳେ ତାଙ୍କ ପତ୍ନୀ ପାର୍ବତୀ, ଶଳା ମଲ୍ଲିକାର୍ଜୁନ ସ୍ୱାମୀ ଏବଂ ଜଣେ ଜମି ମାଲିକଙ୍କ ନାଁ ରହିଛି। କର୍ଣ୍ଣାଟକର ଜଣେ ଆରଟିଆଇ କାର୍ଯ୍ୟକର୍ତ୍ତା ଟି.ଜେ ଆବ୍ରାହମ ମୈସୁର ସହରାଞ୍ଚଳ ବିକାଶ ପ୍ରାଧିକରଣ ଜମି ଆବଣ୍ଟନରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୁଦ୍ଧରେ ଘୋଟାଲା ଅଭିଯୋଗ ଆଣିଥିଲେ। ନିୟମ ଉଲ୍ଲଙ୍ଘନ କରି ସିଦ୍ଧରମୈୟାଙ୍କ ପତ୍ନୀଙ୍କୁ MUDA ବହୁମୂଲ୍ୟର ସମ୍ପତ୍ତି ଦେଇଥିବା ଅଭିଯୋଗରେ ଦର୍ଶାଯାଇଥିଲା।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: