Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପ୍ରୟାଗରାଜ ମହାକୁମ୍ଭ ମେଳାରେ ଅଗ୍ନିକାଣ୍ଡ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପ୍ରୟାଗରାଜ ମହାକୁମ୍ଭ ମେଳାରେ ଅଗ୍ନିକାଣ୍ଡ

Key Points

ପ୍ରୟାଗରାଜ ମହାକୁମ୍ଭ ମେଳାରେ ଅଗ୍ନିକାଣ୍ଡ
ଶାସ୍ତ୍ରୀ ବ୍ରିଜ୍ ସେକ୍ଟର-19 ଅଞ୍ଚଳରେ ଥିବା କ୍ୟାମ୍ପରେ ନିଆଁ
NDRF, SDRF ଓ ଅଗ୍ନିଶମ ବାହିନୀର ତ୍ବରିତ ପଦକ୍ଷେପ, କିଛି ସମୟରେ ନିଆଁ ଆୟତ୍ତ
ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଅର୍ଗସ ବ୍ୟୁରୋ:  ପ୍ରୟାଗରାଜରେ ଅଘଟଣ । ଶାସ୍ତ୍ରୀ ବ୍ରିଜ୍ ସେକ୍ଟର-19 ଅଞ୍ଚଳରେ ଥିବା କ୍ୟାମ୍ପରେ ଲାଗିଥିଲା ନିଆଁ। ପ୍ରାଥମିକ ଅନୁସନ୍ଧାନ ରିପୋର୍ଟ ଅନୁସାରେ ସିଲିଣ୍ଡର ଫାଟିବା ଯୋଗୁଁ ଘଟିଥିଲା ଅଗ୍ନିକାଣ୍ଡ । NDRF, SDRF ଏବଂ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି । ଶ୍ରଦ୍ଧାଳୁଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।


ଅଗ୍ନିକାଣ୍ଡ ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରୟାଗ ମହାକୁମ୍ଭ ମେଲା ଅଞ୍ଚଳରେ ଅଗ୍ନିକାଣ୍ଡ ସମ୍ପର୍କରେ ସିଏମ୍ ଙ୍କ ସହ କଥା ହୋଇଥିଲେ। ଘଟଣାରେ କୌଣସି ମୃତାହତ ହୋଇନଥିବା ଜଣାପଡ଼ିଛି । ଆଖପାଖର ସମସ୍ତ ଅଞ୍ଚଳ ଖାଲି କରାଯାଇଛି ।

45 ଦିନିଆ ମହାକୁମ୍ଭରେ ଅଗ୍ନିକାଣ୍ଡ ପରି ଅଘଟଣ ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ହୋଇଛି ବ୍ୟାପକ ବ୍ୟବସ୍ଥା । ଅଗ୍ନିକାଣ୍ଡ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଦେଶ ଖବର:

Sponsored
Fire breaks out at Maha Kumbh mela in Prayagraj, several fire tenders rushed in | Argus News