୩ ସେନା ମୁଖ୍ୟଙ୍କ ସହିତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ସନ୍ଧ୍ୟା ହେବାରୁ ପୁଣି ଉରୀରେ ଗୁଳିମାଡ ଆରମ୍ଭ କରିଛି ପାକିସ୍ତାନ। ଜମ୍ମୁ-କାଶ୍ମୀର ଉରୀରେ ପୁଣି ଅସ୍ତ୍ରବିରରତି ଉଲ୍ଲଂଘନ କରିଛି ପାକିସ୍ତାନ। ଗତକାଲି ସନ୍ଧ୍ୟାରେ ଯେମିତି ଭାରତ ଉପରେ ଡ୍ରୋନ ଆକ୍ରମଣ କରିଥିଲା ପାକିସ୍ତାନ, ଠିକ୍ ସେମିତି ଆଜି ସଂନ୍ଧ୍ୟାରେ ମଧ୍ୟ ପାକ୍ ସେନା ପକ୍ଷରୁ ଗୁଳି ଚାଳନା କରିଛି ପାକିସ୍ତାନ। ଏହାର କଡା ଜବାବ ଦେଉଛନ୍ତି ଭାରତୀୟ ଯବାନ। ଯାହାକୁ ଦୃଷ୍ଟିରେ ରଖି ୩ ସେନା ମୁଖ୍ୟଙ୍କ ସହିତ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ଆବାସରେ ବସିଛି ଏହି ଗୁରୁତ୍ବପୂର୍ଣ୍ଣ ବୈଠକ। ବରିଷ୍ଠ ସେନା ଅଧିକାରୀଙ୍କ ସହିତ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି।
ଏଥିରେ ସିଡିଏସ ମଧ୍ୟ ଉପସ୍ଥିତ ରହିଛନ୍ତି। ସେପଟେ ଭାରତର ବାୟୁସେନା ଭୟରେ ଯାତ୍ରୀବାହି ବିମାନକୁ ଢାଲ ଭାବେ ବ୍ୟବହାର କରୁଛି ପାକିସ୍ତାନ। ଭାରତର ମାତ୍ର ୩ ଘଣ୍ଟାର ଆକ୍ରମଣରେ ଥରହର ହୋଇଯାଇଛି ପାକିସ୍ତାନ। ଭୟରେ ପାକିସ୍ତାନ ବେସାମରିକ ବିମାନକୁ ଢାଲ କରିଥିଲା। ଭାରତୀୟ ସେନା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆକ୍ରମଣ ବେଳେ ପାକିସ୍ତାନରେ ୨ ଟି ବେସାମରିକ ବିମାନ ଚଳାଚଳ କରିଥିଲା।
📱 Get Argus News App
✨ଅନ୍ୟପଟେ ଭାରତ ଓ ପାକିସ୍ତାନ ଲଢେଇ ପାଇଁ ବାତିଲ ହୋଇଛି ଆଇପିଏଲ। ଆଇପିଏଲ କେବେ ହେବ ଏନେଇ ବସିସିଆଇ ପକ୍ଷରୁ ଦିଆଯାଇନି ସ୍ପଷ୍ଟ ସୂଚନା। ଭାରତର ସୈନ୍ୟ ଠିକଣାକୁ ଟାର୍ଗେଟ କରୁଛି ପାକିସ୍ତାନ। ଗତକାଲି ରାତିର ଘଟଣାକୁ ନେଇ ବିଦେଶମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ପଶ୍ଚିମସୀମାରେ ପାକିସ୍ତାନ ସୀମା ଉଲ୍ଲଂଘନ କରିଥିଲା। ଭାରତ ପକ୍ଷରୁ ପ୍ରତି ଆକ୍ରମଣ କରାଯାଇଥିଲା। ଯେଉଁଥିରେ ପାକିସ୍ତାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପାକିସ୍ତାନର ଗୁଳିମାଡରେ ଭାରତର ଯବାନ ଆହତ ହୋଇଛନ୍ତି। ପାକିସ୍ତାନ ତୁର୍କୀ ଡ୍ରୋନ ବ୍ୟବହାର କରୁଛି।