Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର

ଅର୍ଗସ ବ୍ୟୁରୋ:  ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା ୨ ବର୍ଷରେ ଏହାର ନିର୍ମାଣ ସଂପୂର୍ଣ୍ଣ ହେବ ।  ଏହି ସେଣ୍ଟରରେ ସାଂସ୍କୃତିକ, ରାଜନୈତିକ, ରାଜନୈତିକ ଏବଂ ବିଭିନ୍ନ ପ୍ରକାରର ପ୍ରଦର୍ଶନୀ ମେଳା ଇତ୍ୟାତି କରାଯିବ। ଏଠାରେ ଓପନ ଥିଏଟର , ହୋଟେଲ, ପାର୍କି ଏବଂ ଫୁଡ୍ କୋର୍ଟର ସୁବିଧା ରହିବ । ୧୦ ହଜାର ଲୋକ ବସି ପାରୁଥିବା କ୍ଷମତା ବିଶିଷ୍ଟ ଏହି କନଭେସନ ସେଣ୍ଟରରେ ବିଭିନ୍ନ ଅଡିଟୋରିୟମ ରହିବ। ଏହି କ୍ୟାମ୍ପସରେ ପଞ୍ଚତତ୍ତ୍ବକୁ ପ୍ରଦର୍ଶିତ କରୁଥିବା ବିଶେଷ ପଞ୍ଚବାଟିକା ଆକର୍ଷଣର କେନ୍ଦ୍ରବିନ୍ଦୁ ରହିବ ।

ବୃନ୍ଦାବନ ଯୋଜନାରେ ବିଶ୍ବସ୍ତରୀୟ ସୁବିଧା ସମ୍ପନ୍ନ ଅନ୍ତର୍ଜାତୀୟ ପ୍ରଦର୍ଶନୀ ତଥା ସମ୍ମିଳନୀ କକ୍ଷ ନିର୍ମାଣ କରାଯିବ । ଏହାର ନିର୍ମାଣ ଦାୟିତ୍ବ ଆବାସ ବିକାଶ ଏବଂ ଏଲଡିଏ ହାତରେ ମିଳିତ ଭାବେ ରହିବ  । ରାଜ୍ୟ ସରକାର ଏଥିପାଇଁ ଆର୍ଥିକ ସହଯୋଗ କରିବେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏନେଇ ସହମତି ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, ହୋଟେଲ ନିର୍ମାଣ ପାଇଁ ସରକାର ଜମି ସଂରକ୍ଷିତ ରଖିଛନ୍ତି। ଏହି କନଭେସନ୍ ସେଣ୍ଟରର ଡିଜାଇନ୍ ଭାରତୀୟ ସଂସ୍କୃତି ଆଧାରରେ ହେବ।  ଡିଫେନ୍ସ ଏକ୍ସପୋ ଆୟୋଜନ ସ୍ଥଳରେ ଏହାର ନିର୍ମାଣ କରାଯିବ ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
First International Convention Center to be found in Lucknow, Uttar Pradesh | Argus News