ଚଳନ୍ତା ଟ୍ରେନରେ ଟଏଲେଟ୍ ରୁମରୁ ଲାଗିଲା ନିଆଁ

Key Points
ପୁନେରୁ ଦୌଣ୍ଡ ଯାତ୍ରା କରୁଥିବା ଡିଜଲ ଇଲେକ୍ଟ୍ରିକ ମଲ୍ଟିପଲ ୟୁନିଟ ଶଟଲ (DEMU)ଟ୍ରେନରେ ସଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସୂଚନା ମିଳିଛି । ପ୍ରଥମେ ଧୂଆଁ ଟଏଲେଟ ରୁମରୁ ବାହାରୁଥିବା କିଛି ଯାତ୍ରୀମାନେ ଦେଖିବାକୁ ପାଇଥିଲେ ।
ଚଳନ୍ତା ଟ୍ରେନରେ ଲାଗିଲା ନିଆଁ । ପୁନେରୁ ଦୌଣ୍ଡ ଯାତ୍ରା କରୁଥିବା ଡିଜଲ ଇଲେକ୍ଟ୍ରିକ ମଲ୍ଟିପଲ ୟୁନିଟ ଶଟଲ (DEMU)ଟ୍ରେନରେ ସଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସୂଚନା ମିଳିଛି । ପ୍ରଥମେ ଧୂଆଁ ଟଏଲେଟ ରୁମରୁ ବାହାରୁଥିବା କିଛି ଯାତ୍ରୀମାନେ ଦେଖିବାକୁ ପାଇଥିଲେ । ଏହାପରେ ଟ୍ରେନ ଟଏଲେଟ ରୁମର କବାଟ ଭାଙ୍ଗି ଭିତରେ ଥିବା ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା ।
ତେବେ ରେଲୱେ ପୋଲିସ ଷ୍ଟେସନର ଏକ ଅଧିକାରୀଙ୍କ ସୂଚନା ମୁତାବକ ଏହି ନିଆଁ ଟଏଲେଟ ରୁମର ଡଷ୍ଟବିନରୁ ଲାଗିଥିଲା । ଏହି ଡଷ୍ଟବିନ୍ରେ ଜଣେ ବ୍ୟକ୍ତି ବିଡି ଟାଣିବା ପରେ ଅଧା ଜଳୁଥିବା ବିଡିକୁ ସେଥିରେ ପକାଇ ଦେଇଥିଲେ । ସେହି ଡଷ୍ଟବିନରେ ପଡିଥିବା କିଛି ଛୋଟ କାଗଜର ଖଣ୍ଡରେ ଲାଗି ଯାଇଥିଲା ନିଆଁ । ତେବେ ବର୍ତ୍ତମାନ ଯାଏଁ କୌଣସି ବ୍ୟକ୍ତିଙ୍କର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି ।
📱 Get Argus News App
✨A sudden fire broke out in one of the coaches of a DEMU train traveling from Daund to Pune.
— ShoneeKapoor (@ShoneeKapoor) June 16, 2025
What is happening nowadays? Everyday news of Accidents all around.... pic.twitter.com/vaNg693uFm