Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍

Smruti Parija
Browse all articles by Smruti Parija
·1 year ago
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍

ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅହମ୍ମଦାବାଦ ଓ ଭୁଜଙ୍କୁ ସଂଯୋଗ କରୁଥିବା ଦେଶର ପ୍ରଥମ ନମୋ ଭାରତ ରାପିଡ ରେଲକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ପଶ୍ଚିମ ରେଲୱେ ପାଇଁ ଏହା ଗୌରବ ହୋଇଛି । ଅହମଦାବାଦ-ଭୁଜ ନମୋ ଭାରତ ରାପିଡ ରେଲ ୯ଟି ଷ୍ଟେସନରେ ରହିବ। ଏହି ମେଟ୍ରୋ ୫ ଘଣ୍ଟା ୪୫ ମିନିଟରେ ୩୬୦ କିମି ଦୂର ଯାତ୍ରା କରିବ । ଭୁଜରୁ ସକାଳ ୫.୦୫ରେ ଟ୍ରେନ ଛାଡି ସକାଳ ୧୦ଟା ୩୦ରେ ଅହମଦାବାଦରେ ପହଞ୍ଚିବ । ଯାତ୍ରୀଙ୍କୁ ଏହି ସେବା ନିୟମିତ ଭାବେ ଆସନ୍ତାକାଲିଠାରୁ ମିଳିବ । ଏଥିପାଇଁ ଯାତ୍ରୀଙ୍କୁ ୪୫୫ ଟଙ୍କା ଭଡ଼ା ଦେବାକୁ ପଡ଼ିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
first NMO India Rapid Rail starts in the country | Argus News