ସୀମାରେ ଜାରି ରହିଛି ଗୁଳି ବିନିମୟ

ଭାରତ ଓ ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇ ଯାଇଛି ଯୁଦ୍ଧ। ଉଭୟ ପକ୍ଷରୁ ପଦକ୍ଷେପ ନିଆଯାଉଛି। ସୀମାରେ ଲାଗି ରହିଥିବା ଉତ୍ତେଜନା ମଧ୍ୟରେ ପଞ୍ଜାବରେ ସ୍କୁଲ୍ କଲେଜକୁ ବନ୍ଦ ଘୋଷଣା କରାଯାଇଛି। ଏମିତିକି ସୀମା ନିକଟବର୍ତ୍ତୀ ଅଞ୍ଚଳର ଲୋକମାନେ ନିଜ ଘର ଛାଡି ସୁରକ୍ଷିତ ସ୍ଥାନକୁ ଚାଲି ଯାଉଥିବା ଦେଖିବାକୁ ମିଳିଛି। ସେହିଭଳି ରାଜସ୍ଥାନର ଯୋଧପୁରରେ ମଧ୍ୟ ଆଗାମୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ ଘୋଷଣା କରାଯାଇଛି। ଜଣେ ସେନା ଅଧିକାରୀଙ୍କ କହିବା ଅନୁସାରେ ସୀମାରେ ଉଭୟ ପକ୍ଷରୁ ଗୁଳି ବିନିମୟ ଚାଲିଛି, ଯାହାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।
ପହଲଗାମ ଆକ୍ରମଣର ପଦକ୍ଷେପରେ ଭାରତ କରିଥିବା ସିନ୍ଦୂର ଅପରେସନରେ ଭାଙ୍ଗି ପଡିଛି ପାକିସ୍ତାନର ଅଣ୍ଟା। ଯାହାଫଳରେ ଭାରତର ଧର୍ମାନୁଷ୍ଠାନ ଓ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଛି ପାକିସ୍ତାନୀ ସେନା। ପାକିସ୍ତାନ ସେନା ଭାରତ ସହ ମୁହାଁମୁହିଁ ଲଢିବାକୁ ଭୟ କରି ଏଭଳି କରୁଛି। ପାକିସ୍ତାନ ପକ୍ଷରୁ ଅମ୍ରିତସରରେ ୩ ଟି ସ୍ଥାନରେ ବିସ୍ଫୋରଣ କରାଯାଇଛି। ଅମ୍ରିତସରରେ ବ୍ଲାକ୍ଆଉଟ୍ ଘୋଷଣା ହୋଇଛି। ଲୋକମାନଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ନିକଟବର୍ତ୍ତୀ ଏୟାରପୋର୍ଟ ଗୁଡିକୁ ଖାଲି କରାଯାଇଛି।
📱 Get Argus News App
✨ସେପଟେ ପାକିସ୍ତାନ ମଧ୍ୟ ହାଇଆର୍ଲଟରେ ରହିଛି। ପାକିସ୍ତାନର ଇସଲମାବାଦ, କରାଚୀ, ଲାହୋରରେ ବିମାନ ଚଳାଚଳ ବନ୍ଦ କରାଯାଇଛି। କରାଚୀ, ଲାହୋର ଏବଂ ପାକିସ୍ତାନର ଅନ୍ୟାନ୍ୟ ବଡବଡ ସହରରେ ବଡ଼ ଧରଣର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି।