ଡିଜେଲ ବୋଝେଇ ମାଲବାହୀ ଟ୍ରେନରେ ଲାଗିଲା ନିଆଁ

Key Points
ଡିଜେଲ ବୋଝେଇ ମାଲବାହୀ ଟ୍ରେନରେ ଲାଗିଲା ନିଆଁ
ପ୍ରାୟ ୧୨ଟି ବଗିରେ ଲାଗିଲା ନିଆଁ
ଷ୍ଟେସନ ନିକଟରେ ରହୁଥିବା ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର
ତାମିଲନାଡୁ ତିରୁଭଲ୍ଲୁର ନିକଟରେ ଡିଜେଲ ବୋଝେଇ ମାଲବାହୀ ଟ୍ରେନରେ ଲାଗିଲା ନିଆଁ । ଆଜି ସକାଳ ପ୍ରାୟ 5ଟା 30 ସମୟରେ ତିରୁଭଲ୍ଲୁର ରେଳ ଷ୍ଟେସନରେ ଏକ ଡିଜେଲ ଭର୍ତ୍ତି ମାଲବାହୀ ଟ୍ରେନରେ ନିଆଁ ଲାଗିଥିଲା । ଟ୍ରେନରେ ଡିଜେଲ ଥିବାରୁ ନିଆଁ ସଙ୍ଗେ ସଙ୍ଗେ ଚାରିଆଡ଼େ ବ୍ୟାପି ଯାଇଥିଲା । ହୁ ହୁ ହୋଇ ଜଳି ଯାଇଥିଲା ଟ୍ରେନ୍ଟି । ଅଗ୍ନିଶମ, ପୋଲିସ ନିଆଁ ଲିଭାରେ ଲାଗିଛନ୍ତି । ଡିଜେଲ୍ ଯୋଗୁ ନିଆଁର ପ୍ରଖର ଏତେ ଥିଲା ଯେ ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇପଡ଼ିଥିଲା ।
ଟ୍ରେନରେ ମୋଟ 52 ବଗି ଥିବା ବେଳେ ପ୍ରାୟ ୧୨ଟି ବଗିରେ ନିଆଁ ଲାଗି ଯାଇଥିଲା । ଅନ୍ୟ 40 ବଗିକୁ ଅଲଗା କରାଯାଇଛି । ଷ୍ଟେସନ ନିକଟରେ ରହୁଥିବା ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ନିଆଁକୁ ଆୟତ୍ତ କରିବାକୁ ଆଖପାଖ ଜିଲ୍ଲାରୁ ଅଗ୍ନିଶମ ବାହିନୀକୁ ନିୟୋଜିତ କରାଯାଇଛି । ରେଳବାଇର ବରିଷ୍ଠ ଅଧିକାରୀ, ପୋଲିସର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । କେଉଁ ପରିସ୍ଥିତିରେ ଟ୍ରେନରେ ନିଆଁ ଲାଗିଲା ତାର କାରଣ ଖୋଜା ଚାଲିଛି ।