Videos
|
National

Supermoon / କାଲି ଦେଖିବେ ବର୍ଷର ପ୍ରଥମ 'ସୁପରମୁନ୍‌', ସାଧାରଣ ଦିନଠାରୁ ଚନ୍ଦ୍ର ୧୪% ବଡ଼ ଦେଖାଯିବ

Banajyotshna Ray
Browse all articles by Banajyotshna Ray
·9 months ago·2 min read
କାଲି ଦେଖିବେ ବର୍ଷର ପ୍ରଥମ 'ସୁପରମୁନ୍‌', ସାଧାରଣ ଦିନଠାରୁ ଚନ୍ଦ୍ର ୧୪% ବଡ଼ ଦେଖାଯିବ
Supermoon

Key Points

୨୦୨୬ରେ ଦେଖାଯିବ ୩ଟି ‘ସୁପରମୁନ୍’ ଓ ‘ମାଇକ୍ରୋମୁନ୍‌’
ଆସନ୍ତାକାଲି ପୌଷ ପୂର୍ଣ୍ଣିମାରେ ଏହା ଦେଖାଯିବ
ସାଧାରଣ ଦିନଠାରୁ ଚନ୍ଦ୍ର ୧୪% ବଡ଼ ସହ ୩୦% ଉଜ୍ଜଳ ଦେଖାଯିବ
ଆସନ୍ତା ଜାନୁଆରୀ ୩ ତାରିଖ ପୌଷ ପୂର୍ଣ୍ଣିମାରେ ଏହା ଦେଖାଯିବ । ୨୦୨୬ର ଏହା ପ୍ରଥମ “ସୁପରମୁନ“ । ସେହିଦିନ ଚନ୍ଦ୍ର ପ୍ରାୟ ୩ ଲକ୍ଷ ୬୨ ହଜାର କିମି ନିକଟରେ ରହିବ ଓ ସାଧାରଣ ଦିନର ପୂର୍ଣ ଚନ୍ଦ୍ରଠାରୁ ପ୍ରାୟ ୧୪% ବଡ ସହ ୩୦% ଉଜ୍ଜଳ ଦେଖାଯିବ । ୨୦୨୬ ମସିହାରେ ଦ୍ବିତୀୟ ଦ୍ବିତୀୟ “ସୁପରମୁନ“ ନଭେମ୍ବର ୨୪ ଓ ଶେଷ “ସୁପରମୁନ“ ଟି ଡିସେମ୍ବର ୨୩ ତାରିଖରେ ଦେଖାଯିବ । ସେହିଭଳି ୨୦୨୬ ମସିହା ମେ ୧, ମେ ୩୧ ଏବଂ ଜୁନ୍ ୨୯ ତାରିଖରେ ‘ମାଇକ୍ରୋମୁନ’ ବା ଛୋଟ ଚନ୍ଦ୍ର ଦେଖାଯିବ । ଏହାକୁ ଖାଲି ଆଖିରେ ଦେଖିହେବ ।

ଜାଣିରଖିବା ଉଚିତ ଯେ, ସୁପରମୁନ୍ ଶବ୍ଦର ବ୍ୟବହାର ପ୍ରଥମେ ଆମେରିକାର ଜ୍ୟୋତିଷ ରିଚାର୍ଡ୍ ନର୍ଲ୍ ୧୯୭୯ ମସିହାରେ ପ୍ରଚଳନ କରିଥିଲେ। ଧୀରେ ଧୀରେ ସୋସିଆଲ୍ ମିଡିଆର ବହୁଳ ବ୍ୟବହାର ଫଳରେ ଏହା ଅଧିକ ଲୋକପ୍ରିୟ ହୋଇପାରିଥିଲା। ପରେ ପରେ ଏହାକୁ ନେଇ ଚର୍ଚ୍ଚା ଜୋରରେ ଧରିଲା। ଲୋକମାନେ ସୁପରମୁନକୁ ନେଇ ମଧ୍ୟ ଅନେକ ସମାଲୋଚନା କଲେ। ପରେ ପରେ ସୁପରମୁନ୍ ଶବ୍ଦର ପ୍ରବଳ ବ୍ୟବହାର ହେଲା । ହେଲେ ଏବର୍ଷ ସୁପରମୁନ ଆକାଶରେ ଦେଖାଯିବାକୁ ଯାଉଛି । ଯଦି ଆକାଶ କୁହୁଡି ଓ ମେଘମୁକ୍ତ ରହେ ତେବେ ଏହା ଅଧିକ ସ୍ପଷ୍ଟ ଓ ଉଜ୍ବଳମୟ ଦେଖାଯିବ। ଏ ବର୍ଷ ଆକାଶରେ ଦେଖାଯିବ ସୁପରମୁନ୍ । ସୁପରମୁନ୍ ଓ ମାଇକ୍ରୋମୁନ୍ ଭଳି ମହାଜାଗତିକ ଦୃଶ୍ୟ ଏବର୍ଷ ଆକାଶରେ ଦୃଶ୍ୟମାନ ହେବ । ଜାନୁଆରୀ ୩ ତାରିଖରେ ଏହି ଦୃଶ୍ୟକୁ ଖାଲି ଆଖିରେ ଦେଖିହେବ । ତେବେ ଭାରତ ଉପରେ ଏହାର ପ୍ରଭାବ ପଡିପାରେ କି ନାହିଁ ଆସନ୍ତୁ ତା ବିଷୟରେ ଜାଣିବା।

