Videos
|
National

ଟ୍ରେନରେ ବାଣ ବିସ୍ଫୋରଣ, ୪ ଆହତ

Ritu Das
Browse all articles by Ritu Das
·1 year ago·1 min read
ଟ୍ରେନରେ ବାଣ ବିସ୍ଫୋରଣ, ୪ ଆହତ

ଅର୍ଗସ ବ୍ୟୁରୋ: ଟ୍ରେନରେ ପୁଣି ଏକ ଅଗ୍ନିକାଣ୍ଡର ଖବର ଆସିଛି । ଅମୃତସର-ହାୱଡ଼ା ମେଲରେ ନିଆଯାଉଥିବା ବାଣ ବିସ୍ଫୋରଣ ଯୋଗୁଁ  ସେଥିରେ ନିଆଁ ଲାଗିଥିଲା, ଫଳରେ ୪ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ଶନିବାର ରାତି ୧୦ଟା ୨୦ମିନିଟରେ ଅମୃତସର-ହାୱଡ଼ା ମେଲ୍ ଫତେଗଡ଼ ଜିଲ୍ଲାର ସରହିନ୍ଦ ଷ୍ଟେସନରୁ ବାହାରିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। ଏକ ଜେନେରାଲ କୋଚ୍ ରେ ଏହି ବିସ୍ଫୋରଣ ଘଟିଥିଲା। ପୁଲିସର ସୂଚନା ଅନୁଯାୟୀ, ଟ୍ରେନରେ ଥିବା ଏକ ବାଣ ଭର୍ତ୍ତି ପ୍ଲାଷ୍ଟିକ୍ ବାଲ୍ଟିରେ ବିସ୍ଫୋରଣ ଘଟିଥିଲା। 

ଜନଗହଳି ଓ ଲଗେଜରେ ଭର୍ତ୍ତି ହୋଇଥିବା ଜେନେରାଲ କୋଚରେ  ବିସ୍ଫୋରଣ ହେବା ପରେ ତାହା ଧୂଆଁରେ ଭର୍ତ୍ତି ହୋଇଯାଇଥିଲା ଓ ଲୋକଙ୍କ ଚିତ୍କାର ଶୁଭିଥିଲା। ଜୀବନ ବଞ୍ଚାଇବା ପାଇଁ ଯାତ୍ରୀମାନେ ଟ୍ରେନ୍ ରୁ ଡେଇଁବା ଆରମ୍ଭ କରିଥିଲେ। ଏହି ବିସ୍ଫୋରଣ ଯୋଗୁଁ ୪ ଜଣ ଯାତ୍ରୀ ନିଆଁରେ ପୋଡ଼ି ଯାଇଥିଲେ। ଏମାନଙ୍କ ମଧ୍ୟରେ ୩ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି। ଆହତମାନେ ହେଲେ ଉତ୍ତରପ୍ରଦେଶର ଭୋଜପୁର ପିରୁ, ବହରାଇଚ, ବହରାଇଚ, ବମିଆରୀ, ବିହାରର ସୋନୁ କୁମାର ଓ ତାଙ୍କ ପତ୍ନୀ ସଙ୍ଗୀତା କୁମାରୀ।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Fircrackers | Argus News