Videos
|
National

ହସିନାଙ୍କ ବିରୋଧରେ ହତ୍ୟା ମାମଲା !

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ହସିନାଙ୍କ ବିରୋଧରେ ହତ୍ୟା ମାମଲା !

Key Points

  • ହସିନାଙ୍କ ବିରୋଧରେ ହତ୍ୟା ମାମଲା
  • ଗ୍ରୋସରୀ ଦୋକାନ ମାଲିକଙ୍କ ଜୀବନ ଯିବାରୁ ମାମଲା ରୁଜୁ

ଅର୍ଗସ ବ୍ୟୁରୋ :  ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ନେଇ ଥମୁନି ଚର୍ଚ୍ଚା । କାରଣ ଦେଶ ଛାଡିବା ପରେ ପ୍ରଥମ ଥର ଲାଗି ତାଙ୍କ ନାଁରେ ହତ୍ୟା ମାମଲା ରୁଜୁ ହୋଇଛି । ଯେହେତୁ ମାମଲା ରୁଜୁ ହେଲାଣି ତେଣୁ ଆଗାମୀ ଦିନରେ ତାଙ୍କ ଲାଗି ଅଡୁଆ ବଢିପାରେ । ଏମିତିକି ସେ ବାଂଲାଦେଶ ଫେରିପାରନ୍ତି ବୋଲି ଚର୍ଚ୍ଚା ବି ଜୋର ଧରିଛି । 

ବାଂଲାରେ ଥମିବାରେ ନା ନେଉନି ହିଂସା । ଦିନ ଯେତିକି ଗଡୁଛି, ହିଂସା ବି ସେତିକି ବଢୁଛି । ଆଉ ଏହାରି ଭିତରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଓ ଆଉ ୬ ଜଣଙ୍କ ବିରୋଧରେ ରୁଜୁ ହୋଇଛି ହତ୍ୟା ମାମଲା । ଜଣେ  ଗ୍ରୋସରୀ ଦୋକାନ ମାଲିକଙ୍କ ମୃତ୍ୟୁ ଘଟଣାରେ ଏପରି ମାମଲା ରୁଜୁ କରାଯାଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରୁ ଜଣାପଡ଼ିଛି ।ରିପୋର୍ଟରେ କୁହାଯାଇଛି, ଗ୍ରୋସରୀ ଦୋକାନ ମାଲିକ ଅବୁ ସୟିଦ ଢାକାର ମହମ୍ମଦପୁରରେ ହୋଇଥିବା ହିଂସାକାଣ୍ଡ ବେଳେ ପୁଲିସ୍‌ ଗୁଳିରେ ପ୍ରାଣ ହରାଇଥିଲେ । ଜୁଲାଇ ୧୯ରେ ଏହି ଘଟଣା ଘଟିଥିଲା। 

ତେବେ ଏହି ଘଟଣାରେ, ହସିନାଙ୍କ ବ୍ୟତୀତ ନିଜ ଦଳ ଆବାମୀ ଲିଗର ସାଧାରଣ ସମ୍ପାଦକ ଓବୈଦୁଲ କାଦିର, ପୂର୍ବତନ ଗୃହ ମନ୍ତ୍ରୀ ଅସାଦୁଜାମନ ଖାନ କାମା, ପୂର୍ବତନ ଆଇଜିପି ଚୌଧୁରୀ ଅବଦୁଲ୍ଲା ଅଲ ମମୁନ ଓ ହାରନୁର ରଶିଦନଙ୍କ ନାଁରେ ହତ୍ୟା ମାମଲା ରୁଜୁ କରାଯାଇଛି । ଡିଏମପିର ପୂର୍ବତନ କମିଶନର ହବିବୁର ରହମାନ ଓ ବିପ୍ଳବ କୁମାର ସରକାରଙ୍କ ବିରୋଧରେ ମଧ୍ୟ ହତ୍ୟା ମାମଲା ରୁଜୁ ହୋଇଛି।

ସେପଟେ, ବାଂଲାଦେଶ ହିଂସାକୁ ନେଇ ଶେଷରେ ମୁହଁ ଖୋଲିଛି ଆମେରିକା । ଶେଖ୍ ହସିନାଙ୍କ ଚର୍ଚ୍ଚିତ ମନ୍ତବ୍ୟକୁ ଖଣ୍ଡନ କରିଛି । ବାଂଲାଦେଶରେ ଅରାଜକତା ଏବଂ ଶେଖ୍ ହସିନାଙ୍କୁ ଦେଶ ଛାଡିବା ପଛରେ ଆମେରିକାର ହାତ ଥିବା ନେଇ ଶେଖ୍ ହସିନା ଅଭିଯୋଗ କରିଥିଲେ, ଏହି ଅଭିଯୋଗକୁ ଖଣ୍ଡନ କରିଛି ଆମେରିକା । କହିଛି, ଏହା ପୁରାପୁରି ମିଛ ଏବଂ ଏଥିରେ ନାହିଁ କୌଣସି ବାସ୍ତବତା ନାହିଁ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୋଟ୍‌ ଉପରେ, ବାଂଲାଦେଶର ଏକ ଛୋଟ ଦ୍ବୀପ ସେଂଟ୍ ମାର୍ଟିନ ଆଇଲାଣ୍ଡ୍‌ରେ ଆମେରିକାର କାର୍ଯ୍ୟକଳାପକୁ ଅନୁମତି ଦେଇନଥିବାରୁ ଆମେରିକା ବାଂଲାଦେଶ ବିପକ୍ଷରେ ଏପରି ଷଡଯନ୍ତ୍ର କରିଛି ବୋଲି ଶେଖ୍ ହସିନା ମନ୍ତବ୍ୟ ଦେଇଥିବାର ଜୋରଧରିଥିଲା ଚର୍ଚ୍ଚା ।  ହ୍ୱାଇଟ ହାଉସ ପ୍ରେସ୍ ସଚିବ କେରିନ ଜିନ ପିୟରଙ୍କ ପକ୍ଷରୁ ଏହି ବିବୃତି ଜାରି କରାଯାଇଥିଲା । କିନ୍ତୁ ଆମେରିକାର ୱାଶିଂଟନ୍ ଡିସିରେ ରହୁଥିବା ଶେଖ୍ ହସିନାଙ୍କ ପୁଅ ତାଙ୍କ ମାଆ ଏପରି କୌଣସି ମନ୍ତବ୍ୟ ଦେଇନାହାନ୍ତି ବୋଲି କହିଛନ୍ତି ତେବେ ପ୍ରକୃତରେ ବାଂଲାଦେଶର ପରିସ୍ଥିତି ଏବଂ ହସିନାଙ୍କ ସରକାର ଭାଙ୍ଗିବା ପଛରେ ଆମେରିକାର ହାତ ଅଛି କି ନାହିଁ ତାକୁ ନେଇ କୌଣସି ସ୍ପଷ୍ଟତା ଆସିନାହିଁ । ହେଲେ ଏହାରି ଭିତରେ ହସିନାଙ୍କ ନାଁରେ ଯେଉଁ ମାମଲା ରୁଜୁ ହେଲା ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।