ଏଥିସହ ପଢ଼ନ୍ତୁ: 'ଅପରେସନ ସିନ୍ଦୂର'ରେ ବାହାର ଦେଶ ମଧ୍ୟସ୍ଥତା କରିନଥିଲେ: ଭାରତ

ଆସନ୍ତାକାଲି ମହାକାଶ ଏହି ସୁପରମୁନ୍ ଦେଖାଯିବ। ଆସନ୍ତାକାଲି ଚନ୍ଦ୍ର ପୃଥିବୀଠାରୁ ପ୍ରାୟ ତିନି ଲକ୍ଷ ୬୨ହଜାର କିଲୋମିଟର ଦୂରରେ ରହିବ। ସାଧାରଣ ଦିନରେ ଦେଖାହେଉଥିବା ଚନ୍ଦ୍ରଠାରୁ ଏହା ୩୦ ପ୍ରତିଶତ ଅଧିକ ଉଜ୍ବଳ ଦେଖାଯିବ। ତେବେ ଏହାପରେ ଦ୍ବିତୀୟ ଥର ପାଇଁ ସୁପରମୁନ୍ ନଭେମ୍ବର ୨୪ ତାରିଖରେ ଦେଖିବାକୁ ମିଳିବ । ଖାଲି ସେତିକି ନୁହେଁ, ଚଳିତ ବର୍ଷର ଶେଷ ସୁପରମୁନ୍ ଡିସେମ୍ବର ୨୩ ତାରିଖରେ ଦେଖିବାକୁ ମିଳିବ ।ଆମେ ଜାଣିଛେ ଯେ, ଚନ୍ଦ୍ର ପୃଥିବୀ ଚାରିପଟେ ଘୂରିବା ପାଇଁ ପ୍ରାୟ ୨୭ ଦିନରୁ ଅଧିକ ସମୟ ଲାଗିଥାଏ। ଆଉ ସବୁଠାରୁ ନିକଟରେ ଥିଲାବେଳେ ଚନ୍ଦ୍ର ଆମଠାରୁ ପ୍ରାୟ ୩.୫୬ ଲକ୍ଷ କିଲୋମିଟର ଦୂରରେ ରହିଥାଏ ଏବଂ ଧୀରେ ଧୀରେ ଏହା ୪.୦୬ ଲକ୍ଷ ଦୂରକୁ ଚାଲିଯାଏ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଜ୍ୟୋତିଷ ରିଚାର୍ଡ୍ ନଲଙ୍କ ପରିଭାଷାରେ ଯଦି ଚନ୍ଦ୍ର ପୃଥିବୀଠାରୁ ୩.୬୩ ଲକ୍ଷ କିଲୋମିଟର ବା ତାଠାରୁ ନିକଟରେ ନିକଟରେ ଥିବା ସମୟରେ ପୂର୍ଣ୍ଣମୀ ପଡିଥାଏ ତେବେ ସେହି ଚନ୍ଦ୍ରକୁ ସୁପରମୁନ୍ କୁହାଯାଏ। ସେ ସମୟରେ ଚନ୍ଦ୍ର ଆମକୁ ବିଶାଳ ଓ ଉଜ୍ବଳମୟ ଦେଖାଯାଏ। ପ୍ରତ୍ୟେକ ବର୍ଷ ଭଳି ଏହି ଘଟଣା, ଚଳିତ ବର୍ଷ ମଧ୍ୟ ଦୁଇରୁ ତିନିଥର ଘଟିବାକୁ ଯାଉଛି ।ଏ ବର୍ଷ ତିନୋଟି ପୂର୍ଣ୍ଣମୀ ପଡୁଥିବାରୁ ମେ ୧, ମେ ୩୧ ଏବଂ ଜୁନ୍ ୨୯ ତାରିଖରେ ମାଇକ୍ରୋମୁନ୍ ମଧ୍ୟ ଦେଖିବାକୁ ମିଳିବ ।

ଅଧିକ ପଢ଼ନ୍ତୁ ଦେଶ ଖବର: 

Related Topics

Explore more stories