ମହାକୁମ୍ଭ: ସଂଗମ ସେକ୍ଟର-୧୮ ଶଙ୍କରାଚାର୍ଯ୍ୟ ମାର୍ଗ ପେଣ୍ଡାଲ୍ରେ ନିଆଁ

Key Points
ସଂଗମ ସେକ୍ଟର-୧୮ ଶଙ୍କରାଚାର୍ଯ୍ୟ ମାର୍ଗରେ ନିଆଁ ଲାଗିଛି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଆୟତ୍ତ କରିଥିବା ବେଳେ କିଭଳି, କେଉଁ ପରିସ୍ଥିତିରେ ଅଗ୍ନିକାଣ୍ଡ ଘଟିଲା ଜଣା ପଡ଼ିନାହିଁ ।
ଅର୍ଗସ ବ୍ୟୁରୋ: ପ୍ରୟାଗରାଜ ମହାକୁମ୍ଭ କ୍ଷେତ୍ରରେ ପୁଣି ଥରେ ଅଗ୍ନିକାଣ୍ଡ ହୋଇଛି । ସଂଗମ ସେକ୍ଟର-୧୮ ଶଙ୍କରାଚାର୍ଯ୍ୟ ମାର୍ଗରେ ନିଆଁ ଲାଗିଛି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଆୟତ୍ତ କରିଥିବା ବେଳେ କିଭଳି, କେଉଁ ପରିସ୍ଥିତିରେ ଅଗ୍ନିକାଣ୍ଡ ଘଟିଲା ଜଣା ପଡ଼ିନାହିଁ । ତେବେ ମହାକୁମ୍ଭରେ ଏହା ହେଉଛି ତୃତୀୟ ଅଗ୍ନିକାଣ୍ଡ ।
ତେବେ ସେକ୍ଟର-୧୮ ଶଙ୍କରାଚାର୍ଯ୍ୟ ମାର୍ଗ ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇ ନାହିଁ । ନିଆଁକୁ ଅଗ୍ନିଶମ ବାହିନୀ କାବୁ କରିଛନ୍ତି । ଏହା ପୂର୍ବରୁ ଜାନୁଆରୀ ୩୦ରେ ମହାକୁମ୍ଭର ସେକ୍ଟର-୨୨ର କେତକ ପେଣ୍ଡାଲରେ ନିଆଁ ଲାଗିଥିଲା । ପ୍ରାୟ ୧୫ଟି ପେଣ୍ଡାଲ୍ ଜଳିପୋଡ଼ି ଯାଇଥିଲା ।
📱 Get Argus News App
✨ସେହିଭଳି ମହାକୁମ୍ଭ ସେକ୍ଟର-୨ରେ ମଧ୍ୟ ଅଗ୍ନିକାଣ୍ଡ ହୋଇଥିଲା । ନିଆଁ ଲାଗି ଜଳି ଯାଇଥିଲା ୨ଟି କାର । ତେବେ ଅଗ୍ନିକାଣ୍ଡରେ କେହି ଆହତ ହୋଇ ନଥିଲେ । ଠିକ୍ ସମୟରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା ।
ଜାନୁଆରୀ ୧୯ରେ ମହାକୁମ୍ଭର ସେକ୍ଟର-୧୯ରେ ଥିବା ଏକ ଶିବିରରେ ନିଆଁ ଲାଗିଥିଲା । ଯେଉଁଥିରେ ନିଆଁ ପ୍ରାୟ ୧୮ଟି ଶିବିରକୁ ବ୍ୟାପି ଯାଇଥିଲା । ତେବେ ଅଗ୍ନିଶମ ବାହିନୀର ତ୍ଵରିତ ପଦକ୍ଷେପ ଯୋଗୁଁ କୌଣସି ପ୍ରକାର ଧନଜୀବନ ହାନି ହୋଇ ନଥିଲା ।
#ନିୟନ୍ତ୍ରଣରେ_କୁମ୍ଭମେଳା_ଅଗ୍ନିକାଣ୍ଡ
— Argus News (@ArgusNews_in) February 7, 2025
ପ୍ରୟାଗରାଜ ମହା କୁମ୍ଭମେଳା କ୍ଷେତ୍ରର ଶଙ୍କରାଚାର୍ଯ୍ୟ ମାର୍ଗ ସେକ୍ଟର ୧୮ରେ ଲାଗିଥିବା ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରାଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିଛି ।#MahaKumbh2025 #PrayagrajMahakumbh #Fire pic.twitter.com/ZpbdLLZwdB