Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବିବାଦୀୟ ୟୁଟ୍ୟୁବର ତଥା ବିଗ୍‌ ବସ୍‌ ବିଜେତା ଏଲଭିସ୍ ଯାଦବଙ୍କ ଘରକୁ ଗୁଳିମାଡ଼

Smruti Parija
Browse all articles by Smruti Parija
·11 months ago·1 min read
ବିବାଦୀୟ ୟୁଟ୍ୟୁବର ତଥା ବିଗ୍‌ ବସ୍‌ ବିଜେତା ଏଲଭିସ୍ ଯାଦବଙ୍କ ଘରକୁ ଗୁଳିମାଡ଼

Key Points

ୟୁଟ୍ୟୁବର ଏଲଭିସ୍ ଯାଦବଙ୍କ ଘରକୁ ଗୁଳିମାଡ଼

୩ ଅଜ୍ଞାତ ବାଇକ୍‌ ଆରୋହୀ ଆସି ଆଖିବୁଜା ଗୁଳି ଚଳାଇ ଫେରାର ସୂଚନା

ଆଜି ସକାଳେ ହୋଇଛି ୨୪ ରାଉଣ୍ଡ ଗୁଳିମାଡ଼

ୟୁଟ୍ୟୁବର ଏଲଭିସ୍ ଯାଦବଙ୍କ ଘରକୁ ଗୁଳିମାଡ଼ । ବିବାଦୀୟ ୟୁଟ୍ୟୁବର ତଥା ବିଗ୍‌ ବସ୍‌ ବିଜେତା ଏଲଭିସ୍ ଯାଦବଙ୍କ ଘରକୁ ଗୁଳିମାଡ଼ । ଏଲଭିଶ୍‌ ଙ୍କ ଗୁରୁଗ୍ରାମ ସ୍ଥିତ ଘର ଉପରକୁ ଆଜି ସକାଳେ ହୋଇଛି ୨୪ ରାଉଣ୍ଡ ଗୁଳିମାଡ଼ । ଘର ନିକଟକୁ ୩ ଅଜ୍ଞାତ ବାଇକ୍‌ ଆରୋହୀ ଆସି ଆଖିବୁଜା ଗୁଳି ଚଳାଇ ଫେରାର ହୋଇଯାଇଛନ୍ତି । ତେବେ ଘଟଣାରେ କୌଣସି କ୍ଷୟକ୍ଷତିର ସୂଚନା ନାହିଁ ।


ପୂର୍ବରୁ ମଧ୍ୟ ଅନେକ ଥର ତାଙ୍କୁ ନେଇ ଚର୍ଚ୍ଚା ହୁଏ । ନିକଟରେ ଏଲଭିସ୍ ଯାଦବ ରେଭ୍ ପାର୍ଟିରେ ସାପ ପିନ୍ଧୁଛନ୍ତି ଏବଂ ସାପ ବିଷର ବ୍ୟବହାର କରୁଛନ୍ତି ବୋଲି ଚର୍ଚ୍ଚା ହୋଇଥିଲା । ଏଲଭିସଙ୍କ ବିରୋଧରେ ସାପ ଚୋରା ଚାଲାଣର ଅଭିଯୋଗରେ ମାମଲା ରୁଜୁ କରିଥିଲା ନୋଏଡା ପୋଲିସ । ବିଭିନ୍ନ ପାର୍ଟି ଓ କ୍ଲବକୁ ସେ ସାପ ବିଷ ପଠାଉଥିବା ଅଭିଯୋଗ ହୋଇଥିଲା । କିନ୍ତୁ ଏଲଭିସ୍ ଯାଦବ ଏକ ଭିଡିଓ ଜାରି କରି ଏହାକୁ ଖଣ୍ଡନ କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
firing-at-youtuber-elvis-yadavs-house-argus-news | Argus News