Videos
|
National

ନିର୍ବାଚନ ଇତିହାସରେ ପ୍ରଥମ: ରେଜଲ୍ଟ ପୂର୍ବରୁ ବିଜେପି ହାତରେ ବିଜୟର ହୀରା

Ritu Das
Browse all articles by Ritu Das
·2 years ago
ନିର୍ବାଚନ ଇତିହାସରେ ପ୍ରଥମ: ରେଜଲ୍ଟ ପୂର୍ବରୁ ବିଜେପି ହାତରେ ବିଜୟର ହୀରା

ଅର୍ଗସ ବ୍ୟୁରୋ: 2024ର ଲୋକସଭା ନିର୍ବାଚନରେ ଗୁଜରାଟର ସୁରଟ ଲୋକସଭା ଆସନ ହେଉଛି ଏକମାତ୍ର ଆସନ ଯେଉଁଠାରେ ନିର୍ବାଚନ ପୂର୍ବରୁ ଫଳାଫଳ ଘୋଷଣା ହୋଇଯାଇଛି। ପରିସ୍ଥିତି ଏପରି ହୋଇଛି ଯେ, ନିର୍ବାଚନ କରିବାର କୌଣସି ଆବଶ୍ୟକତା ନ ଥିଲା। ଏବଂ ବିଜେପି ପ୍ରାର୍ଥୀ ମୁକେଶ ଦଲାଲଙ୍କୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ଘୋଷଣା କରାଯାଇଛି। 

ସମାଜବାଦୀ ପ୍ରାର୍ଥୀଙ୍କୁ ପରାଜିତ କଲେ ରାମାୟଣର ରାମ

ଗୁଜରାଟ ନିର୍ବାଚନ ଇତିହାସରେ ଏହା ପ୍ରଥମଥର ପାଇଁ ଘଟିଛି। ଏହି ଆସନ ପାଇଁ ବିଜେପିର ମୁକେଶ ଦଲାଲଙ୍କ ସମେତ ମୋଟ ୧୧ଜଣ ପ୍ରାର୍ଥୀ ଲଢ଼ୁଥିଲେ। ଏହି ସମସ୍ତ ପ୍ରାର୍ଥୀ ମଧ୍ୟ ନାମାଙ୍କନ ଦାଖଲ କରିଥିଲେ। କିନ୍ତୁ ନାମାଙ୍କନ ପ୍ରତ୍ୟାହାର ଦିନ ୯ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ୟାହାର କରିଥିଲେ। ବୈଷୟିକ କାରଣରୁ କଂଗ୍ରେସ ପାର୍ଟି ପ୍ରାର୍ଥୀ ନୀଳେଶ କୁମ୍ବାନୀଙ୍କ ନାମାଙ୍କନ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଯାହା ପରେ ମୁକେଶ ମଇଦାନରେ ଏକାକୀ ଲଢ଼ୁଥିଲେ। 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
First in election history | Argus News