Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ

ଉତ୍ତର ପ୍ରଦେଶର କାନପୁରରେ ଭୟାବହ ଅଗ୍ନିକାଣ୍ଡ। ରବିବାର ରାତିରେ ଚମନଗଞ୍ଜ ଅଞ୍ଚଳର ଗାନ୍ଧୀ ନଗର ଅଞ୍ଚଳରେ ଥିବା ଏକ ପାଞ୍ଚ ମହଲା କୋଠାରେ ଅଗ୍ନିକାଣ୍ଡ ହୋଇଛି। ଘଟଣାରେ ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ହୋଇଛି। ନିଆଁ ଲାଗି ସ୍ବାମୀ ସ୍ତ୍ରୀଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତଳ ଘରେ ଏକ ଜୋତା କାରଖାନା ରହିଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ପ୍ରାଥମିକ ତଦନ୍ତରେ ସର୍ଟ ସକିଟରୁ ନିଆଁ ଲାଗିଥିବା ଜଣା ପଡିଛି।


କିଛି ସମୟ ମଧ୍ୟରେ ନିଆଁ ଭୟଙ୍କର ରୂପ ନେଇଥିଲା। ଧୂଆଁ ଏବଂ ଉଚ୍ଚ ଅଗ୍ନିଶିଖା ଦେଖି ସ୍ଥାନୀୟ ଲୋକମାନେ ଅଗ୍ନିଶମ ବାହିନୀ ଦଳ ଏବଂ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳେ ଛଅରୁ ଅଧିକ ଅଗ୍ନିଶମ ବାହିନୀ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତଥାପି ୫ ଜଣଙ୍କ ଜୀବନ ଯାଇଛି। ନିଆଁର ପ୍ରକୋପ ଏତେ ଅଧିକ ରହିଥିଲା ଯେ ଫସି ରହିଥିବା ଲୋକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇ ପାରିନଥିଲା। କୋଠାରେ ଫସି ରହିଥିବା ଲୋକଙ୍କ ମଧ୍ୟରେ ଚିତ୍କାର ଶୁଣି ସ୍ଥାନୀୟ ଲୋକ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। କିଛି ଲୋକ ଦୌଡ଼ି ବାହାରକୁ ଚାଲି ଆସିଥିଲେ। ହେଲେ ଗୋଟିଏ ପରିବାର ନିଆଁରେ ଫସି ଯାଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ମୁଖ୍ୟ ଅଗ୍ନିଶମ ଅଧିକାରୀ ଦୀପକ ଶର୍ମା କହିଛନ୍ତି, ଅଗ୍ନିକାଣ୍ଡ ସମ୍ପର୍କରେ ନିୟନ୍ତ୍ରଣ କକ୍ଷକୁ ସୂଚନା ମିଳିବା ମାତ୍ରେ ୬ ଟି ଅଗ୍ନିଶମ ବାହିନୀ ଗାଡ଼ି ପଠାଯାଇଥିଲା। ଅଳ୍ପ ସମୟ ମଧ୍ୟରେ ନିଆଁ ଏତେ ଭୟଙ୍କର ରୂପ ନେଇଥିଲା ଯେ ଫସି ରହିଥିବା ୫ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇ ପାରିଲା ନାହିଁ। ଜୋତା ଏବଂ ଚପଲ ତିଆରି ପାଇଁ ବ୍ୟବହୃତ ସାମଗ୍ରୀ ଅଧିକ ଥିବାରୁ ନିଆଁ ଦୃତ ଗିତରେ ବ୍ୟାପିଥିଲା।

Sponsored
Fire in Kanpur Uttar Pradesh | Argus News