Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ୧୬୨୫ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ଅନେକ ହେଭିୱେଟ୍

National

ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ୧୬୨୫ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ଅନେକ ହେଭିୱେଟ୍

Banajyotshna Ray
Browse all articles by Banajyotshna Ray
·2 years ago·2 min read
ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ୧୬୨୫ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ଅନେକ ହେଭିୱେଟ୍

ଅର୍ଗସ ବ୍ୟୁରୋ:  ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମୈଦାନରେ ଥିବା ୧୬୨୫ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ଅନେକ ହେଭିୱେଟ୍ । କେନ୍ଦ୍ରମନ୍ତ୍ରୀ ତଥା ଭେଟରାନ ବିଜେପି ଲିଡର ନୀତୀନ ଗଡ଼କରୀ ନାଗପୁର ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ତେବେ ସାରା ଦେଶର ନଜର ରହିଛି ତାମିଲନାଡ଼ୁର କୋଏମ୍ବାଟୁର ଆସନ ଉପରେ ଯେଉଁଠାରୁ ବିଜେପିର ରାଜ୍ୟ ସଭାପତି ତଥା ଫାୟାରବ୍ରାଣ୍ଡ ଯୁବନେତା କେ. ଆନ୍ନାମଲାଇ ଲଢ଼ୁଛନ୍ତି । ସେହିପରି ଚେନ୍ନାଇ ଦକ୍ଷିଣରୁ ତେଲଙ୍ଗାନାର ପୂର୍ବତନ ରାଜ୍ୟପାଳ ତାମିଲସାଇ ସୌନ୍ଦରରାଜନ ବିଜେପି ଟିକେଟରୁ ନିର୍ବାଚନ ଲଢ଼ୁଛନ୍ତି । ତାମିଲନାଡ଼ୁର ଅନ୍ୟ ନେତା ଭାବେ ଡିଏମକେର କାନୀମୋଝୀ କରୁଣାନିଧି, ଥୁଥୁକୁଡ୍ଡୀ ଆସନ ଏବଂ ପୂର୍ବତନ ବିବାଦିତ ଟେଲିକମ୍ ମିନିଷ୍ଟର ଏ. ରାଜା, ନୀଳଗିରି ଆସନରୁ ନିର୍ବାଚନ ଲଢ଼ୁଛନ୍ତି ।

ଶିବଗଙ୍ଗାରୁ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି । ଗଡ଼କରୀଙ୍କ ବ୍ୟତୀତ ଅନେକ କେନ୍ଦ୍ରମନ୍ତ୍ରୀ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ବିଜେପି ଟିକେଟରୁ ନିର୍ବାଚନ ଲଢ଼ୁଛନ୍ତି । ରାଜସ୍ଥାନର ବୀକାନେରରୁ ଅର୍ଜୁନ ରାମ ମେଘୱାଲ ଓ ଅଲୱରରୁ ଭୂପେନ୍ଦ୍ର ୟାଦବ, ପଶ୍ଚିମଙ୍ଗର କୁଚ୍ଚବେହାରରୁ ନୀତୀଶ ପ୍ରମାଣିକ, ଆସାମର ଦିବ୍ରୁଗଡ଼ରୁ ସର୍ବାନନ୍ଦ ସୋନୁୱାଲ, ୟୁପିର ସାହାରନପୁରରୁ ସଞ୍ଜୀବ ବାଲ୍ୟାନ, ଜମ୍ମୁ-କଶ୍ମୀରର ଉଧମପୁରରୁ ଜିତେନ୍ଦ୍ର ସିଂହ ଓ ଅରୁଣାଚଳ ପଶ୍ଚିମରୁ କିରଣ ରିଜିଜୁ ପ୍ରମୁଖ ମଧ୍ୟ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ୟୁପି ପୀଲିଭୀତରୁ ବିଜେପି ପ୍ରାର୍ଥୀ ଜିତିନ ପ୍ରସାଦ, ସାହାରନପୁରରୁ କଂଗ୍ରେସ ପ୍ରାର୍ଥୀ ଇମ୍ରାନ ମସୁଦ, ଏମପି ଛିନ୍ଦୱାଡ଼ାରୁ କଂଗ୍ରେସ ପ୍ରାର୍ଥୀ ଭାବେ କମଲନାଥଙ୍କ ପୁଅ ନକୁଲ ନାଥ, ଆସାମ ଜୋରହାଟରୁ କଂଗ୍ରେସ ପ୍ରାର୍ଥୀ ଭାବେ ଗୌରବ ଗୋଗୋଇ, ରାଜସ୍ଥାନର ନାଗୌରରୁ ଆରଏଲପି ପ୍ରମୁଖ ହନୁମାନ ବେନୀୱାଲଙ୍କ ଉପରେ ସାରା ଦେଶର ନଜର ରହିଛି ।

ସେହିପରି ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ପର୍ଯ୍ୟାୟରେ ଭାଗ୍ୟ ପରୀକ୍ଷା କରୁଛନ୍ତି । ତ୍ରିପୁରା ପଶ୍ଚିମ ଆସନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜେପିର ବିପ୍ଲବ ଦେବ ନିର୍ବାଚନ ଲଢ଼ୁଥିବା ବେଳେ ଓ ଅରୁଣାଚଳ ପଶ୍ଚିମ ଆସନରେ ପୂର୍ବତନ ମୁଖ୍ୟମନ୍ତ୍ରୀ କଂଗ୍ରେସର ନବାମ ଟୁକି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁଙ୍କ ବିରୋଧରେ ମୈଦାନକୁ ଓହ୍ଲାଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ନିର୍ବାଚନୀ ଖବର:

Raja Festival
Sponsored
first phase of voting begins, know heavyweights whose fate will be sealed by voters today | Argus News