ପୁଣି ଏକ ନର୍ସିଂହୋମରେ ଅଗ୍ନିକାଣ୍ଡ
·1 year ago

ଆସିକା: ପୁଣି ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ । ଆସିକା ସହରରେ ଥିବା ଦୁର୍ଗାମାଧବ ନର୍ସିଂହୋମରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ରହିଛି । ଗ୍ୟାସ୍ ଚୁଲାରୁ ନିଆଁ ଲାଗିଥିବା ଜଣାପଡିଛି । ଖବର ପହଞ୍ଚିବା ପରେ ନିଆଁକୁ ଆୟତ୍ତ କରିଛନ୍ତି ଅଗ୍ନିଶମ କର୍ମଚାରୀ । ଅଳ୍ପକେ ବର୍ତ୍ତିଯାଇଛନ୍ତି ରୋଗୀ । ସେପଟେ ନିକଟରେ କଟକର ଏକ ଘରୋଇ ହସ୍ପିଟାଲରେ ନିଆଁ ଲାଗିଯାଇଥିଲା । ଯେଉଁଥିରେ ଜଣେ ଶିଶୁର ମୃତ୍ୟୁ ଘଟିଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: