Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଭାରତରେ ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ

Ritu Das
Browse all articles by Ritu Das
·1 year ago·1 min read
ଭାରତରେ ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ

ଅର୍ଗସ ବ୍ୟୁରୋ: ଭାରତରେ ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ । ସଂକ୍ରମିତ ଯୁବକଙ୍କୁ ଆଇସୋଲେସନରେ ରଖାଯାଇଥିବା ସ୍ପଷ୍ଟ କଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ସନ୍ଦିଗ୍ଧ ଯୁବକଙ୍କ ରକ୍ତ ନମୁନା ପରୀକ୍ଷଣ ପାଇଁ ପଠାଯାଇଥିଲା। ପଶ୍ଚିମ ଆଫ୍ରିକ୍ରୀୟ କ୍ଲେଡ-2 ଭୁତାଣୁ ସଂକ୍ରମିତ ଯୁବକଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। 

ମଙ୍କିପକ୍ସ ସଂକ୍ରମଣକୁ ନେଇ ସାରା ଦେଶରେ ଆଲର୍ଟ ଜାରି ହୋଇଛି । ନିକଟରେ ବିଦେଶରୁ ଫେରିଥିବା ଯୁବକଙ୍କଠାରେ ମଙ୍କିପକ୍ସ ଭାଇରସ ସଂକ୍ରମଣର ଲକ୍ଷଣ ଦେଖାଦେବାରୁ ତାଙ୍କୁ ଆଇସୋଲେଟରେ ରଖାଯିବା ସହ ତାଙ୍କର ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ ସନ୍ଦିଗ୍ଧ ଯୁବକଙ୍କ ଟ୍ରାଭେଲ ହିଷ୍ଟ୍ରୀ ଯାଞ୍ଚ କରାଯାଉଛି। 

ସୁରକ୍ଷା କାରଣରୁ ସନ୍ଦିଗ୍ଧ ଆକ୍ରାନ୍ତଙ୍କ ଠିକଣା ଗୁପ୍ତ ରଖାଯାଇଛି। ନ୍ୟାସନାଲ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ପକ୍ଷରୁ ଦେଶରେ ମଙ୍କିପକ୍ସକୁ ନେଇ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି ।  ୧୧୬ଟି ଦେଶରେ ଗ୍ରେଡ୍-ଥ୍ରୀ ସଂକ୍ରମଣ ବ୍ୟାପିବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ପବ୍ଲିକ୍ ହେଲ୍‌ଥ ଏମର୍ଜେନ୍ସି ଅଫ୍ ଗ୍ଲୋବାଲ୍ କନସର୍ନ ବା ବୈଶ୍ୱିକ ଜନସ୍ୱାସ୍ଥ୍ୟ ଜରୁରୀ ସ୍ଥିତି ଘୋଷଣା କରିଥିଲା । ବିଭିନ୍ନ ଆଫ୍ରିକୀୟ ଦେଶ ସହ ସାଉଦି ଆରବ ଓ ପାକିସ୍ତାନରେ ବି ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Sponsored
First case of | Argus News