Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଭାରତରେ ପ୍ରଥମ HMPV ଭୂତାଣୁ ଚିହ୍ନଟ

Smruti Parija
Browse all articles by Smruti Parija
·1 year ago·1 min read
ଭାରତରେ ପ୍ରଥମ HMPV ଭୂତାଣୁ ଚିହ୍ନଟ

Key Points

ଭାରତରେ ପ୍ରଥମ HMPV ଭୂତାଣୁ ଚିହ୍ନଟ । ବାଙ୍ଗାଲୁରୁରେ 8 ମାସ ଶିଶୁ ଦେହରେ ଦେଖାଦେଇଛି ଏହି ଭାଇରସ ।

ଅର୍ଗସ ବ୍ୟୁରୋ: ଭାରତରେ ପ୍ରଥମ HMPV ଭୂତାଣୁ ଚିହ୍ନଟ । ବାଙ୍ଗାଲୁରୁରେ 8 ମାସ ଶିଶୁ ଦେହରେ ଦେଖାଦେଇଛି ଏହି ଭାଇରସ । ବର୍ତ୍ତମାନ ଏହା ଚୀନରେ କାୟା ମେଲାଉଛି ।


୫ ବର୍ଷ ପରେ ପୁଣି ଚୀନର ଉହାନ ସହରରେ ଭାଇରସ ଆତଙ୍କ ମଚାଉଛି । ୨୦୧୯ ପରେ ୨୦୨୫ରେ ଚୀନରେ କ୍ଷିପ୍ର ଗତିରେ ବ୍ୟାପୁଛି ହ୍ୟୁମାନ୍ ମେଟାନ୍ୟୁମୋ ଭାଇରସ ବା HMPV ଭାଇରସ । ଆକ୍ରାନ୍ତଙ୍କ ମଧ୍ୟରେ କୋଭିଡ-୧୯ ପରି ଲକ୍ଷଣ ଦେଖିବାକୁ ମିଳୁଥିଲେ ବି ନୂଆ ଭାଇରସ ଅଧିକ ଘାତକ ସାଜିଛି । ଚୀନ ସରକାରଙ୍କ ପକ୍ଷରୁ ହେଲ୍ଥ ଇମରଜେନ୍ସି ଘୋଷଣା ହୋଇଛି। ଏଯାଏ ମୃତ୍ୟୁ ସଂଖ୍ୟା ଘୋଷଣା ହୋଇନଥିଲେ ବି ଚୀନ ଗଣମାଧ୍ୟମ ସୂଚନା ଅନୁସାରେ ଏବେ ଚୀନରେ ହସପିଟାଲରେ ବହୁ ସଂଖ୍ୟାରେ HMPV ଆକ୍ରାନ୍ତ ହୋଇ ଭର୍ତ୍ତି ହୋଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଶ୍ମଶାନରେ ମଧ୍ୟ ଭିଡ଼ ଜମୁଛି । ମୃତ୍ୟୁ ସଂଖ୍ୟା ହଜାର ଟପିଥିବା ଅନୁମାନ କରାଯାଉଛି । ବିଶେଷ ଭାବରେ ୧୪ ବର୍ଷରୁ କମ୍ ଶିଶୁମାନେ HMPV ଭାଇରସର ଶିକାର ହେଉଛନ୍ତି । ୨୦୦୧ରେ ସର୍ବପ୍ରଥମେ ଚୀନରେ ଏହି ଭାଇରସ ଚିହ୍ନଟ ହୋଇଥିଲା । ଚୀନ ସରକାରଙ୍କ ତରଫରୁ ଭାଇରସ ନେଇ ଏଯାଏ କୌଣସି ଘୋଷଣା ହୋଇନଥିବାରୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ବିଶ୍ବ ପାଇଁ ଆଉ ଏକ ବଡ଼ ବିପଦ ଆସୁଥିବା ଆଶଙ୍କା କରିଛନ୍ତି । ଏପଟେ ସ୍ଥିତି ଉପରେ ସତର୍କ ନଜର ରଖିଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟର NCDC ।

Sponsored
first-hmpv-virus-case-found-in-india-banglore | Argus News