|
logo
Live
Argus News App
GET APP

Argus News - ରାତି ପାହିଲେ ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ

National

ରାତି ପାହିଲେ ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ

Smruti Parija
Browse all articles by Smruti Parija
·1 year ago·2 min read
ରାତି ପାହିଲେ ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ

Key Points

  • ରାତି ପାହିଲେ ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ
  • NDA ଓ INDI ମେଣ୍ଟ ମଧ୍ୟରେ ଜୋରଦାର ଟକ୍କର
  • 43 ଆସନରେ 685 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା
  • ମହାରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମାରାଥନ ପ୍ରଚାର
  • ଦୁର୍ନୀତି ବିରୋଧରେ ଆସନ୍ତା 20ରେ ନିର୍ଣ୍ଣୟ ନେବାକୁ ଜନତାଙ୍କୁ ଆହ୍ବାନ
     

ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ପ୍ରଚାର ମଇଦାନରେ MVA ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଚଣ୍ଡ ପ୍ରହାର । ମହା-ବିକାଶ-ଅଘାଡ଼ି ମେଣ୍ଟକୁ ରାଜ୍ୟରେ ଦୁର୍ନୀତିର ସବୁଠାରୁ ବଡ଼ ଖେଳାଳି କହି ତୀବ୍ର ସମାଲୋଚନା କରିଛନ୍ତି ମୋଦି । ପୁଣେ, ଚନ୍ଦ୍ରପୁର ଓ ଚିମୁରରେ ମହାୟୁତି ମେଣ୍ଟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରି ଜନତାଙ୍କ ସମର୍ଥନ ଲୋଡ଼ିଛନ୍ତି ପ୍ରଧାନମନ୍ତ୍ରୀ । କଂଗ୍ରେସ ଓ ଏହାର ସହଯୋଗୀ ଦଳ ଚନ୍ଦ୍ରପୁର ଅଞ୍ଚଳକୁ ନକ୍ସଲବାଦର ଗଡ଼ ବନାଇବାକୁ ପ୍ରୟାସ କରିଥିଲେ । ରାଜ୍ୟର ଦଳିତ ଓ ପଛୁଆ ବର୍ଗକୁ ଶୋଷଣ କରିବାକୁ ଦୁର୍ନୀତିର ସବୁ ସୀମା ଡେଇଁ ଯାଇଥିବା ମହା-ବିକାଶ-ଅଘାଡ଼ିକୁ ଆସନ୍ତା 20 ତାରିଖରେ ଜବାବ ଦେବାକୁ ଆହ୍ବାନ ଦେଇଛନ୍ତି ମୋଦି । ରାଜ୍ୟର ମହିଳା, ଯୁବକ ଓ କୃଷକଙ୍କ ପ୍ରଗତି ପାଇଁ ସଂକଳ୍ପ ପତ୍ରରେ 25 ବଡ଼ ଘୋଷଣା କରିଛି ବିଜେପି । ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ସମସ୍ତ ପ୍ରତିଶ୍ରୁତି ପୂରଣର ଗ୍ୟାରେଣ୍ଟି ଦେଇଛନ୍ତି ମୋଦି ।  

ସେପଟେ ରାତି ପାହିଲେ ରାଜ୍ୟର ଭାଗ୍ୟ ନିର୍ଦ୍ଧାରଣ କରିବେ ଝାଡ଼ଖଣ୍ଡବାସୀ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନିର୍ବାଚନ କମିଶନ ପକ୍ଷରୁ ପ୍ରସ୍ତୁତି ଚୁଡ଼ାନ୍ତ ହୋଇଛି । ବୁଥ ପ୍ରସ୍ତୁତି ସହ ସୁରକ୍ଷା ବ୍ୟବସ୍ଥା ହୋଇଛି କଡ଼ାକଡ଼ି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ମୋଟ 81ରୁ 43ଟି ବିଧାନସଭା ଆସନରେ 685 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା । ସଢେଇକଳା, ରାଞ୍ଚି, ଜାମସେଦପୁର ପୂର୍ବ ଓ ପଶ୍ଚିମ ସହ ଜଗନ୍ନାଥପୁର ଆସନ ଉପରେ ସମସ୍ତଙ୍କ ନଜର ରହିଛି ।  ପ୍ରଚାର ମଇଦାନରେ NDA ଓ INDI ମେଣ୍ଟ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିଥିବାବେଳେ ଏବେ ଜନତା ନିଷ୍ପତ୍ତି ନେବାର ସମୟ ଆସିଯାଇଛି ।

ଝାଡ଼ଖଣ୍ଡର ମୋଟ 2 କୋଟି 6 ଲକ୍ଷ ଭୋଟରଙ୍କ ମଧ୍ୟରେ 1 କୋଟି 31 ଲକ୍ଷ ପୁରୁଷ ଓ 1 କୋଟି 29 ଲକ୍ଷ ମହିଳା ଭୋଟରଙ୍କ ମନ ଜିଣିବାକୁ ଉଭୟ ଏନଡିଏ ଓ ଇଣ୍ଡି ମେଣ୍ଟ କରିଛନ୍ତି ଜୋରଦାର ପ୍ରୟାସ । ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ପରେ ନଭେମ୍ବର 20ରେ ଝାଡ଼ଖଣ୍ଡରେ ଦ୍ବିତୀୟ ପର୍ଯାୟ ସହ ମହାରାଷ୍ଟ୍ରର ସମସ୍ତ 288 ଆସନରେ ହେବାକୁ ଯାଉଛି ମତଦାନ । ନଭେମ୍ବର 23ରେ ଉଭୟ ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ଘୋଷଣା ଉପରେ ଦେଶବାସୀଙ୍କ ନଜର ରହିଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ରାତି ପାହିଲେ ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ | Argus News